Categories: ଫୁରସତ

ପୃଥିବୀରେ ୫ ହଜାର କୋଟି ପକ୍ଷୀ

ସିଡ୍‌ନୀ: ପ୍ରାୟ ୫୦ ବିଲିୟନ ବା ୫୦୦୦ କୋଟି ପକ୍ଷୀ ପୃଥିବୀରେ ବାସ କରନ୍ତି। ଏହି ସଂଖ୍ୟା ବିଶ୍ୱର ମୋଟ ଲୋକ ସଂଖ୍ୟାର ୬ ଗୁଣ। ଏ ନେଇ ଅଷ୍ଟ୍ରେଲିଆର ସିଡ୍‌ନୀସ୍ଥିତ ନ୍ୟୁ ସାଉଥ ଓ୍ବେଲ୍‌ସ ୟୁନିଭର୍ସିଟିର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ସର୍ଭେରୁ ଜଣାପଡ଼ିଛି। ୟୁନିଭର୍ସିଟିର ଓ୍ବିଲିୟମ କର୍ନଓ୍ବେଲଙ୍କ ନେତୃତ୍ୱରେ ଏକ ଟିମ୍‌ ପେଙ୍ଗୁଇନ୍‌, ଏମସ୍‌, କୁକାବୁରା ଆଦି ୯,୭୦୦ ପ୍ରଜାତିର ପକ୍ଷୀଙ୍କ ତଥ୍ୟ ଉପରେ ଅଧ୍ୟୟନ କରାଯାଇଥିଲା। ସେହି ପ୍ରଜାତିରୁ ଅନେକ ପୃଥିବୀରୁ ଧୀରେ ଧୀରେ ବିଲୁପ୍ତ ହେଉଥିବା ଜଣାଯାଇଛି। ସବୁଠାରୁ ଅଧିକ ସଂଖ୍ୟାରେ ୧.୬ ବିଲିୟନ ଘର ଚଟିଆ ରହିଥିବାବେଳେ ୧.୩ ବିଲିୟନ ୟୁରୋପୀୟ ଷ୍ଟାରଲିଙ୍ଗ୍‌, ୧.୨ ବିଲିୟନ ରିଙ୍ଗ୍‌-ବିଲ୍ଡ ଗଲ୍‌ ଏବଂ ୧.୧ ବିଲିୟନ ବାର୍ନ ସାଲୋ ପକ୍ଷୀ ରହିଛନ୍ତି।

Share