ମାସ୍କ ନ ପିନ୍ଧିଲେ ୫ ହଜାର ଜରିମାନା: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୩୧।୭(ବ୍ୟୁରୋ)-ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ଶୁକ୍ରବାର ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଭୁବନେଶ୍ୱର ଗୀତ ଗୋବିନ୍ଦ ସଦନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି, ଲୋକଙ୍କ ଜୀବନ ରକ୍ଷା କରିବା ଆମର ଲକ୍ଷ୍ୟ। ଆମର ମୃତ୍ୟୁହାର ସାରା ଭାରତରେ ସର୍ବନିମ୍ନ, ଆରୋଗ୍ୟ ହାର ବେଶୀ। ଯୁଦ୍ଧର କେଉଁ ସ୍ଥାନରେ ପହଞ୍ଚିଛୁ ଏବେ କହିବା ଠିକ ହେବନି। ତେବେ ଯୁଦ୍ଧର ଫଳାଫଳ ଉତ୍ସାହଜନଗ ଆମେ ଦେଖୁଛୁ। ଏହା ଏକ ଚ୍ୟାଲେଜିଂ ରୋଗ, ପରିଚାଳନା କରିବାକୁ ବହୁ ସମସ୍ୟା ରହୁଛି। ଆମେ ଧିରେ ଧିରେ କଟକଣା ହଟାଉଛୁ, ଟ୍ରେନ ଚଳାଚଳ କଲାଣି ବୋଲି ସେ ପ୍ରକାଶ କରିଛନ୍ତି। ସେ ଆହୁରି କହିଛନ୍ତି, ମାସ୍କ ଠିକ ଭାବେ ନ ପିନ୍ଧିଲେ ପ୍ରଥମ ଦୁଇଟି ଭୁଲ ପାଇଁ ଜଣେ ବ୍ୟକ୍ତିଙ୍କୁ ୧ ହଜାର ଲେଖାଏ ଫାଇନ ଦେବାକୁ ପଡିବ, ଏହାପରେ ନିୟମ ଉଲ୍ଲଙ୍ଘନ କଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ବାହାଘର ଗାଇଡଲାଇନ ନ ମାନିଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ, ସେହିପରି ବାହାଘର ହେଉଥିବା ମଣ୍ଡପକୁ ସିଲ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ସେହିପରି ୯୦ ପ୍ରତିଶତ ଲୋକ କଟକଣା ମାନୁଥିଲେ ବି କିଛି ମାନୁନାହାନ୍ତି। ୧୦ ପ୍ରତିଶତ ଅମାନିଆ ୯୦ ପ୍ରତିଶତ ଲୋକଙ୍କୁ ବିପଦରେ ପକାଉଛନ୍ତି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।