ଆଠମଲ୍ଲିକରେ ୫୦ ହଜାର ଲୋକ ପ୍ରଭାବିତ

ଆଠମଲ୍ଲିକ,୧୭।୮(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକରେ ବନ୍ୟା ସ୍ଥିତି ଗମ୍ଭୀର ହେଉଛି। ବ୍ଲକ ଅଞ୍ଚଳର ୧୩ଟି ପଞ୍ଚାୟତବାସୀ ୩ ଦିନ ହେଲା ମହାନଦୀ ଜଳ ଦ୍ୱାରା ପ୍ରଭାବିତ ହେଉଥିବା ବେଳେ ହୀରାକୁଦରୁ ଅଧିକ ପାଣି ଛଡ଼ାଯାଉଥିବାରୁ ସେମାନେ ଆତଙ୍କିତ ହୋଇପଡ଼ିଛନ୍ତି। ସେହିପରି ଏନ୍‌ଏସିର ତଳିଆ ଅଞ୍ଚଳକୁ ପାଣି ଲାଗି ଯାଇଥିବାରୁ ହୀରାକୁଦ ପାଣି ପହଞ୍ଚିଲେ ଏଠାରେ ବିପର୍ଯ୍ୟୟ ସୃଷ୍ଟି ହେବାର ଆଶଙ୍କା କରାଯାଉଛି।
ପ୍ରକାଶ ଯେ, ବ୍ଲକର ଜାମୁଡୋଲୀ, ଲୁହାସିଙ୍ଗା, ଅଏଡା ପଞ୍ଚାୟତର ଲୋକେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ କନ୍ଧପଡ଼ା ପଞ୍ଚାୟତର ବେଳାଦୁଲା, ଫକୀରପୁର, ବାସୁଦେବପୁର ପଞ୍ଚାୟତର ଭୋଇପଡା, ବୁରଘାଟ, ଘୋଡାଗାଡି, କିଆକଟା ପଞ୍ଚାୟତର ହେଲେଇ, କମ୍ପଲା ପଞ୍ଚାୟତର ବେଳପୁଞ୍ଜି, ଛେପେରା, ଲୁଣହାଣ୍ଡି ପଞ୍ଚାୟତର ରାସୁସିଙ୍ଗl, ଜହ୍ନିମୁଣ୍ଡା, ଟାଇଁସର, ଲୁଣହାଣ୍ଡି, ତେଲିନାଲି, କୁଦଗାଁ ପଞ୍ଚାୟତର ଖଡରାପଡା, କଣ୍ଠପଡା, ହିଁସେଇ, ପୁରୁଣାମାଣତ୍ରୀ ପଞ୍ଚାୟତର ଓଡ଼ସିଙ୍ଗା, ନୂଆମାଣତ୍ରୀ, ପୁରୁଣାମାଣତ୍ରୀ, ମାଳିପଦର, ନୂଆଭୂଇଁ, ଚିଲଖଣ୍ଡି, ନଅଗାଁ ପଞ୍ଚାୟତର ଲିପିଲୋଇ, ହରିଡ଼ାକୋଠା, ସାତବନ୍ଧୁଲି, କୁଟେଶ୍ୱର ଗ୍ରାମର ସମସ୍ତ ଚାଷ ଜମି ୩ ଦିନ ହେଲା ବନ୍ୟାପାଣିରେ ବୁଡି ରହିଛି। ସେହିପରି ବିଜ୍ଞାପିତ ଅଞ୍ଚଳ ପରିଷଦର ମହାନଦୀ ପାର୍ଶ୍ୱରେ ଥିବା ସମସ୍ତ ଚାଷ ଜମିରେ ବନ୍ୟା ପାଣି ମାଡି ନଦୀର ଭ୍ରମ ସୃଷ୍ଟି କରିଛି। ପୁରୁଣାମାଣତ୍ରୀ ପଞ୍ଚାୟତ ଓଡ଼ସିଙ୍ଗl ଗ୍ରାମରେ ଥିବା ପ୍ରସିଦ୍ଧ ଶୈବପୀଠ ଦେଉଳଝରି ଓ ନିକଟରେ ଥିବା ପାର୍ଶ୍ୱ ମନ୍ଦିର ଭିତରେ ବନ୍ୟାପାଣି ପଶିଯାଇଛି। ଅଏଡା ରାଜସ୍ବ ନିରୀକ୍ଷକ ଅମରନାଥ ଦେହୁରୀଙ୍କ ସୂଚନା ଅନୁଯାୟୀ, ଅଏଡା, ଲୁହାସିଙ୍ଗା, ଜାମୁଡୋଲୀ ପଞ୍ଚାୟତରେ ୧୫ଟି କଚ୍ଚା ଘର ଭାଙ୍ଗିଥିବା ଅଭିଯୋଗ ହୋଇଛି। ବନ୍ୟା ଜଳ ବଢ଼ୁଥିବାରୁ ୩ ଦିନ ହେଲା ପୌର ପ୍ରଶାସନ ସଜାଗ ରହିଛି, ପୌରାଞ୍ଚଳର ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶିଲେ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ସବୁପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ଏନଏସି ନିର୍ବାହୀ ଅଧିକାରୀ କାଦମ୍ବିନୀ ଜେନା ପ୍ରକାଶ କରିଛନ୍ତି। ଜାମୁଡୋଲୀ ପଞ୍ଚାୟତର କୁତୁଳସିଙ୍ଗା ଗ୍ରାମ ନିକଟସ୍ଥ ଚଣାଗଡି ନାଳ ପୋଲ ଉପରେ ତିନିଦିନ ହେଲା ୮/୧୦ଫୁଟ ପାଣି ପ୍ରବାହିତ ହେଉଥିବା ବେଳେ କୁତୁଳସିଙ୍ଗା ଓ କରଡ଼l ସିଂ ସ୍କୁଲ ପର୍ଯ୍ୟନ୍ତ ହାରାହାରି ଏକ କିଲୋମିଟର ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବା ସରପଞ୍ଚ ସୁଦର୍ଶନ ଗାଈଗାରିଆ ସୂଚନା ଦେଇଛନ୍ତି। ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଲଳିତ ମୋହନ ବେହେରା ଆଠମଲ୍ଲିକ ବନ୍ୟାଞ୍ଚଳ ପରିଦର୍ଶନରେ ଆସି ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ଫେରିଯାଇଛନ୍ତି। କୁଦଗାଁ ପଞ୍ଚାୟତର କୁଦଗାଁ ଗ୍ରାମରୁ ୧୫୯ଜଣଙ୍କୁ ଅସ୍ଥାୟୀ ଶିବରକୁ ସ୍ଥାନାନ୍ତରିତ କରାଯାଇଛି। ପଞ୍ଚାୟତ ତରଫରୁ ଅସ୍ଥାୟୀ ଶିବିରରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଥିବା ସରପଞ୍ଚ ସିଦ୍ଧାର୍ଥ ଖେତୀ ପ୍ରକାଶ କରିଛନ୍ତି। ୧୪ ତାରିଖରୁ ତିନିଦିନ ହେଲା ବନ୍ୟା ପରିସ୍ଥିତି ସମାନ ସ୍ଥିତିରେ ରହିଥିବା ବେଳେ ହୀରାକୁଦ ଡ୍ୟାମରୁ ଅଧିକ ଜଳ ନିଷ୍କାସିତ ହେଲେ ବନ୍ୟା ପରିସ୍ଥିତି ଆହୁରି ଉଦବେଗ ଜନକ ହେବାର ଆଶଙ୍କା ରହିଛି।

