ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ପକ୍ଷରୁ ୫୩ତମ ଜାତୀୟ ସୁରକ୍ଷା ସପ୍ତାହ

ଭୁବନେଶ୍ୱର,୨୩।୩: ଆର୍ସଲରମିତ୍ତଲ ନିପ୍ପନ୍‌ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ପକ୍ଷରୁ ୫୩ତମ ଜାତୀୟ ସୁରକ୍ଷା ସପ୍ତାହ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡ଼ିଶା ୟୁନିଟ୍‌ (ଓଡ଼ିଶା ଅପରେଶନ)ରେ ମଧ୍ୟ ୫୩ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ କରାଯାଇଥିଲା। ବିଶେଷକରି କମ୍ପାନୀର କର୍ମଚାରୀଙ୍କ ମଧ୍ୟରେ ସ୍ବାସ୍ଥ୍ୟ ଏବଂ ନିରାପତ୍ତା ଆଦି ଉପରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ ସହ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଉଲ୍ଲେଖଯୋଗ୍ୟ, କମ୍ପାନୀର ଓଡ଼ିଶା ୟୁନିଟ୍‌ ପକ୍ଷରୁ ଆୟୋଜିତ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମକୁ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ଓଡ଼ିଶା ଅପରେଶନ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେଶା ଜି ସୁରକ୍ଷା ପତାକା ଉତ୍ତୋଳନ ସହ ସପ୍ତାହବ୍ୟାପୀ ଉତ୍ସବକୁ ଶୁଭାରମ୍ଭ କରିଥିଲେ। ଅପରପକ୍ଷରେ ପରିବେଶ, ସାମାଜିକ ଏବଂ ଶାସନ (ଇଏସ୍‌ଜି) ଉତ୍କର୍ଷ ପାଇଁ ସୁରକ୍ଷା ନେତୃତ୍ୱ ଉପରେ ଧ୍ୟାନଦେବା ଉକ୍ତ କାର୍ଯ୍ୟକ୍ରମର ମୂଳ ବିଷୟବସ୍ତୁ ରହିଥିଲା ଏବଂ ଏହା ସହ କର୍ମକ୍ଷେତ୍ରରେ ନିରାପତ୍ତାକୁ ପ୍ରୋତ୍ସାହିତ କରିବା ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ଥିଲା ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଥିଲା। ଏପରିକି ପ୍ରଶାସନର ସୁରକ୍ଷା ପ୍ରତିଶ୍ରୁତି ସହିତ କାର୍ଯ୍ୟକ୍ରମର ଆରମ୍ଭ ସହ କାରଖାନା ପରିସରରେ ଏକ ରାଲିର ଆୟୋଜନ କରାଯାଇଥିଲା। ଏ ସମ୍ପର୍କରେ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ଓଡ଼ିଶା ଅପରେଶନ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେଶା ଜି କହିଛନ୍ତି, ବୃତ୍ତିଗତ ସ୍ବାସ୍ଥ୍ୟ ଏବଂ ନିରାପତ୍ତା ଆମର ପ୍ରାଥମିକତା ହୋଇଥିଲାବେଳେ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ କାରଖାନାର କର୍ମଚାରୀ ଏବଂ ଶ୍ରମିକମାନଙ୍କ ପାଇଁ ସ୍ବାସ୍ଥ୍ୟ ଏବଂ ନିରାପତ୍ତା ସ୍ଥିତିର ଏକ ଆଦର୍ଶସ୍ତର ସ୍ଥିର କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛି। ଏପରିକି ବିଭିନ୍ନ ଆଚରଣ ଭିତ୍ତିକ ଅଧିବେଶନ, କ୍ରସ୍‌ ସପ ଫ୍ଲୋର ଅଡିଟ୍‌ ଏବଂ ସର୍ବୋତ୍ତମ ସୁରକ୍ଷାକୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ପୁରସ୍କାର ଏବଂ ସ୍ବୀକୃତି ପ୍ରଦାନ କରି ଆମେ ସ୍ବାସ୍ଥ୍ୟ ଏବଂ ନିରାପତ୍ତାରେ ସାମଗ୍ରିକ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛୁ। ଏହି ଅବସରରେ ପେଲେଟ ପ୍ଲାଣ୍ଟ ହେଡ୍‌ ୟୁଏସ୍‌ଆର୍‌ ରାଜୁ, ପାୱାର ପ୍ଲାଣ୍ଟ ହେଡ୍‌ ସରୋଜ ପଟ୍ଟନାୟକ ଏବଂ ହେଡ୍‌-ଅପରେଶନ୍ସ ସି. ଏ. ହରିପ୍ରସାଦ କର୍ମଚାରୀଙ୍କ ସହ ସ୍ବାସ୍ଥ୍ୟ ଏବଂ ସୁରକ୍ଷା ଦଳ ଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ପରିଶେଷର ସ୍ବାସ୍ଥ୍ୟ ଏବଂ ସୁରକ୍ଷା ମୁଖ୍ୟ ସଞ୍ଜୀବ ମୁଦୁଲି ସ୍ବାସ୍ଥ୍ୟ ଏବଂ ନିରାପତ୍ତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ କର୍ମକ୍ଷେତ୍ରକୁ ସୁସ୍ଥ ଏବଂ ନିରାପଦ କରିବାରେ କର୍ମଚାରୀମାନଙ୍କୁ ଦାୟିତ୍ୱ ଗ୍ରହଣ କରିବା ସହ ପରସ୍ପରକୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri