ଡୁବୁରୀ ପାହାଡ଼ କାଟି ଲୁଟିନେଲେ ୫୦୦ ଟ୍ରିପ୍‌ ପଥର

ନୟାଗଡ଼, (ଲୋକନାଥ ମିଶ୍ର)/ଓଡ଼ଗାଁ (ଆଦର୍ଶ କୁମାର ପଟ୍ଟନାୟକ),୧୬।୬: ନୟାଗଡ ଜିଲା ଓଡ଼ଗାଁ ବ୍ଳକ ପାଣ୍ଡେରୀପଡ଼ା ପଞ୍ଚାୟତ ପାଣ୍ଡେରୀପଡ଼ା ବଡ଼ ପୋଖରୀ ଖୋଳାରେ ଅନିୟମିତତା ହୋଇଥିବାବେଳେ ପୋଖରୀ ଭିତରେ ଡୁବୁରୀ ପାହାଡକୁ କାଟି ୫୦୦ ଟ୍ରିପ କଳା ମୁଗୁନି ପଥର ଲୁଟିବା ଆରମ୍ଭ ହୋଇଛି। ଏନେଇ ସ୍ଥାନୀୟ ଲୋକ ତହସିଲରେ ଅଭିଯୋଗ କରିବା ପରେ ମଧ୍ୟ ଚଢ଼ାଉ କି ଧରପଗଡ ହେଉ ନାହିଁ । ବରଂ ପଥର ଖନନକାରୀଙ୍କୁ ଅନୁକମ୍ପା ଦେଖା ଯାଉଛି ବୋଲି ଅଭିଯୋଗ ଉଠିଛି । ଏହାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ ହେବବୋଲି କଂଗ୍ରେସ ଧମକ ଦେଇଛି ।
ଅଭିଯୋଗ ଅନୁସାରେ ପାଣ୍ଡେରୀପଡା ବଡପୋଖରୀ ଅମୃତ ସରୋବର ଯୋଜନାରେ ସାମିଲ ହୋଇଛି । ଏଥିପାଇଁ କେଉଁ ଯୋଜନାରୁ ଅର୍ଥ ମଞ୍ଜୁର ହୋଇଛି ତେବେ ବ୍ଳକ ପ୍ରଶାସନ ସୂଚନା ଦେଉନି। ଏପରି କି କାମ ଯନ୍ତ୍ର ଦ୍ୱାରା ଆରମ୍ଭ ହୋଇଥିବାବେଳେ କାମର ସ୍ବଛତା ଓ କେଉଁ ଯୋଜନାରେ କାମ ହେଉଛି ଲୋକ ପ୍ରଶ୍ନ କରିଥିଲେ । ପୁଣି ସୂଚନା ଫଳକ କାହିଁକି ଲଗାଯାଉନି ଅଭିଯୋଗ କରିଥିଲେ । ବ୍ଳକ ପ୍ରଶାସନ ଠାରୁ ଉତ୍ତର ନ ପାଇବାରୁ ସ୍ଥାନୀୟ ଲୋକ ଜିଲାପାଳଙ୍କୁ ଫେରାଦ୍‌ ହୋଇଥିଲେ। ଲୋକଙ୍କର ଅଭିଯୋଗୁ ୨୫ ଦିନ ପୁରି ଯାଇଥିଲେ ମଧ୍ୟ ପ୍ରଶାସନିକସ୍ତରରେ ତଦନ୍ତ ହୋଇ ନାହିଁ । ଅନ୍ୟପକ୍ଷେ ସେ ସମୟରେ ବିଡିଓ କହିଥିଲେ ଅମୃତ ସରୋବର ପାଇଁ ଗ୍ରାଣ୍ଟ ଇନ୍‌ ଏଡରୁ ୧୦ ହଜାର ମଞ୍ଜୁର ହୋଇ କାମ ହୋଇଛି । ବିନା ସୂଚନା ଫଳକରେ କାମ କରିବା ଠିକ ନୁହେଁ । ଖୁବ ଶୀଘ୍ର ସୂଚନାଫଳକ ଲଗାଯିବ । ତେବେ ବିଡିଓଙ୍କ ନିର୍ଦ୍ଦେଶ ମଧ୍ୟ କାର୍ଯ୍ୟକାରୀ ହୋଇ ନାହିଁ। ଏଭଳିସ୍ଥଳେ ପୋଖରୀ ଭିତରେ ଥିବା ଡୁବୁରୀ ମୁଣ୍ଡିଆକୁ ବ୍ଲାଷ୍ଟିଂ କରି ପ୍ରାୟ ୫୦୦ ଟ୍ରିପ କଳାମୁଗୁନି ପଥର ପୋଖରୀ ଭିତରୁ ଲୁଟ୍‌ ହୋଇ ସାରିଲାଣି । ତେବେ ଏଥିରୁ କିଛି ଟ୍ରିପ ଗାଁ ପାଖ ସ୍କୁଲ ପାଖରେ ଗଦା ହୋଇଛି। ପ୍ରଶ୍ନ ଉଠୁଛି ପୋଖରୀ ଭିତରୁ କଳା ମୁଗୁନି ପଥର ଯଦି ବାହାରିଲା ତାକୁ ନିଲାମ କରାଗଲା ନାହିଁ କାହିଁକି । ସରକାର ରାଜସ୍ବ ପାଇବାକୁ ବ୍ୟବସ୍ଥା ନ କରି କାହିଁକି ପୋଖରୀ ଖନନ କରୁଥିବା ବ୍ୟକ୍ତିଙ୍କୁ ଅନୁକମ୍ପା ଦେଖା ଯାଉଛି। ଯେଉଁ ପଥର ସ୍କୁଲଠାରେ ରଖା ଯାଇଛି ତାକୁ ତହସିଲ ପକ୍ଷରୁ କାହିଁକି ଜବତ କରାଯାଉ ନାହିଁ । ଘଟଣା ସମ୍ପର୍କରେ ଜଣେ ଓଡ଼ଗାଁ ଲୋକ କହିଛନ୍ତି ପୋଖରୀ କାମ କେଉଁ ଯୋଜନାରେ ହେଉଛି ବ୍ଳକ ପ୍ରଶାସନ ପ୍ରକାଶ କରୁ ନାହିଁ । ପୋଖରୀ ଭିତର ପଥର ନିଲାମ ନ କରି କାହିଁକି ହରିଲୁଟ୍‌ କରାଯିବ ତା’ର ତଦନ୍ତ ହେଉ । ଯୁବ କଂଗ୍ରେସ ନେତା ଦିଲୀପ ବିଶୋଇ କୁହନ୍ତି, ପୋଖରୀ ଖେଳାରେ ଅନିୟମିତତା ହୋଇଥିବାବେଳେ ପୋଖରୀ ଭିତର ମୁଣ୍ଡିଆ କାଟି ୫୦୦ ଟ୍ରିପ ପଥର କାହିଁକି ଲୁଟ ହେବ। ଏନେଇ ତହସିଲଦାର ଅନିଲ ଆଚାର୍ଯ୍ୟଙ୍କୁ କହିବା ପରେ ଆରଆଇକୁ କହି ଜବତ କରାଯାଉଛି ବୋଲି କହିଥିଲେ । ହେଲେ ଜବତ କରା ନ ଯିବା ସନ୍ଦେହ ଘେରକୁ ଆସିଛି । କଂଗ୍ରେସ ପୋଖରୀ ଖନନ ଓ ପଥର ଲୁଟ୍‌ ଘଟଣାକୁ ଗୁରୁତର ସହ ନେଇ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri