ଶ୍ୱେତପତ୍ରରେ ନାହିଁ ତୁଳନାତ୍ମକ ଚିତ୍ର: ନରସିଂହ

ଭୁବନେଶ୍ୱର, ୩୦।୭(ବ୍ୟୁରୋ): ବିଧାନସଭାରେ ସୋମବାର ଗୃହ ଏବଂ ସାଧାରଣ ପ୍ରଶାସନ ବିଭାଗ ଖର୍ଚ୍ଚ ଦାବି ଉପରେ ଆଲୋଚନା କରାଯାଇଛି। ଏହି ଅବସରରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ଥିବା ସରକାର କହୁଛନ୍ତି। ହେଲେ କେଉଁ ଆଧାରରେ ଏହା କହୁଛନ୍ତି ତାହା କହିବା ଗୃହ ବିଭାଗ ପକ୍ଷରୁ ଗତବର୍ଷ ଶ୍ୱେତପତ୍ରରେ କିଛି ଅଲଗା ଚିତ୍ର ରଖିଥିଲେ। ଏକ ତୁଳନାତ୍ମକ ଚିତ୍ର ଦିଆଯାଇଥିଲା, ଯେଉଁଥିରୁ ରାଜ୍ୟର କେଉଁ ଅପରାଧ ବୃଦ୍ଧି ପାଉଛି ଏବଂ ହ୍ରାସ ପାଉଛି ତାହା ଜଣାପଡୁଥିଲା। ହେଲେ ଏଥର ଶ୍ୱେତପତ୍ରରେ କିଛି ଅଲଗା ଅଛି। ଏଥର କୌଣସି ଅପରାଧର ତୁଳନାତ୍ମକ ଚିତ୍ର ଦର୍ଶାଯାଇନାହିଁ। ଫଳରେ ସେଥିରୁ ସ୍ପଷ୍ଟ କିଛି ବୁଝାପଡୁ ନାହିଁ, ଏଥିରେ କିଛି ଲୁଚାଇବାକୁ ଚେଷ୍ଟା କରାଯାଇଛି। ନାବାଳିକା ବଳାତ୍କାର ସମ୍ପର୍କରେ ଆଲୋଚନା ବେଳେ ଏହା ହ୍ରାସ ପାଇଥିବା ମୁଖ୍ୟମନ୍ତ୍ରୀ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଥିଲେ। ମାତ୍ର ଏହା କେଉଁଠାରେ କମିଲା ତାହା ଜଣାପଡୁନାହିଁ ବୋଲି ନରସିଂହ କହିଛନ୍ତି। ଅନ୍ୟପଟେ ରାଜ୍ୟରେ ସାଇବର କ୍ରାଇମ ବଢିବାରେ ଲାଗୁଛି। ତେଣୁ ସବୁ ଜିଲାରେ ସାଇବର ପୋଲିସ ଷ୍ଟେଶନ କରାଯିବା ଆବଶ୍ୟକ। ବହୁ ଜାଗାରେ ଗଣବଳାତ୍କାର କରାଯାଉଛି ଏବଂ ଏହାପରେ ତାକୁ ଭାଇରାଲ କରାଯାଉଛି। ରାଜ୍ୟରେ ଯେତେସବୁ ପୋଲିସ ପଦବୀ ଖାଲି ରହିଛି ତାହାକୁ ତୁରନ୍ତ ପୂରଣ କରାଯାଉ। ଯଦି ସରକାର କାଳିଆ ପାଇଁ ସବୁକିଛି କରିପାରୁଛନ୍ତି ତେବେ ମଣିଷର ଜୀବନ ରକ୍ଷା କରିବାକୁ ଯାହା ଆବଶ୍ୟକ ତାହା କାହିଁକି କରିବେ ନାହିଁ ବୋଲି ସେ କହିଛନ୍ତି। ୨୦୦୯ ମସିହାରୁ ଖଣି ଦୁର୍ନୀତି ସମ୍ପର୍କରେ ବହୁ ଆଲୋଚନା ହେଲା। ଏନେଇ ହାଇକୋର୍ଟରେ ପିଆଇଏଲ୍‌ ମଧ୍ୟ ଦାଖଲ କରାଗଲା ଏବଂ ଏହି ଦୁର୍ନୀତିର ସିବିଆଇ ତଦନ୍ତ କରିବା ଲାଗି ଦାବି ହୋଇଥିଲା। ମାତ୍ର ଏହାପରେ ଦିଲ୍ଲୀରୁ ଓକିଲ ଆଣି ଲିଜଧାରୀଙ୍କୁ ବଞ୍ଚାଇବାକୁ ଉଦ୍ୟମ ଚାଲିଲା। ଏଥିପାଇଁ ସେହି ଓକିଲଙ୍କୁ ଦୈନିକ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ପ୍ରଦାନ କରାଗଲା। ମାତ୍ର ଏ ପର୍ଯ୍ୟନ୍ତ ରାୟ ପ୍ରକାଶ କରାଗଲାନାହିଁ ବୋଲି ସେ କହିଛନ୍ତି। ଭୁବନେଶ୍ୱରରେ ଏକ ବଡ ଧରଣର ଜମି ଦୁର୍ନୀତି ହୋଇଛି। ଜଣେ ୫ ଏକର ଜମି ସରକାରଙ୍କଠାରୁ ହୋଟେଲ କରିବା ନାଁରେ ନେଇଥିଲେ। ହେଲେ ସେହି ସ୍ଥାନରେ ଏ ପର୍ଯ୍ୟନ୍ତ ହୋଟେଲ କରାଯାଇନାହିଁ। ମୁଖ୍ୟମନ୍ତ୍ରୀ ଏକ ଉତ୍ତରରେ କହିଥିଲେ, ଯଦି କେହି ସରକାରଙ୍କଠାରୁ ହୋଟେଲ କରିବା ପାଇଁ ଜମି ନେଇ ତାହା ନ କରିବେ, ତେବେ ସେହି ଜମି ସରକାରଙ୍କ ନିକଟକୁ ଫେରିଆସିବ। ହେଲେ ତାହା କରାଯାଉ ନାହିଁ। ଜମି ନେଇଥିବା ଲୋକ ହୋଟେଲ ନାଁରେ ସେହି ସ୍ଥାନରେ ଆଉ କିଛି କରିବାକୁ ଚେଷ୍ଟା କରୁଛନ୍ତି, ତେଣୁ ଏଥିରୁ ଭିଜିଲାନ୍ସ କେମିତି କାର୍ଯ୍ୟ କରୁଛି ତାହା ସ୍ପଷ୍ଟ ହୋଇଯାଇଛି ବୋଲି ନରସିଂହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ଓଡ଼ିଶା ବଜାରରେ ବିକ୍ରି ହେଉଛି ନିମ୍ନମାନର କ୍ଷୀର, ଆପଣ କିଣୁନାହାନ୍ତି ତ ?

ଭୁବନେଶ୍ବର,୧୮।୨: ରାଜ୍ୟରେ ବିକ୍ରି ହେଉଛି ନିମ୍ନ ମାନର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ। ଏନେଇ ବୁଧବାର ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ…

ସରକାରଙ୍କ ବଡ ପଦକ୍ଷେପ: ରସୁଲଗଡ଼ରେ ହେବ ୫୦୦ ମିଟରର ସ୍କାଏୱାକ୍‌

ଭୁବନେଶ୍ବର,୧୮।୨: ରାଜଧାନୀର ଜାତୀୟ ରାଜପଥ-୧୬ରେ ଆଉ ରହିବନି ଦୁର୍ଘଟଣାର ଭୟ। ପଥଚାରୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ବା NHAI। ପଳାଶୁଣିରୁ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

ବ୍ୟବସାୟୀଙ୍କ ଘରୁ ଚୋରି କରି ଧରାପଡ଼ିଲେ

ଖଡ଼ିଆଳ,୧୮।୨: ନୂଆପଡ଼ା ଜିଲା ୧୧ ନମ୍ବର ୱାର୍ଡ ପୁଟୁପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିଲା। ପୋଲିସ ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri