୫,୦୦୦ ଆମେରିକା ସୈନ୍ୟ ଯିବେ ଆଫଗାନିସ୍ତାନ…

କାବୁଲ,୧୫।୮: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଫଗାନିସ୍ତାନକୁ ୫,୦୦୦ ସୈନ୍ୟ ପଠାଇବା ଲାଗି ଘୋଷଣା କରିଛନ୍ତି। ସୈନ୍ୟମାନେ ଆଫଗାନିସ୍ତାନରେ ଥିବା ଆମେରିକା ନାଗରିକ ତଥା ସାମରିକ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କ୍ଷେତ୍ରରେ ଆବଶ୍ୟକ ସହାୟତା ଯୋଗାଇଦେବେ। ଆଫଗାନିସ୍ତାନରେ ସମ୍ପ୍ରତି ୧,୦୦୦ ଜଣ ଆମେରିକା ସୈନ୍ୟ ଏଭଳି ସହାୟତା ଯୋଗାଇ ଦେଉଛନ୍ତି। ଏବେ ପୁଣି ୪,୦୦୦ ଆମେରିକା ସୈନ୍ୟ ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନକୁ ଯିବେ। ତେବେ ସେପ୍ଟେମ୍ବର ୧୧ ସୁଦ୍ଧା ସମସ୍ତ ଆମେରିକା ସୈନ୍ୟ ସ୍ବଦେଶ ଫେରି ଆସିବେ ବୋଲି ବାଇଡେନ୍‌ କହିଛନ୍ତି।

Share