Categories: ଜାତୀୟ

ଆଜି ଦେଶରେ ୫୧,୬୬୭ କରୋନା ଆକ୍ରାନ୍ତ ଚିହ୍ନଟ, ୧୩୨୯ ମୃତ

ନୂଆଦିଲ୍ଲୀ,୨୫ା୬: ଗତ ୨୪ ଘଣ୍ଟାରେ ଦେଶରୁ ୫୧,୬୬୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୬୪,୫୨୭ ଜଣ ରୋଗୀ କରୋନାରୁ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧ଲକ୍ଷ ୩୪ ହଜାର ୪୪୫ରେ ପହଞ୍ଚିଥିବାବେଳେ ୬,୧୨, ୮୬୮ଟି ଆକ୍ଟିଭ୍‌ କେସ୍‌ ରହିଛି।

ସେହିପରି ଆଜି ଦିନକରେ ୧୩୨୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ୍‌ କରୋନା ଜନିତ ମୃତ୍ୟୁସଂଖ୍ୟା ୩,୯୩,୩୧୦ ରହିଛି।

୨,୯୧,୨୮,୨୬୭ ଜଣ କରୋନାରୁ ସୁସ୍ଥ ହେଇଥିବା ବେଳେ ଦେଶରେ ଏପର୍ଯ୍ୟନ୍ତ ୩୦,୭୯,୪୮,୭୪୪ ଜଣ ଲୋକ ଟିକା ନେଇଛନ୍ତି।

Share