କଟକରୁ ଆଉ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୩୦।୭-କଟକ ସହରରୁ ଗୁରୁବାର ଆଉ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪୦ଟି କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୧୧ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭ଜଣ ସରକାରୀ କ୍ୱାରାଣ୍ଟାଇନରେ ଥିବାବେଳେ ୩୩ଜଣ ହୋମ କ୍ୱାରାଣ୍ଟାଇନରେ ରହିଥିଲେ। ସେହିପରି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଷଣ୍ଢପୁରରୁ ଜଣେ, ଯୋବ୍ରା ଦାସସାହିରୁ୨ ଜଣ, ତେଲେଙ୍ଗା ବଜାରରୁ ଜଣେ, ସିଡିଏ ସେକ୍ଟର ୧୧ରୁ ଜଣେ, ମଠସାହିର ୫୯ ବର୍ଷୀୟ କରୋନା ଯୋଦ୍ଧା, ଦେଉଳ ସାହିର ୫୫ ବର୍ଷୀୟ କରୋନା ଯୋଦ୍ଧା। ଠିକ ସେହିପରି ତୁଳସୀପୁର ପୋଲିସ ଷ୍ଟେସନ ନିକଟରୁ ଜଣେ ୩୨ ବର୍ଷୀୟ ଯୁବକ, ବକ୍ସି ବଜାରରୁ ଜଣେ ୩୨ ଓ ୨୭ ବର୍ଷୀୟ କରୋନା ଯୋଦ୍ଧା, ଓଡିଆ ବଜାରରୁ ଜଣେ ୨୮ ବର୍ଷୀୟା ଯୁବତୀ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ସିଏମ୍‌ସି ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, କଟକ ସହରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୮୪ରେ ପହଁଚିଥିବା ବେଳେ ୩୨୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ୧୦ଜଣ ପ୍ରାଣ ହରାଇଥିବା ବେଳେ ୫୪୭ଟି ସକ୍ରିୟ କେସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମୁକାବିଲା: କଟକରୁ ୬୭୯ଟି ଗାଡ଼ି ଜବତ, ୯ ମାମଲା ରୁଜୁ

କଟକ ଅଫିସ,୧୫।୪: କରୋନା(କୋଭିଡ-୧୯) ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ନେଇ କେନ୍ଦ୍ରଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି।...

ଉପରାଷ୍ଟ୍ରପତିଙ୍କୁ ଭେଟିଲେ ସସ୍ମିତ ପାତ୍ର

ଭୁବନେଶ୍ୱର,୩୦ା୮(ବ୍ୟୁରୋ): ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ୍‌ ଧନକରଙ୍କୁ ଭେଟିଛନ୍ତି ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର। ରାଜ୍ୟ ସଭାରେ ବିଜେଡିର ଆଭିମୁଖ୍ୟ...

୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗିରଫ ହେଲେ ମା’-ପୁଅ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ରାଜଧାନୀସ୍ଥିିତ ଭରତପୁର କୋଲାଥିଆରୁ ସ୍ପେସାଲ ସ୍କ୍ବାଡ୍‌ ଟିମ୍‌ ଓ ଭରତପୁର ଥାନା ପୋଲିସ ଶୁକ୍ରବାର ଏକ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର...

ଦାୟିତ୍ୱ ନେଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ

ଭୁବନେଶ୍ୱର, ୧୯।୮(ବ୍ୟୁରୋ): ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ସୋମବାର ଦାୟିତ୍ୱ ନେଇଛନ୍ତି ଅସିତ ତ୍ରିପାଠୀ। କିଛି ଦିନ ତଳେ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସ୍ଥାନରେ...

ସଙ୍କଟରେ ରିୟଲ ଇଷ୍ଟେଟ୍‌: ୫ ବର୍ଷରେ ୫ ହଜାର କୋଟିର ପୁଞ୍ଜିନିବେଶକୁ ଝଟକା

ଭୁବନେଶ୍ୱର,୧୯ା୮(ବ୍ୟୁରୋ): ବିମୁଦ୍ରୀକରଣ, କରୋନା ମହାମାରୀ ଓ ଅନ୍ୟ କେତେକ ସମସ୍ୟା ଯୋଗୁ ରାଜ୍ୟର ଛୋଟ ବଡ଼ ୧୫ ହଜାରରୁ ଊର୍ଦ୍ଧ୍ୱ ଡେଭେଲପର ଏବଂ ରିୟଲ ଇଷ୍ଟେଟ...

ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟର କରୋନା ଯୋଦ୍ଧାଙ୍କୁ କରୋନା: ରୋଗୀଙ୍କ ଉପରେ କଟକଣା

ଖୋର୍ଦ୍ଧା ଅଫିସ,୧୪।୭: ଖୋର୍ଦ୍ଧା ଜିଲାରେ କାୟା ବିସ୍ତାର କରିବାରେ ଲାଗିଛି କରୋନା। ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟର ଜଣେ କରୋନା ଯୋଦ୍ଧା, ଡାକ୍ତର କରୋନା ଆକ୍ରାନ୍ତ ହୋଇଛନ୍ତି।...

ଧାନଚାଷ ନିମନ୍ତେ ମୌସୁମୀ ବର୍ଷାକୁ ଭରସା: ବିଳମ୍ବ ହେବାରୁ ଚାଷ କାର୍ଯ୍ୟରେ ବାଧା

ବୋଲଗଡ଼,୩ା୭(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅଞ୍ଚଳର ଚାଷୀ ମାନେ ଖରିଫ ଧାନ ଚାଷ ନିମନ୍ତେ ବିଶେଷ ଭାବେ ମୌସୁମୀ ବର୍ଷା ଉପରେ ନିର୍ଭର ବା ଭରସା...

ବାଲେଶ୍ୱରରୁ ୬ଜଣ କରିବେ ପ୍ଲାଜମା ଦାନ

ବାଲେଶ୍ୱର ଅଫିସ/ଜଳେଶ୍ୱର, ୮।୮(ସ୍ବ.ପ୍ର.)-ବାଲେଶ୍ୱର ଜିଲାର ବିଭିନ୍ନ ବ୍ଲକରୁ କରୋନା ଆକ୍ରାନ୍ତରୁ ସୁସ୍ଥ ହୋଇଥିବା ୬ଜଣ ବ୍ୟକ୍ତି ପ୍ଲାଜମା ଦାନ ପାଇଁ ଶୁକ୍ରବାର କଟକରେ ପାନ୍ଥନିବାସରେ ପହଞ୍ଚତ୍ଛନ୍ତି।...

Advertisement
Archives

Model This Week