Posted inଫୁରସତ

ଗୁମ୍ଫାରେ ୫୦ ବର୍ଷୀୟାଙ୍କ ୫୦୦ ଦିନ

ମାଡ୍ରିଡ୍‌: ଆଦିମାନବ ଗୁମ୍ଫାରେ ରହୁଥିଲା। ଜଙ୍ଗଲରେ ଶିକାର କରି ଓ ଗଛରୁ ଫଳ ସଂଗ୍ରହ କରି ଖାଉଥିଲା। କ୍ରମବିକାଶ ଫଳରେ ଆଦିମ ମଣିଷ ଘର ତିଆରି କଲା। ଖାଦ୍ୟ ରୋଷେଇ କରିବା ଶିଖିଲା। ବର୍ତ୍ତମାନର ଆଧୁନିକ ମଣିଷ ଆଦିମାନବଙ୍କ ପରି ଗୁମ୍ଫାରେ ରହିପାରିବେ ନା ନାହିଁ ସେ ବିଷୟରେ ସ୍ପେନ୍‌୍‌ର ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି। ଏ ନେଇ ସ୍ପେନ୍‌ର ଆଥ୍‌ଲେଟ୍‌ ବିଟ୍ରିଜ୍‌ ଫ୍ଲାମିନିଙ୍କୁ ସ୍ପେନ୍‌ର ଗ୍ରାନାଡାରେ ଥିବା ଏକ ଗୁମ୍ଫାରେ ୫୦୦ ଦିନ ବିତାଇବାକୁ ପଡ଼ିଛି। ୭୦ ମିଟର ଗଭୀର ଗୁମ୍ଫାରେ ବିଟ୍ରିଜ୍‌ ଏକୁଟିଆ ରହିବା ପରେ ଏବେ ଫେରିଛନ୍ତି। ବିଟ୍ରିଜ୍‌ ଜଣେ ପର୍ବତାରୋହୀ।
ଯିବା ସମୟରେ ତାଙ୍କୁ ୪୮ ବର୍ଷ ବୟସ ହୋଇଥିଲା। ଏବେ ବିଟ୍ରିଜ୍‌ଙ୍କ ବୟସ ୫୦ ବର୍ଷ। ବିଟ୍ରିଜ୍‌ ଗୁମ୍ଫାରେ ୨ ଥର ନିଜ ଜନ୍ମଦିନ ପାଳନ କରିଛନ୍ତି। ସାରା ବିଶ୍ୱ ଯେତେବେଳେ କରୋନା ଯୋଗୁ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ସେହି ସମୟରେ ଅର୍ଥାତ୍‌ ୨୦୨୧ ନଭେମ୍ବର ୨୦ରେ ବିଟ୍ରିଜ୍‌ ଗୁମ୍ଫା ଭିତରକୁ ଯାଇଥିଲେ। ପାଖାପାଖି ଦେଢବର୍ଷ ଧରି ବିଟ୍ରିଜ୍‌ କାହା ସହିତ କଥା ନ ହୋଇ ଗୁମ୍ଫାରେ ରହିଥିଲେ। ତେବେ ସେ ଦେଢ ବର୍ଷ କାଳ ଗାଧୋଇ ନ ଥିବା ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି।
ଗୁମ୍ଫାରେ ରହିବା ସମୟରେ ବିଟ୍ରିଜ୍‌ ଏକ୍ସରସାଇଜ୍‌ ସାଙ୍ଗକୁ ପେଣ୍ଟିଂ, ଡ୍ରଇଂ ଏବଂ ଉଲ୍‌ରେ ଟୋପି ବୁଣାବୁଣି କରି ନିଜ ସମୟ କାଟୁଥିବା ତାଙ୍କ ସପୋର୍ଟ ଟିମ୍‌ ସୂଚନା ଦେଇଛି। ଅନ୍ୟପକ୍ଷେ ବିଟ୍ରିଜ୍‌ ଗୁମ୍ଫାକୁ ୬୦ଟି ପୁସ୍ତକ, ୧,୦୦୦ ଲିଟର ଜଳ ନେଇ ଯାଇଥିଲେ। ଗୁମ୍ଫାରେ ରହିବା ଯୋଗୁ ମଣିଷ ଏବଂ ଏହାର ମସ୍ତିଷ୍କ ପ୍ରାୟତଃ ଶୂନ ପଡ଼ିଯାଏ। କାରଣ ସେଠାରେ ରହିବା ଦ୍ୱାରା ଦିନ, ରାତି ଜାଣି ହୁଏ ନାହିଁ କି ସମୟ କେମିତି ବିତିଯାଏ ତାହା ଜଣା ପଡ଼ି ନ ଥାଏ। ଗୁମ୍ଫାରେ ରହିବା ସମୟରେ ବିଟ୍ରିଜ୍‌ଙ୍କ ପ୍ରତିଟି ଗତି ଉପରେ ମନୋବିଜ୍ଞାନୀ, ଗବେଷକ, ସେଲେଓଲୋଜିଷ୍ଟ (ଗୁମ୍ଫାରେ ରହୁଥିବା ଲୋକଙ୍କ ସମ୍ବନ୍ଧରେ କରୁଥିବା ଅଧ୍ୟୟନ), ଫିଜିଓ ଟ୍ରେନର୍‌ ନଜର ରଖୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri