Posted inଫୁରସତ

୫୦୦୦ ଟଙ୍କିଆ ପାନ, ଥରେ ଖାଇଲେ…

ଦିନେ ଅମିତାଭ ବଚ୍ଚନଙ୍କ ‘ଖଇକେ ପାନ ବନାରସଓ୍ବାଲା’ ଗୀତରୁ ବନାରସ୍‌ର ପାନ ପ୍ରସିଦ୍ଧ ହୋଇଯାଇଥିଲା। ହେଲେ ଏବେ ଆଉ ଏକ ପାନ ଲୋକପ୍ରିୟତା ହାସଲ କରିବାରେ ଲାଗିଛି। ତେବେ ସେ ବନାରସର ନୁହେଁ, ବରଂ ମହାରାଷ୍ଟ୍ର, ଔରଙ୍ଗାବାଦର। ଏହି ପାନର ବିଶେଷତ୍ୱ ହେଉଛି ଯେ, ଏହାକୁ ଖାଇବା ପାଇଁ ଆପଣଙ୍କୁ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏକ ରିପୋର୍ଟ ମୁତାବକ ଏହି ପାନର ମୂଲ୍ୟ ହେଉଛି ୫୦୦୦ଟଙ୍କା। ଏତେ ଟଙ୍କା ଜାଣି ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଔରଙ୍ଗାବାଦର ତାରା ପାନ ସେଣ୍ଟରରେ ଏହି ପାନ ଉପଲବ୍ଧ ହେଉଛି। କେବଳ ଏହି ପାନ ନୁହେଁ, ଏଠାରେ ଆହୁରି ୫୦ ପ୍ରକାରର ପାନ ମିଳୁଛି। ଏଠି ୩୦୦୦, ୨୦୦୦ଟଙ୍କିଆ ପାନ ବି ମିଳେ। ଏଠାକାର ସବୁଠୁ ମହଙ୍ଗା ପାନର ମୂଲ୍ୟ ହେଉଛି ୫୦୦୦ଟଙ୍କା। ଏହାକୁ ‘କୋହିନୁର ପାନ’ ବି କୁହାଯାଏ। ୩୦୦୦ଟଙ୍କିଆ ପାନ ‘କପଲ୍‌ ପାନ’ ଓ ୨୦୦୦ଟଙ୍କିଆ ପାନ ‘ହନିମୁନ ପାନ’ କୁହାଯାଏ। ଉକ୍ତ ପାନ ଦୋକାନର ମାଲିକ ମହମ୍ମଦ ସର୍ଫୁଦ୍ଦିନ ସିଦ୍ଦିକି ଓରଫ ସୈଫୁ ଚାଚା ଏହି ତିନି ଦାମୀ ପାନକୁ ‘ହନିମୁନ ପ୍ୟାକେଜ୍‌ ପାନ’ ନାମରେ ବିକ୍ରି କରନ୍ତି। ଏସବୁ ପାନର ବିଶେଷତ୍ୱ ହେଉଛି ଏହାର ସ୍ବତନ୍ତ୍ର ପ୍ୟାକେଜିଂ। ଏଥିରେ ସୁନା ଓ ରୁପାର ବ୍ୟବହାର ହୁଏ। ତା’ସହ ଏଥିରେ ମହୁ, ସ୍ବାଦଯୁକ୍ତ ଚଟଣି, ଧଳା ମୁଶଳି, ଜାଫରାନ ଓ ଅନେକ ଜଡିବୁଟିର ବ୍ୟବହାର କରାଯାଏ। ସର୍ଫୁଦ୍ଦିନ କହନ୍ତି, ‘ଆଗରୁ ସବୁଠୁ ଦାମୀ ପାନର ମୂଲ୍ୟ ୧୦,୦୦୦ଟଙ୍କା ଥିଲା। ହେଲେ ଅଧିକ ମୂଲ୍ୟ ପାଇଁ ତା’ର ଚାହିଦା ବେଶି ନ ରହିବାରୁ ମୂଲ୍ୟ କମାଇ ୫୦୦୦ଟଙ୍କା କରିଦେଲି। ବିବାହ ସମୟରେ ଏହି ପାନର ଭଲ ବିକ୍ରି ହେଉଛି।’


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri