କଓ୍ବୋଇସି ଅପ୍‌ଡେଟ୍‌ ନାଁରେ ୫୦ ହଜାର ଠକେଇ

ପାଟକୁରା,୧୨।୧(ଡି.ଏନ୍‌.ଏ.): ପାଟକୁରା ଥାନା ଅନ୍ତର୍ଗତ ଶ୍ରୀଚନ୍ଦନପୁର ଗଁାର ନାନକ କୁମାର ସାହୁ (୪୧) ସାଇବର ଠକେଇର ଶିକାର ହୋଇଛନ୍ତି। ମୋବାଇଲ୍‌ରେ ୧୦ ଟଙ୍କା ରିଚାର୍ଜ କରି କେୱାଇସି ଅପଡେଟ୍‌ କରିବା ନଁାରେ ସାଇବର ଠକ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଏ ସମ୍ପର୍କରେ ନାନକ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଚଳାଇଛି। ପୋଲିସ ସୂତ୍ରରୁ ପ୍ରକାଶ, ନାନକଙ୍କର ଗରଦପୁର ବଜାରରେ ଏକ ଔଷଧ ଦୋକାନ ଅଛି। ଗତ ୬ ତାରିଖରେ ନାନକଙ୍କ ମୋବାଇଲକୁ ଏକ ମେସେଜ ଆସିଥିଲା। ମେସେଜରେ ଲେଖା ଥିଲା ଆପଣଙ୍କ ମୋବାଇଲ ସିମ୍‌ର କେୱାଇସି କରାଇ ନିଅନ୍ତୁ ନ ହେଲେ ୨୪ ଘଣ୍ଟା ମଧ୍ୟରେ ସିମ୍‌କୁ ଅଚଳ କରିଦିଆଯିବ। ଏଥିସହ କଷ୍ଟମର କେୟାର ନମ୍ବର ମଧ୍ୟ ରହିଥିଲା। ମେସେଜ ଦେଖିବା ପରେ ନାନକ କଷ୍ଟମର କେୟାର ନମ୍ବରରେ କଲ କରିଥିଲେ। କଲ ରିସିଭ୍‌ କରି ସାଇବର ଠକ ଜଣକ ଡେବିଟ୍‌ କାର୍ଡ ଦ୍ୱାରା ୧୦ ଟଙ୍କା ରିଚାର୍ଜ କରିବାକୁ କହିଥିଲେ। ନାନକ ତାଙ୍କ ସିମ୍‌ରେ ରିଚାର୍ଜ କରିବା ପରେ ପ୍ଲେ ଷ୍ଟୋରରୁ ଟିମ୍‌ ଭିୟୁୟର କୁଇକ୍‌ ସପୋର୍ଟ ଆପ୍ଲିକେଶନ ଆପ୍‌ ଡାଉନଲୋଡ୍‌ କରିବାକୁ ସାଇବର ଠକ କହିଥିଲେ। ନାନକ ଏହା କରିବା ପରେ ତାଙ୍କ ଆକାଉଣ୍ଟରୁ ୪୯ ହଜାର ୯୦୨ ଟଙ୍କା କଟିଯାଇଥିଲା। ନାନକ ଠକାମିର ଶିକାର ହୋଇଥିବା ଜାଣି ଏଟିଏମ୍‌ କାର୍ଡ ବ୍ଲକ୍‌ କରିବା ସହ ଥାନାରେ ଅଭିଯୋଗ କରିଛନ୍ତି।