Categories: ଜାତୀୟ

କଂଗ୍ରେସକୁ ଗୋଟିଏ ବି ଭୋଟ ମିଳି ନ ଥିବା ବୁଥ ଅଧ୍ୟକ୍ଷଙ୍କୁ ମିଳିବ ୫୧ ହଜାର ପୁରସ୍କାର: ବିଜୟଭର୍ଗୀୟ…

ଭୋପାଳ,୭।୧୦ : ମଧ୍ୟପ୍ରଦେଶରେ ଭାରତୀୟ ଜନତା ପାର୍ଟି ନେତା କୈଳାସ ବିଜୟଭର୍ଗୟଙ୍କ ବିବୃତ୍ତି ପୁଣି ଥରେ ଚର୍ଚ୍ଚାରେ ରହିଛି। ସେ କହିଛନ୍ତି ଯଦି କଂଗ୍ରେସ ମତଦାନ କେନ୍ଦ୍ରରେ ଗୋଟିଏ ବି ଭୋଟ ନ ପାଏ ତେବେ ଭାଜପାର ସମ୍ପୃକ୍ତ ବୁଥ ଅଧ୍ୟକ୍ଷଙ୍କୁ ୫୧ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ଭାଜପାକୁ ଆଶୀର୍ବାଦ ଦିଅନ୍ତୁ ଯେଭଳି କଂଗ୍ରେସକୁ ଏଥର ୱାର୍ଡରୁ ଗୋଟିଏ ବି ଭୋଟ ମିଳିବା ଉଚିତ ନୁହେଁ। ତେଣୁ ମୁଁ ପୁରସ୍କାର ଘୋଷଣା କରିଛି।

ଭାରତୀୟ ଜନତା ପାର୍ଟି ଆଗାମୀ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଇନ୍ଦୋର- ୧ ଆସନରୁ ବିଜୟଭର୍ଗୀଙ୍କୁ ପ୍ରାର୍ଥୀ କରିଛି। ସେ ଏବେ ଦଳର ଜାତୀୟ ମହାସଚିବ ଅଛନ୍ତି। ସେ ଇନ୍ଦୋର ଏବଂ ଅନ୍ୟାନ୍ୟ ଆସନରୁ ୬ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ଦଳ ତାଙ୍କୁ ଟିକେଟ ଦେବା ପରଠାରୁ ତାଙ୍କ ବିବୃତ୍ତି ଚର୍ଚ୍ଚାରେ ରହିଛି। ଏହାପୂର୍ବରୁ ସେ ଟିକେଟ ପାଇ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ଏବଂ ନିଜକୁ ଜଣେ ବଡ ନେତା ଭାବେ ବର୍ଣ୍ଣନା କରିଥିଲେ।
କାହାର ନାମ ନ ନେଇ ସେ କହିଛନ୍ତି ଆମର ପ୍ରତିଦ୍ୱନ୍ଦ୍ୱୀ ଏହି ଅଞ୍ଚଳର ଲୋକମାନଙ୍କୁ ତାଙ୍କ ପରିବାର ବୋଲି କହି ପ୍ରାୟ ୨ ଲକ୍ଷ ଶାଢି ବଣ୍ଟନ କରିଛନ୍ତି। ତେବେ ଲୋକେ ବୁଝି ବିଚାରି ଭୋଟ ଦେବେ ।

Share