ଭୟ ସୃଷ୍ଟି କରୁଛି ତୃତୀୟ ଲହର: ୧୧ ଦିନରେ ୫୪୩ ଶିଶୁ କରୋନା ପଜିଟିଭ

ବେଙ୍ଗାଲୁରୁ,୧୩ ।୮: କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ଶିଶୁମାନେ କରୋନାରେ ଆକ୍ରାନ୍ତ ହେବା ଏବେ ଉଭୟ ଅଭିଭାବକ ଓ ପ୍ରଶାସନକୁ ଚିନ୍ତାରେ ପକାଇ ଦେଇଛି । ୧ରୁ ୧୧ ଅଗଷ୍ଟ ମଧ୍ୟରେ ୦-୧୮ ବର୍ଷ ବୟସ ମଧ୍ୟରେ ପ୍ରାୟ ୫୪୩ ଶିଶୁ ଓ କିଶୋର କରୋନା ମହାମାରୀ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏତେ ସଂଖ୍ୟାରେ ପିଲାମାନେ କରୋନା ଆକ୍ରାନ୍ତ ହେବା ଯେମିତି ତୃତୀୟ ଲହରର ସୂଚନା ଦେଉଛି ବୋଲି ଆଲୋଚନା ହେଲାଣି । ବେଙ୍ଗାଲୁରୁ ମହାନଗର ପାଳିକା ଦ୍ୱାରା ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ, ୧-୧୧ ଅଗଷ୍ଟ ମଧ୍ୟରେ ୦-୯ ବର୍ଷର ୮୮ ଶିଶୁ, ୧୦-୧୯ ବର୍ଷର ୩୦୫ କିଶୋର କରୋନାରେ ସଂକ୍ରମିତ ହୋଇଛନ୍ତି । ଅନ୍ୟପଟେ ସ୍କଲ ପୁଣିଥରେ ଖୋଲିବାକୁ ଯୋଜନା କରାଯାଉଥିବା ଜଣାପଡିଛି । ଯଦି ଏହା ତୃତୀୟ ଲହର ହୋଇଥାଏ, ତେବେ ଅନ୍ୟ ରାଜ୍ୟରେ ଅଭିଭାବକ ଓ ପ୍ରଶାସନ କରୋନା ନିୟମକୁ ମାନିବା ବାଧ୍ୟ । ତା’ନ ହେଲେସ୍ଥିତି ଅଣାୟତ ହୋଇପାରେ ।

Share