Posted inଜାତୀୟ

୧୭ ବର୍ଷରେ ଇଡ଼ିରେ ୫,୪୨୨ ମାମଲା, ଦୋଷୀ ମାତ୍ର ୦.୪୬ ପ୍ରତିଶତ…

ନୂଆଦିଲ୍ଲୀ, ୩୧।୭ : ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗତ କିଛି ଦିନ ହେବ ହେଡଲାଇନରେ ରହିଆସିଛି। କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଇଡ଼ିର ପଚରାଉଚରାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ଦଳର ନେତା ଓ କର୍ମୀମାନେ ଏହା ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ଇଡି ପଚରାଉଚରା ମଧ୍ୟରେ ଏଥିରେ ପଞ୍ଜୀକୃତ ହୋଇଥିବା ମାମଲାଗୁଡ଼ିକର ସଫଳତା ବିଷୟରେ ମଧ୍ୟ ପ୍ରଶ୍ନ ଉଠିଛି। ଏହା ସହିତ, ପିଏମ୍‌ଏଲଏ ଅର୍ଥାତ ମନି ଲଣ୍ଡରିଂ ଆକ୍ଟ ଉପରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।

ବୈଦେଶିକ ବିନିମୟ ନିୟମାବଳୀ ଅଧିନିୟମ, ୧୯୪୭ (ଫେରା ୪୭) ଅନୁଯାୟୀ ଅର୍ଥ ମନ୍ତ୍ରଣାଳୟରେ ଏକ ଏନଫୋର୍ସମେଣ୍ଟ ୟୁନିଟ ଗଠନ ହେବାପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ୧ ମେ ୧୯୫୬ ରେ ପ୍ରତିଷ୍ଠିତ ହୋଇଥିଲା। ଏହି ୟୁନିଟ ବୈଦେଶିକ ମୁଦ୍ରା ନିୟନ୍ତ୍ରଣ ନିୟମ ଉଲ୍ଲଂଘନ ସହ ଜଡିତ ମାମଲାଗୁଡ଼ିକର ମୁକାବିଲା କରିଥିଲା। ଦିଲ୍ଲୀର ମୁଖ୍ୟାଳୟ ସହିତ ମୁମ୍ବାଇ ଏବଂ କୋଲକାତାରେ ଏହାର ଶାଖା ମଧ୍ୟ ରହିଥିଲା।

୧୯୫୭ ରେ ଏନଫୋର୍ସମେଣ୍ଟ ୟୁନିଟର ନାମ’ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟରେ ପରିବର୍ତ୍ତିତ ହେଲା। ୧ ଜୁଲାଇ ୨୦୦୫ରେ ଏହାର କାର୍ଯ୍ୟକାରିତା ପରଠାରୁ, ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ପିଏମଏଲଏ ଅନ୍ତର୍ଗତ ୫,୪୨୨ ଇଡି ମାମଲା ପଞ୍ଜିକୃତ ହୋଇଛି। ସେଥିମଧ୍ୟରୁ କେବଳ ୨୫ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପଞ୍ଜୀକୃତ ହୋଇଥିବା ମୋଟ ମାମଲା ତୁଳନାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କ ସଂଖ୍ୟା ମାତ୍ର ୦.୪୬ ପ୍ରତିଶତ।

 

ଇଡିର ୱେବସାଇଟ ଅନୁଯାୟୀ, ଏହାର ଓ୍ବାଣ୍ଟେଡ ତାଲିକାରେ ସମୁଦାୟ ୧୯ ଟି ନାମ ଅଛି। ସମସ୍ତଙ୍କ ବିରୋଧରେ ଏକ ରେଡ କର୍ନର ନୋଟିସ ଜାରି କରାଯାଇଛି। ଏହି ୧୯ ନାମ ମଧ୍ୟରୁ ସବୁଠାରୁ ପୁରାତନ ହେଉଛି ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ମାମଲାରେ ଅଭିଯୁକ୍ତ କାର୍ଲୋ ଭାଲେଣ୍ଟିନୋ ଫର୍ନାଣ୍ଡୋ ଜୋରେସା। ଡିସେମ୍ବର ୨୦୧୫ରେ ଜୋରେସାଙ୍କ ବିରୋଧରେ ଏହି ନୋଟିସ ଜାରି କରାଯାଇଥିଲା।

ପିଏନବି ସ୍କାମରେ ଅଭିଯୁକ୍ତ ନୀରବ ମୋଦି, ତାଙ୍କ ଭାଇ ନେହଲ ମୋଦି, ନୀଶଲ ମୋଦି, ପତ୍ନୀ ଅମି ମୋଦି, ନୀରବଙ୍କ ଘନିଷ୍ଠ ସହଯୋଗୀ ସୁଭାଷ ଶଙ୍କର ପାରବ, ଆଦିତ୍ୟ ନାନାବତୀଙ୍କ ବିରୋଧ ମଧ୍ୟ ରେଡ କର୍ନର ନୋଟିସ ଜାରି କରାଯାଇଛ। ଏହି ତାଲିକାରେ ଆର୍ମ ଡିଲର ସଞ୍ଜୟ ଭଣ୍ଡାରୀ, ପୂର୍ବତନ ଅମଲାତନ୍ତ୍ର ନୀତୀଶ ଜେ ଠାକୁର, ଏନଆରଆଇ ବ୍ୟବସାୟୀ ତଥା ଡ୍ରଗ୍ସ କାରବାର ଅଭିଯୁକ୍ତ ଅନୁପ ସିଂ କାହଲୋଙ୍କ ନାମ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri