Posted inଫୁରସତ

ଗୁମ୍ଫାରେ ୫୦ ବର୍ଷୀୟାଙ୍କ ୫୦୦ ଦିନ

ମାଡ୍ରିଡ୍‌: ଆଦିମାନବ ଗୁମ୍ଫାରେ ରହୁଥିଲା। ଜଙ୍ଗଲରେ ଶିକାର କରି ଓ ଗଛରୁ ଫଳ ସଂଗ୍ରହ କରି ଖାଉଥିଲା। କ୍ରମବିକାଶ ଫଳରେ ଆଦିମ ମଣିଷ ଘର ତିଆରି କଲା। ଖାଦ୍ୟ ରୋଷେଇ କରିବା ଶିଖିଲା। ବର୍ତ୍ତମାନର ଆଧୁନିକ ମଣିଷ ଆଦିମାନବଙ୍କ ପରି ଗୁମ୍ଫାରେ ରହିପାରିବେ ନା ନାହିଁ ସେ ବିଷୟରେ ସ୍ପେନ୍‌୍‌ର ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି। ଏ ନେଇ ସ୍ପେନ୍‌ର ଆଥ୍‌ଲେଟ୍‌ ବିଟ୍ରିଜ୍‌ ଫ୍ଲାମିନିଙ୍କୁ ସ୍ପେନ୍‌ର ଗ୍ରାନାଡାରେ ଥିବା ଏକ ଗୁମ୍ଫାରେ ୫୦୦ ଦିନ ବିତାଇବାକୁ ପଡ଼ିଛି। ୭୦ ମିଟର ଗଭୀର ଗୁମ୍ଫାରେ ବିଟ୍ରିଜ୍‌ ଏକୁଟିଆ ରହିବା ପରେ ଏବେ ଫେରିଛନ୍ତି। ବିଟ୍ରିଜ୍‌ ଜଣେ ପର୍ବତାରୋହୀ।
ଯିବା ସମୟରେ ତାଙ୍କୁ ୪୮ ବର୍ଷ ବୟସ ହୋଇଥିଲା। ଏବେ ବିଟ୍ରିଜ୍‌ଙ୍କ ବୟସ ୫୦ ବର୍ଷ। ବିଟ୍ରିଜ୍‌ ଗୁମ୍ଫାରେ ୨ ଥର ନିଜ ଜନ୍ମଦିନ ପାଳନ କରିଛନ୍ତି। ସାରା ବିଶ୍ୱ ଯେତେବେଳେ କରୋନା ଯୋଗୁ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ସେହି ସମୟରେ ଅର୍ଥାତ୍‌ ୨୦୨୧ ନଭେମ୍ବର ୨୦ରେ ବିଟ୍ରିଜ୍‌ ଗୁମ୍ଫା ଭିତରକୁ ଯାଇଥିଲେ। ପାଖାପାଖି ଦେଢବର୍ଷ ଧରି ବିଟ୍ରିଜ୍‌ କାହା ସହିତ କଥା ନ ହୋଇ ଗୁମ୍ଫାରେ ରହିଥିଲେ। ତେବେ ସେ ଦେଢ ବର୍ଷ କାଳ ଗାଧୋଇ ନ ଥିବା ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି।
ଗୁମ୍ଫାରେ ରହିବା ସମୟରେ ବିଟ୍ରିଜ୍‌ ଏକ୍ସରସାଇଜ୍‌ ସାଙ୍ଗକୁ ପେଣ୍ଟିଂ, ଡ୍ରଇଂ ଏବଂ ଉଲ୍‌ରେ ଟୋପି ବୁଣାବୁଣି କରି ନିଜ ସମୟ କାଟୁଥିବା ତାଙ୍କ ସପୋର୍ଟ ଟିମ୍‌ ସୂଚନା ଦେଇଛି। ଅନ୍ୟପକ୍ଷେ ବିଟ୍ରିଜ୍‌ ଗୁମ୍ଫାକୁ ୬୦ଟି ପୁସ୍ତକ, ୧,୦୦୦ ଲିଟର ଜଳ ନେଇ ଯାଇଥିଲେ। ଗୁମ୍ଫାରେ ରହିବା ଯୋଗୁ ମଣିଷ ଏବଂ ଏହାର ମସ୍ତିଷ୍କ ପ୍ରାୟତଃ ଶୂନ ପଡ଼ିଯାଏ। କାରଣ ସେଠାରେ ରହିବା ଦ୍ୱାରା ଦିନ, ରାତି ଜାଣି ହୁଏ ନାହିଁ କି ସମୟ କେମିତି ବିତିଯାଏ ତାହା ଜଣା ପଡ଼ି ନ ଥାଏ। ଗୁମ୍ଫାରେ ରହିବା ସମୟରେ ବିଟ୍ରିଜ୍‌ଙ୍କ ପ୍ରତିଟି ଗତି ଉପରେ ମନୋବିଜ୍ଞାନୀ, ଗବେଷକ, ସେଲେଓଲୋଜିଷ୍ଟ (ଗୁମ୍ଫାରେ ରହୁଥିବା ଲୋକଙ୍କ ସମ୍ବନ୍ଧରେ କରୁଥିବା ଅଧ୍ୟୟନ), ଫିଜିଓ ଟ୍ରେନର୍‌ ନଜର ରଖୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?