ବାଲ୍ୟବିବାହ ସୂଚନା ଦେଲେ ମିଳିବ ୫ ହଜାର ପୁରସ୍କାର

ଛତ୍ରପୁର,୨୨ା୧(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ନିର୍ଭୟକଢି ଟାସ୍କଫୋର୍ସ କମିଟି ବୈଠକ ଶୁକ୍ରବାର ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ । ଗାଁରେ ବାଲ୍ୟବିବାହ ହେଲେ ସ୍ଥାନୀୟ ସ୍କୁଲ ଶିକ୍ଷକ ଓ ଅଙ୍ଗନୱାଡି କର୍ମୀ କିଭଳି ଜାଣିପାରୁନାହାନ୍ତି ବୋଲି ଜିଲାପାଳ ପ୍ରଶ୍ନ କରିଥିଲେ । ଏଣିକି ବାଲ୍ୟବିବାହ ହେଲେ ଶିକ୍ଷକମାନେ ଦାୟୀ ରହିବେ ବୋଲି ଜିଲାପାଳ କହିଛନ୍ତି। ପ୍ରତି ସପ୍ତାହରେ ଶିକ୍ଷକ, ଅଙ୍ଗନୱାଡି କର୍ମୀ, ଏଏନ୍‌ଏମ୍‌ମାନଙ୍କୁ ନେଇ ନିର୍ଭୟ କଢି ବୈଠକ କରାଯିବ । ଏଥିରେ ବାଳିକାଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ, ପରିବାରର କ’ଣ ସମସ୍ୟା ରହିଛି, ବାଲ୍ୟ ବିବାହ କିଭଳି ରୋକାଯାଇପାରିବ ତାହା ଆଲୋଚନା କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବାଲ୍ୟବିବାହ କରୁଥିବା ପୁରୋହିତଙ୍କ ନାଁରେ ସ୍ଥାନୀୟ ଥାନାରେ ଏତଲା ଦିଆଯିବ । ବିବାହ ବେଳେ ଅଙ୍ଗନୱାଡି କର୍ମୀ ଓ ପୁରୋହିତ ଉଭୟ ବରକନ୍ୟାଙ୍କ ଆଧାର କାର୍ଡ ଦେଖିବା ବାଧ୍ୟତାମୂଳକ । ବର ବୟସ ୨୧ ଓ କନ୍ୟା ବୟସ ୧୮ ହେବା ଜରୁରୀ । ଉପଜିଲାପାଳମାନେ ଏଣିକି ଏହାର ଅନୁଧ୍ୟାନ କରିବେ । ଅନ୍ୟପକ୍ଷରେ ବାଲ୍ୟ ବିବାହ ସମ୍ପର୍କରେ କେହି ଖବର ଦେଲେ ୫ ହଜାର ଟଙ୍କା ପୁରସ୍କାର ମିଳିବ । ଅଙ୍ଗନୱାଡି କର୍ମୀ ମଧ୍ୟ ଏହି ପୁରସ୍କାର ପାଇପାରିବେ ବୋଲି ଜିଲାପାଳ ଘୋଷଣା କରିଛନ୍ତି।
ବର୍ତ୍ତମାନ ସୁଦ୍ଧା ଜିଲାର ୧୦୩୨ ଗାଁ ଓ ସହରାଞ୍ଚଳର ୧୪୦ ୱାର୍ଡ ବାଲ୍ୟବିବାହ ମୁକ୍ତ ଘୋଷଣା ହୋଇଛି । ଜୁଲାଇ ଶେଷସୁଦ୍ଧା ଗଞ୍ଜାମ ଜିଲାକୁ ବାଲ୍ୟ ବିବାହ ମୁକ୍ତ କରିବା ନିମନ୍ତେ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବାଲ୍ୟବିବାହ ନେଇ ଜିଲାରେ ୧୪ଟି ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ ହୋଇଛି। ବାଲ୍ୟ ବିବାହ ସମ୍ପର୍କରେ ୧୦ଟି ଏତଲା ଥାନାରେ ଦିଆଯାଇଥିବାବେଳେ ୧୧ ମାମଲା ସିଡବ୍ଲ୍ୟୁସିକୁ ହସ୍ତାନ୍ତର ହୋଇଛି । ୨୦୧୭ରେ ୨୪ ବାଲ୍ୟ ବିବାହ ରୋକାଯାଇଥିବା ବେଳେ ୨୦୧୮ରେ ୨୨, ୨୦୧୯ରେ ୪୫ ଓ ୨୦୨୦ରେ ୨୨୮ ବାଲ୍ୟ ବିବାହ ରୋକାଯାଇଥିବା ସୂଚନା ମିଳିଛି। ବୈଠକରେ ବ୍ରହ୍ମପୁର ଉପଜିଲାପାଳ, ସିଡବ୍ଲ୍ୟୁସି ମେମ୍ବର ସିଏଚ୍‌ ଜ୍ୟୋତି, ଜିଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ, ଜିଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ ମହାରଣା, ଡିପିଏମ୍‌ ଶ୍ୟାମ ସୁନ୍ଦର ତ୍ରିପାଠୀ, ଅରୁଣ ଶତପଥୀ, ଦେବୀଦତ୍ତ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

 


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri