ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ପକ୍ଷରୁ ୫୩ତମ ଜାତୀୟ ସୁରକ୍ଷା ସପ୍ତାହ

ଭୁବନେଶ୍ୱର,୨୩।୩: ଆର୍ସଲରମିତ୍ତଲ ନିପ୍ପନ୍‌ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ପକ୍ଷରୁ ୫୩ତମ ଜାତୀୟ ସୁରକ୍ଷା ସପ୍ତାହ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡ଼ିଶା ୟୁନିଟ୍‌ (ଓଡ଼ିଶା ଅପରେଶନ)ରେ ମଧ୍ୟ ୫୩ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ କରାଯାଇଥିଲା। ବିଶେଷକରି କମ୍ପାନୀର କର୍ମଚାରୀଙ୍କ ମଧ୍ୟରେ ସ୍ବାସ୍ଥ୍ୟ ଏବଂ ନିରାପତ୍ତା ଆଦି ଉପରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ ସହ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଉଲ୍ଲେଖଯୋଗ୍ୟ, କମ୍ପାନୀର ଓଡ଼ିଶା ୟୁନିଟ୍‌ ପକ୍ଷରୁ ଆୟୋଜିତ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମକୁ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ଓଡ଼ିଶା ଅପରେଶନ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେଶା ଜି ସୁରକ୍ଷା ପତାକା ଉତ୍ତୋଳନ ସହ ସପ୍ତାହବ୍ୟାପୀ ଉତ୍ସବକୁ ଶୁଭାରମ୍ଭ କରିଥିଲେ। ଅପରପକ୍ଷରେ ପରିବେଶ, ସାମାଜିକ ଏବଂ ଶାସନ (ଇଏସ୍‌ଜି) ଉତ୍କର୍ଷ ପାଇଁ ସୁରକ୍ଷା ନେତୃତ୍ୱ ଉପରେ ଧ୍ୟାନଦେବା ଉକ୍ତ କାର୍ଯ୍ୟକ୍ରମର ମୂଳ ବିଷୟବସ୍ତୁ ରହିଥିଲା ଏବଂ ଏହା ସହ କର୍ମକ୍ଷେତ୍ରରେ ନିରାପତ୍ତାକୁ ପ୍ରୋତ୍ସାହିତ କରିବା ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ଥିଲା ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଥିଲା। ଏପରିକି ପ୍ରଶାସନର ସୁରକ୍ଷା ପ୍ରତିଶ୍ରୁତି ସହିତ କାର୍ଯ୍ୟକ୍ରମର ଆରମ୍ଭ ସହ କାରଖାନା ପରିସରରେ ଏକ ରାଲିର ଆୟୋଜନ କରାଯାଇଥିଲା। ଏ ସମ୍ପର୍କରେ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ଓଡ଼ିଶା ଅପରେଶନ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେଶା ଜି କହିଛନ୍ତି, ବୃତ୍ତିଗତ ସ୍ବାସ୍ଥ୍ୟ ଏବଂ ନିରାପତ୍ତା ଆମର ପ୍ରାଥମିକତା ହୋଇଥିଲାବେଳେ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ କାରଖାନାର କର୍ମଚାରୀ ଏବଂ ଶ୍ରମିକମାନଙ୍କ ପାଇଁ ସ୍ବାସ୍ଥ୍ୟ ଏବଂ ନିରାପତ୍ତା ସ୍ଥିତିର ଏକ ଆଦର୍ଶସ୍ତର ସ୍ଥିର କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛି। ଏପରିକି ବିଭିନ୍ନ ଆଚରଣ ଭିତ୍ତିକ ଅଧିବେଶନ, କ୍ରସ୍‌ ସପ ଫ୍ଲୋର ଅଡିଟ୍‌ ଏବଂ ସର୍ବୋତ୍ତମ ସୁରକ୍ଷାକୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ପୁରସ୍କାର ଏବଂ ସ୍ବୀକୃତି ପ୍ରଦାନ କରି ଆମେ ସ୍ବାସ୍ଥ୍ୟ ଏବଂ ନିରାପତ୍ତାରେ ସାମଗ୍ରିକ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛୁ। ଏହି ଅବସରରେ ପେଲେଟ ପ୍ଲାଣ୍ଟ ହେଡ୍‌ ୟୁଏସ୍‌ଆର୍‌ ରାଜୁ, ପାୱାର ପ୍ଲାଣ୍ଟ ହେଡ୍‌ ସରୋଜ ପଟ୍ଟନାୟକ ଏବଂ ହେଡ୍‌-ଅପରେଶନ୍ସ ସି. ଏ. ହରିପ୍ରସାଦ କର୍ମଚାରୀଙ୍କ ସହ ସ୍ବାସ୍ଥ୍ୟ ଏବଂ ସୁରକ୍ଷା ଦଳ ଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ପରିଶେଷର ସ୍ବାସ୍ଥ୍ୟ ଏବଂ ସୁରକ୍ଷା ମୁଖ୍ୟ ସଞ୍ଜୀବ ମୁଦୁଲି ସ୍ବାସ୍ଥ୍ୟ ଏବଂ ନିରାପତ୍ତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ କର୍ମକ୍ଷେତ୍ରକୁ ସୁସ୍ଥ ଏବଂ ନିରାପଦ କରିବାରେ କର୍ମଚାରୀମାନଙ୍କୁ ଦାୟିତ୍ୱ ଗ୍ରହଣ କରିବା ସହ ପରସ୍ପରକୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?