୫୧ ଲୋକଙ୍କୁ ପଥର ଫିଙ୍ଗି ମୃତ୍ୟୁ ଦଣ୍ଡାଦେଶ…

ତେହେରାନ, ୩୧।୫ : ଇରାନରେ, ୫୧ ଜଣଙ୍କୁ ପଥର ଫିଙ୍ଗି ମୃତ୍ୟୁ ଦଣ୍ଡାଦେଶ ନିର୍ଦ୍ଦେଶ ଜାରି କରାଯାଇଛି। ବୈବାହିକ ସମ୍ପର୍କରେ ନିଜ ସାଥୀଙ୍କୁ ପ୍ରତାରଣା କରିଥିବାରୁ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଏଭଳି ମୃତ୍ୟୁଦଣ୍ଡ ଦିଆଯାଇଛି। ଏହି ଲୋକମାନଙ୍କୁ ପଥର ଫିଙ୍ଗି ହତ୍ୟା କରାଯିବ। ଇରାନରେ ମାନବିକ ଅଧିକାରର ଉଲ୍ଲଂଘନ ସହ ଜଡିତ ଗୁପ୍ତ ଦଲିଲ ଲିକ ହେବା ପରେ ଏହି ତଥ୍ୟ ପ୍ରକାଶ ପାଇଛି। ଦୋଷୀମାନଙ୍କୁ ଶରିୟତ ନିୟମ ଅନୁଯାୟୀ ଦଣ୍ଡିତ କରାଯାଇଛି।

ଦ ସନ୍‌ର ରିପୋର୍ଟ ଅନୁଯାୟୀ ମୋଟ ୨୩ ମହିଳା ଏବଂ ୨୮ପୁରୁଷ ଏହି ଭୟଙ୍କର ଦଣ୍ଡକୁ ଅପେକ୍ଷା କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୨୦-୩୦ ବର୍ଷ ମଧ୍ୟରେ ରହିଛି। ଇରାନ ଏକ ଇସଲାମିକ ଦେଶ । ଏଠାରେ ଶରିୟତ ନିୟମ ଅନୁଯାୟୀ ଅପରାଧିଙ୍କୁ ଦଣ୍ଡିତ କରାଯାଇଥାଏ। ବ୍ୟଭିଚାର ପାଇଁ ଇସଲାମୀୟ ବିଚାରପତିମାନେ ଶୂନ୍ୟ-ସହନଶୀଳତାକୁ ଗୁରୁତ୍ୱ ପ୍ରଦାନ କରିଥାନ୍ତି। କୋରାନ ଅନୁୟାୟୀ ବ୍ୟଭିଚାରକୁ ଏକ ଗୁରୁତର ପାପ ବୋଲି ବିବେଚନା କରାଯାଏ।

 

ନିୟମ ଅନୁଯାୟୀ, ଯେଉଁମାନେ ଦଣ୍ଡ ପାଇବେ, ସେମାନଙ୍କୁ ପ୍ରଥମେ କପଡ଼ାରେ ଗୁଡ଼ାଇ ଦିଆଯିବ। ତା’ପରେ ସେମାନଙ୍କୁ ଅଣ୍ଟା ପର୍ଯ୍ୟନ୍ତ ବାଲିରେ ପୋତି ଦିଆଯିବ। ଅଣ୍ଟାର ଉପର ଅଂଶ ମାଟି ଉପରେ ରହି। ଏହାପରେ ଦଣ୍ଡାଦେଶ କରାଯାଇଥିବା ବ୍ୟକ୍ତିଙ୍କ ଉପରେ ମୃତ୍ୟୁ ପର୍ଯ୍ୟନ୍ତ ପଥର ମାଡ଼ କରାଯିବ। ଏହିପରି, ମୃତ୍ୟୁଦଣ୍ଡ ପାଇଥିବା ବ୍ୟକ୍ତିଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ତାରିଖ ନାହିଁ ।

ଏଭଳି ଦଣ୍ଡାଦେଶ ହୋଇଥିବା ଅପରାଧୀମାନଙ୍କୁ ମୃତ୍ୟୁକୁ ଅପେକ୍ଷା କରିଥାନ୍ତି। ଦଣ୍ଡାଦେଶର କୌଣସି ନିର୍ଦ୍ଦିଷ୍ଟ ତାରିଖ ନ ଥିବାରୁ ସେମାନଙ୍କ ମଧ୍ୟରେ ସର୍ବଦା ମୃତ୍ୟୁର ଭୟ ରହିଥାଏ। ଯେତେବେଳେ ସେମାନଙ୍କୁ ସରକାରୀ ଅଦତ୍କାରୀ ନେଇଯିବାକୁ ଆସନ୍ତି, ସେତେବେଳେ ସେମାନେ ସେମାନଙ୍କର ମୃତ୍ୟୁ ତାରିଖ ବିଷୟରେ ଜାଣନ୍ତି। ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଥିବା ଦେଶ ମଧ୍ୟରେ ଇରାନ ଆଗରେ ରହିଛି। ଇରାନରେ ସର୍ବାଧିକ ଫାଶୀ ଦଣ୍ଡାଦେଶ କରାଯାଇଥାଏ।

Share