ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୩୪ ପଜିଟିଭ୍‌

ଭୁବନେଶ୍ୱର,୧୯।୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪୭ ଜଣ ପିଲା ଅଛନ୍ତି। ସେହିପରି ୩୧୦ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୨୨୪ ଲୋକାଲ କେସ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୯୩ ଥିବା ବେଳେ ଅନୁଗୋଳରୁ ୧୧, ବାଲେଶ୍ୱରରୁ ୧୫, ବରଗଡ଼ରୁ ୮, ଭଦ୍ରକରୁ ୬, ବଲାଙ୍ଗୀରରୁ ୫, ବୌଦ୍ଧରରୁ ୮, କଟକରୁ ୧୫, ଦେବଗଡ଼ରୁ ୨, ଢେଙ୍କାନାଳରୁ ୩, ଗଜପତିରୁ ୨୪ , ଗଞ୍ଜାମରୁ ୩, ଜଗତସିଂହପୁରରୁ ୫, ଯାଜପୁରରୁ ୨୬, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୧୩, କନ୍ଧମାଳରୁ ୪, କେନ୍ଦ୍ରାପଡ଼ାରୁ ୫, କେନ୍ଦୁଝରରୁ ୮,କୋରାପୁଟରୁ ୧୭, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୧୪, ନବରଙ୍ଗପୁରରୁ ୫, ନୟାଗଡ଼ରୁ ୨୧, ନୂଆପଡ଼ାରୁ ୧୦, ପୁରୀରୁ ୮, ରାୟଗଡ଼ାରୁ ୩୨, ସମ୍ବଲପୁରରୁ ୧୭, ସୋନପୁରରୁ ୧୦, ସୁନ୍ଦରଗଡ଼ରୁ ୧୨୧ ଏବଂ ଷ୍ଟେଟ ପୁଲ୍‌ରୁ୧୮ଜଣ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।