ପାକିସ୍ତାନ ସୈନ୍ୟ-ବାଲୁଚି ବିଦ୍ରୋହୀଙ୍କ ମଧ୍ୟରେ ୫୫ ଘଣ୍ଟା ଧରି ମୁହାଁମୁହିଁ ସ୍ଥିତି…

କରାଚି, ୫।୨ : ପାକିସ୍ତାନର ବାଲୁଚିସ୍ତାନରେ ସ୍ଥିତି ସଙ୍କଟ ଜନକ ରହିଛି। ପାକିସ୍ତାନ ସୈନ୍ୟ ଏବଂ ବାଲୁଚି ବିଦ୍ରୋହୀଙ୍କ ମଧ୍ୟରେ ୫୫ ଘଣ୍ଟା ଧରି ମୁହାଁମୁହିଁ ସ୍ଥିତି ଜାରି ରହିଛି। ଏହାଯୋଗୁ ସ୍ଥାନୀୟ ଲୋକେ ଭୋକ ଉପାସରେ ଗତ ୩ ଦିନ ଧରି ଘରେ ରହିଛନ୍ତି। ସେମାନଙ୍କ ପାଖରେ ଆବଶ୍ୟକ ଖାଇବା ସାମଗ୍ରୀର ଅଭାବ ସୃଷ୍ଟି ହୋଇଛି। ଇତିମଧ୍ୟରେ ବିଦ୍ରୋହୀଙ୍କମାନେ ୧୭୦ ପାକିସ୍ତାନୀ ସୈନ୍ୟଙ୍କୁ ଗୁଳି କରିଥିବା ଦାବି କରିଛନ୍ତି। ତେବେ ଏହାକୁ ପାକିସ୍ତାନୀ ସୈନ୍ୟବାହିନୀ ପକ୍ଷରୁ ଖଣ୍ଡନ କରାଯାଇଛି।

ବାଲୁଚିସ୍ତାନ ସ୍ଥିତି ନେଇ ପାକିସ୍ତାନ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ପଞ୍ଜଗୁର ଏବଂ ନୌସାକି ଜିଲାରେ ସ୍ଥିତି ଅଧିକ ସଙ୍କଟ ଜନକ ହୋଇ ପଡ଼ିଛି। ସରକାର ଗୃହଯୁଦ୍ଧର ମୁକାବିଲା ଲାଗି ଉଦ୍ୟମ ଜାରି ରଖିଛନ୍ତି।

Share