ଘର ବାହୁଡ଼ିଲେ ୫୪ ଭାରତୀୟ ଧୀବର

କଲୋମ୍ବୋ,୨୭।୩: ଶ୍ରୀଲଙ୍କା ନୌବାହିନୀ ଦ୍ୱାରା ଗିରଫ ହୋଇଥିବା ୫୪ ଭାରତୀୟ ଧୀବର ଘରକୁ ବାହୁଡ଼ିଛନ୍ତି। ମାର୍ଚ୍ଚ ୨୪ରେ ଦୁଇଟି ଭିନ୍ନ ଭିନ୍ନ ସାମୁଦ୍ରିକ ଅଞ୍ଚଳରୁ ସେମାନଙ୍କୁ ମାଛଧରା ବୋଟ୍‌, ଜାଲ ଏବଂ ଅନ୍ୟ ସରଞ୍ଜାମ ସହିତ ଗିରଫ କରାଯାଇଥିଲା। ସେମାନେ ଭାରତୀୟ ସାମ୍ରଦିକ ସୀମା ବାହାରେ ମାଛ ଧରୁଥିବା ଅଭିଯୋଗ ହୋଇଥିଲା। ୪୦ ଜଣ ଧୀବରଙ୍କୁ ଶୁକ୍ରବାର ଛଡ଼ା ଯାଇଥିବାବେଳେ ୧୪ ଜଣ ଧୀବରଙ୍କୁ ଶନିବାର ସକାଳେ ଛାଡ଼ି ଦିଆଯାଇଥିବା କଲୋମ୍ବୋଠାରେ ଅବସ୍ଥାପିତ ଥିବା ଭାରତୀୟ ହାଇ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବହୁ ସମୟରେ ସାମୁଦ୍ରିକ ସୀମା ବାହାରେ ମାଛ ଧରୁଥିବା ଅଭିଯୋଗକ୍ରମେ ଉଭୟ ଦେଶର ବହୁ ଧୀବରଙ୍କୁ ଗିରଫ କରାଯାଇଥାଏ। ଦୁଇ ଦେଶରେ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ଉଭୟ ପକ୍ଷର ନୌସେନା ଧୀବରମାନଙ୍କୁ ପରସ୍ପରକୁ ଫେରାଇ ଦେଇଥାନ୍ତି।

Share