ଅପରାହ୍ନ ୩ଟା ସୁଦ୍ଧା ହିଞ୍ଜିଳିରେ ୫୪ ପ୍ରତିଶତ ମତଦାନ

ହିଞ୍ଜିଳିକାଟୁ,୨୪ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌର ପରିଷଦ ନିର୍ବାଚନ ନିମନ୍ତେ ଗୁରୁବାର ବିଭିନ୍ନ ଓ୍ବାର୍ଡରେ ମତଦାନ ନିମନ୍ତେ ଭୋଟରଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି। ଅପରାହ୍ନ ୩ଟା ସୁଦ୍ଧା ଏଠାରେ ୫୪ ପ୍ରତିଶତ ମତଦାନ ହୋଇଥିବା ପ୍ରକାଶ। ପୂର୍ବାହ୍ନରେ ମତଦାନ ନିମନ୍ତେ ଭୋଟରଙ୍କ ମଧ୍ୟରେ ବିଶେଷ ଉତ୍ସାହ ସୃଷ୍ଟି ହୋଇଥିଲା। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ଚାଲୁ ହିଞ୍ଜିଳିକାଟୁ ହିଞ୍ଜିଳି ପ୍ରାଥମିକ ବିଦ୍ୟାଳୟରେ ବୁଥ୍‌ ନଂ ୧ , ୩ ଓ ୪କୁ ପିଙ୍କ୍‌ ବୁଥ୍‌ କରାଯାଇଛି। ଏହି କେନ୍ଦ୍ରକୁ ପୂର୍ବାହ୍ନରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପରିଦର୍ଶନ କରିଥିଲେ। ସେହିପରି ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ପ୍ରାଥମିକ ବିଦ୍ୟାଳୟ ଥାନା ତୋଟା ସାହିର ବୁଥ୍‌ ନଂ ୧୨ ଓ ୧୬ ପରିଦର୍ଶନ କରିଥିଲେ। ତହସିଲଦାର ପ୍ରଭାତ କୁମାର ପରିଡ଼ା, ବିଡିଓ ସୁବ୍ରତ କୁମାର ଜେନା ପୌର ନିର୍ବାହୀ ଅଧିକାରୀ ଡ. ମନୋରଞ୍ଜନ ସାହୁ, ଆଇଆଇସି ଅଭିମନ୍ୟୁ ଦାସ ପ୍ରମୁଖ ନିର୍ବାଚନ ପରିଚାଳନାରେ ତଦାରଖ କରୁଛନ୍ତି। ହିଞ୍ଜିଳିକାଟୁ ପୌର ପରିଷଦର ୨୧ ନଂ ଓ୍ବାର୍ଡର ୨୩ ବୁଥ୍‌ରେ ମତଦାନ ହୋଇଛି।