 

 

ଦୁର୍ଦ୍ଦଶାରେ ୧୨ ହଜାରରୁ ଉର୍ଦ୍ଧ୍ୱ ପରିବାର
ମହାନଦୀ ବନ୍ୟାରେ ଆଠମଲ୍ଲିକର ୧୨ ହଜାରରୁ ଉର୍ଦ୍ଧ୍ୱ ପରିବାରର ୫୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଏଥିସହିତ ୪ ହଜାର ଏକରରୁ ଊର୍ଦ୍ଧ୍ୱ ଚାଷଜମି ବନ୍ୟାରେ ବୁଡ଼ିଯାଇଛି।
– ସୋଫି ସାଇନିକା, ତହସିଲଦାର, ଆଠମଲ୍ଲିକ
୪୭୧୦ ଏକର ଜଳ ପ୍ଲାବିତ
ଆଠମଲ୍ଲିକ ବ୍ଲକର ୪୭୧୦ ଏକର ଚାଷ ଜମି ବନ୍ୟା ଜଳରେ ବୁଡ଼ି ରହିଛି। ଫଳରେ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାର ସମ୍ଭାବନା ବଢ଼ିଯାଇଛି। ତେବେ ବନ୍ୟା ପାଣି ଛାଡିଲେ କ୍ଷୟ କ୍ଷତିର ଆକଳନ କରାଯିବ।
– ରାଜେନ୍ଦ୍ର କୁମାର ଦାସ, ସହକାରୀ କୃଷି ଅଧିକାରୀ
ପ୍ରଶାସନ ପ୍ରସ୍ତୁତ ରହିଛି
ହୀରାକୁଦରୁ ଅଧିକ ପାଣି ଆସୁଥିବାରୁ ଆଠମଲ୍ଲିକରେ ବନ୍ୟା ପରିସ୍ଥିତି ବଢ଼ିବାର ଆଶଙ୍କା ରହିଛି। ଏହାକୁ ଲକ୍ଷ୍ୟ ରଖି ପ୍ରଶାସନ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି। ଉଦ୍ଧାର , ରିଲିଫ ପ୍ରଦାନ କାର୍ଯ୍ୟ ଜାରି ରହିଥିବା ବେଳେ ବୋଟ୍‌ ପ୍ରସ୍ତୁତ ରଖାଯାଇଛି। – ତରଣୀ ସୁନା, ଉପଜିଲାପାଳ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ବରଗଡ଼ରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁଇଲେ ଜିଲାପାଳ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ)- ଚଳିତ ଶିକ୍ଷାବର୍ଷରେ ନୂତନ ଛାତ୍ରୀଛାତ୍ରମାନଙ୍କ ନାମଲେଖା ଓ ଖଡ଼ିଛୁଆଁ ପାଇଁ ଶନିବାର ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri