କୁଲେଇରେ ୫୨ ହାତୀ

ପରଜଙ୍ଗ, ୨୨।୧୨(ଡି.ଏନ.ଏ.): କିଛିଦିନର ବ୍ୟବଧାନ ପରେ ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତ କୁଲେଇ ଗ୍ରାମରେ ହାତୀ ଆତଙ୍କ ଦେଖାଦେଇଛି। ତାଳଚେର ଅଞ୍ଚଳରୁ ବ୍ରାହ୍ମଣୀ ନଦୀ ପାର୍‌ ହୋଇ ମହାବିରୋଡ ରେଞ୍ଜ୍‌ରେ ପ୍ରବେଶ କରିଥିବା ୫୨ ହାତୀ ଖଳା ମୁହଁା ହୋଇଛନ୍ତି। ଜମିରେ ପ୍ରାୟ ଧାନ କଟା ସରିଯାଇଥିବାବେଳେ ଚାଷୀମାନେ ଖଳାରେ ଫସଲ ସାଇତି ରଖିଛନ୍ତି। ହାତୀପଲ ଏବେ ଖଳା ଉପରେ ନଜର ପକାଇଥିବାରୁ ଚାଷୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ଉକ୍ତ ହାତୀପଲ ବ୍ରାହ୍ମଣୀ ନଦୀ ପାର୍‌ ହୋଇ ପରଜଙ୍ଗ ଏବଂ ତାଳଚେର ଅଞ୍ଚଳକୁ ଯିବାଆସିବା କରୁଛନ୍ତି। ଚାରିଦିନ ତଳେ ସେମାନେ ପରଜଙ୍ଗ ଅଞ୍ଚଳକୁ ଆସିଥିଲେ। ଦିନଟିଏ ରହିବା ପରେ ପୁଣି ଫେରିଯାଇଥିଲେ। ଏବେ ପୁନର୍ବାର ସେମାନେ କୁଲେଇ ଅଞ୍ଚଳରେ ପ୍ରବେଶ କରିଛନ୍ତି। ଜିଏମ୍‌ ଆଇରନ୍‌ ପ୍ଲାଣ୍ଟ ଦେଇ ହାତୀପଲ ଗ୍ରାମ ଭିତରକୁ ପଶିବାକୁ ଉଦ୍ୟମ କରୁଥିବାବେଳେ ରଙ୍ଗଥଳି ବିଟ୍‌ର ହାତୀ ସ୍କ୍ବାଡ୍‌ କର୍ମଚାରୀ ଗ୍ରାମବାସୀଙ୍କ ସହାୟତାରେ ସେମାନଙ୍କୁ କୁଆଳୋ ପଞ୍ଚାୟତ ଆଡ଼କୁ ଘଉଡ଼ାଇ ଦେଇଥିଲେ। ଉକ୍ତ ହାତୀପଲରେ ଏକାଧିକ ଦନ୍ତା ଅଛନ୍ତି। ସେମାନଙ୍କ ଗର୍ଜନରେ ଅଞ୍ଚଳ ଥରହର ହେଉଛି। ହାତୀମାନେ ରାସ୍ତା ଉପରକୁ ଚାଲି ଆସି ଛିଡ଼ା ହୋଇ ରହୁଥିବାରୁ ଯାତାୟାତ ପ୍ରଭାବିତ ହେଉଛି। ରାତିଅଧରେ ହାତୀପଲ ଖାଦ୍ୟ ଅନ୍ବେଷଣରେ ଖଳାରେ ପଶିବାର ଆଶଙ୍କା ରହିଛି। ଫଳରେ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ଅନ୍ୟପଟେ ବନ କର୍ମଚାରୀମାନେ ହାତୀଙ୍କ ଉପରେ ନଜର ରଖିଛନ୍ତି। ଜିଲା ବନ ବିଭାଗ ଉକ୍ତ ହାତୀଙ୍କୁ ନଦୀ ପାର୍‌ କରାଇବା ଲାଗି ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିରିଜ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଏନଏଚ ୨୦ର ଧୃପଦା ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ...

ସହରରେ ପଶିଲା ବାର୍‌ହା, ବଢିଲା ଭୟ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜିଲା କୋର୍ଟ ନିକଟ ମାର୍କେଟ କମ୍ପ୍ଲେକ୍ସର ଆପୋଲ ମେଡିସିନ ଦୋକାନ ଭିତରେ ମଙ୍ଗଳବାର ଏକ ବଣୁଆ ବାର୍‌ହା ହଠାତ୍‌...

ଜଙ୍ଗଲ ଜମିରୁ ମୋରମ ଲୁଟ୍‌

କୋରେଇ,୧୬।୪(ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ରଗ ଅଞ୍ଚଳରେ ଦିନକୁ ଦିନ ରାଜସ୍ବ ଲୁଟ୍‌ ବୃଦ୍ଧି ପାଉଛି । ନିକଟସ୍ଥ ଜଙ୍ଗଲ ଜମିରୁ ମୋରମ...

ସ୍କ୍ବାଡ୍‌ ଗଠନ ହୋଇଛି, ପ୍ରଶାସନିକ ଚଢ଼ାଉ ନାହିଁ

କେନ୍ଦ୍ରାପଡ଼ା, ୧୬ା୪ (ଜଗନ୍ନାଥ ଧଳ):କେନ୍ଦ୍ର ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ପରିବାର ସର୍ବେକ୍ଷଣ ରିପୋର୍ଟକୁ ନେଇ ସାମାଜିକ ଗଣମାଧ୍ୟମରେ ଆଲୋଚନା ଆରମ୍ଭ ହୋଇଛି। ଜାତୀୟ ହାର ତୁଳନାରେ...

ସମସ୍ୟା ଘେରରେ ପଟ୍ଟାମୁଣ୍ଡାଇ ବ୍ଲକ, ମ୍ୟୁନିସିପାଲିଟି

ପଟ୍ଟାମୁଣ୍ଡାଇ, ୧୬ା୪(କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲାର ରାଜନଗର ଏକ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ-ରାଜନଗର ଅଞ୍ଚଳକୁ ନେଇହୋଇଛି। ହେଲେ ପଟ୍ଟାମୁଣ୍ଡାଇ ବ୍ଲକ ଓ ମ୍ୟୁନିସିପାଲିଟି ଅବହେଳିତ ଅବସ୍ଥାରେ ରହିଛି।...

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ...

ଏହି କାରଣରୁ ଅଟକିଛି ଭାଜପା ପ୍ରାର୍ଥୀ ଘୋଷଣା

ପାଟଣା,୧୬ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ବିଧାୟକ ଜଗନ୍ନାଥ ନାଏକଙ୍କୁ ବିଜେଡି ପ୍ରାର୍ଥୀ କରିଛି। କଂଗ୍ରେସ ରବିବାର ଏଠାରୁ ୫ଥର ପ୍ରତିନିଧିତ୍ୱ...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri