୫୪ ଓ୍ବାର୍ଡରୁ ଉଠିବନି ଅଳିଆ

ଭୁବନେଶ୍ୱର, ୧।୧୧ (ବ୍ୟୁରୋ):ସହରରେ ସଫେଇ ବ୍ୟବସ୍ଥାକୁ ନେଇ ଡିଣ୍ଡିମ ପିଟୁଥିବା ବିଏମ୍‌ସିରେ ଥିବା ଅବ୍ୟବସ୍ଥା ପୁଣିଥରେ ପଦାରେ ପଡିଛି। କିଛିଦିନ ବ୍ୟବଧାନରେ ସଫେଇ କର୍ମୀ ଏବଂ ବିଏମ୍‌ସି ଅଧିକାରୀଙ୍କ ମଧ୍ୟରେ ମୁହଁାମୁହିଁ ସ୍ଥିତି ଉପୁଜିବାକୁ ଯାଉଛି। ସଫେଇ ସଂଘ ସହିତ ଆଲୋଚନା ନ କରି ବିଏମ୍‌ସି ବିଭିନ୍ନ ଓ୍ବାର୍ଡରେ ରାତ୍ରିକାଳୀନ ସଫେଇ ଆରମ୍ଭ କରିଥିଲା। ମାତ୍ର ବିଏମ୍‌ସିର ଏଭଳି ନିଷ୍ପତ୍ତିକୁ ବିରୋଧ କରି ମଙ୍ଗଳବାର ବିଏମ୍‌ସି ସଫେଇ ମଜଦୁର ସଂଘ ପକ୍ଷରୁ ବିଏମ୍‌ସି କାର୍ଯ୍ୟାଳୟ ଘେରାଉ କରାଯିବ। ଏଥିସହ ମଙ୍ଗଳବାର ୫୪ଟି ଓ୍ବାର୍ଡରେ ସଫେଇ କାର୍ଯ୍ୟ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଢାଞ୍ଚାରେ ଭୁବନେଶ୍ୱରରେ ରାତ୍ରିକାଳୀନ ସଫେଇ ଆରମ୍ଭ କରିଯାଇଛି। ସଫେଇ ସମୟରେ ଆଲୋକ ବ୍ୟବସ୍ଥା ରହିବା ସହ ବିଏମ୍‌ସି କର୍ମଚାରୀ ଉପସ୍ଥିତ ରହିବେ ବୋଲି କୁହାଯାଇଥିଲା। ଏଥିସହ ରାତ୍ରି ସମୟରେ ପୋଲିସ ପାଟ୍ରୋଲିଂ କରୁଥିବାରୁ କୌଣସି ଦୁର୍ଘଟଣା ଘଟିବ ନାହିଁ ବୋଲି ଆଶ୍ୱାସନା ଦିଆଯାଇଥିଲା। ମାତ୍ର ଏସବୁ ବ୍ୟବସ୍ଥା କେବଳ ଘୋଷଣାରେ ସୀମିତ ରହିଛି। ସଫେଇ କର୍ମଚାରୀଙ୍କ ମଧ୍ୟରେ ଅଧାରୁ ଅଧିକ ମହିଳା କର୍ମଚାରୀ ଥିବାବେଳେ ସେମାନଙ୍କ ସୁରକ୍ଷା ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇ ନାହିଁ। ଯାହାଫଳରେ ବିଳମ୍ବିତ ରାତିରେ ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର ଘଟଣା ସାମ୍ନାକୁ ଆସିଛି। ସେହିପରି ଯେଉଁ କର୍ମଚାରୀମାନେ ରାତିରେ କାମ କରିବେ ନାହିଁ ସେମାନଙ୍କୁ ଦିନରେ କାମ କରିବାକୁ ଦିଆଯିବ ନାହଁି ବୋଲି କୁହାଯାଉଛି। ତେଣୁ ଏ ସବୁର ପ୍ରତିବାଦ ସ୍ବରୂପ ସଂଘ ପକ୍ଷରୁ ବିଏମ୍‌ସି ଘେରାଉ କରାଯିବ। ସଂଘର ସମସ୍ତ କର୍ମଚାରୀ ମାଉସୀ ମା’ ଛକଠାରେ ଏକତ୍ରିତ ହେବା ପରେ ସେଠାରୁ ବିଏମ୍‌ସି କାର୍ଯ୍ୟାଳୟ ଅଭିମୁଖେ ବାହାରିବେ ବୋଲି ସୂଚନା ଦିଆଯାଇଛି।
ସଂଘର ସାଧାରଣ ସମ୍ପାଦକ ସହଦେବ ନାୟକଙ୍କ ଅଭିଯୋଗ ଅନୁଯାୟୀ, ରାତ୍ରିକାଳୀନ ସଫେଇ କଲେ ଅଧିକ ଦରମା ମିଳିବ ବୋଲି ବିଏମ୍‌ସି ପ୍ରତିଶ୍ରୁତି ଦେଇଥିଲା। ତେଣୁ ଆମେମାନେ କାମ କରିବାକୁ ରାଜି ହୋଇଥିଲୁ। ମାତ୍ର ରାତିରେ କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଉ ନ ଥିବାବେଳେ ଅନେକ ସମୟରେ କର୍ପୋରେଟରମାନେ ସେମାନଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ବିଶେଷକରି ଓ୍ବାର୍ଡ ନଂ ୫୯, ୬୦ ଏବଂ ୬୧ର କର୍ପୋରେଟର, ଓ୍ବାର୍ଡ ଅଫିସରମାନେ କର୍ମଚାରୀମାନଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିବା ସହ ନାଲିଆଖି ଦେଖାଉଛନ୍ତି। ସେହିପରି ସଫେଇ ସଂସ୍ଥା ଗ୍ରୀନ୍‌ ସର୍କଲର ସୁପରଭାଇଜରମାନେ ମଧ୍ୟ ସମାନ ଆଚରଣ ପ୍ରଦର୍ଶନ କରୁଛନ୍ତି। ରବିବାର ଓ୍ବାର୍ଡ ନଂ ୬୦ରେ ଯେଉଁମାନେ ରାତ୍ରି ସଫେଇ କରି ନ ଥିଲେ ସେମାନଙ୍କୁ ଦିନରେ କାମ କରିବାକୁ ଦିଆଗଲା ନାହିଁ। ଗୋଟେପଟେ ବିଏମ୍‌ସି ସଂଘ ସହ ଆଲୋଚନା ନ କରି ମନମୁଖୀ ଘୋଷଣା କରୁଥିବାବେଳେ କର୍ମଚାରୀଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେଉନାହିଁ। ତେଣୁ ଏହାର ପ୍ରତିବାଦ ସ୍ବରୂପ ଆମେ ରାସ୍ତାକୁ ଓହ୍ଲାଇବୁ ବୋଲି ସହଦେବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri