ମାରିଉପୋଲ ଷ୍ଟିଲ ପ୍ଲାଣ୍ଟରୁ ୧୧ ଶିଶୁଙ୍କ ସମେତ ଉଦ୍ଧାର ହେଲେ ୫୦ ଜଣ

କ୍ୱିଭ,୭ ।୫: ୟୁକ୍ରେନର ମାରିଉପୋଲ ଷ୍ଟିଲ ପ୍ଲାଣ୍ଟ ସୁଡଙ୍ଗରେ ଲୁଚି ରହିଥିବା ୧୧ ଶିଶୁଙ୍କ ସମେତ ୫୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଅନ୍ୟପଟେ ବିଶାଲ ପରିସରରେ ଲୁଚି ରହି ବନ୍ଦର ସହରକୁ ମସ୍କୋ କବଜାରୁ ରକ୍ଷା କରିବାକୁ ୟୁକ୍ରେନର ଯୋଦ୍ଧା ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି ।
ରୁଷିଆର ସରକାରୀ ଏଜେନ୍ସି, ରୁଷିଆ ଅର୍ନ୍ତବିଭାଗୀୟ ମାନବୀୟ ପ୍ରତିକ୍ରିୟା କେନ୍ଦ୍ର ଏକ ବୟାନ ଜାରି କରି କହିଛି ଅଜୋବସ୍ତଲ ଷ୍ଟିଲ ପ୍ଲାଣ୍ଟରୁ ୫୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଏଥିରେ ୧୧ ଶିଶୁ ରହିଛନ୍ତି । ମିଳିତ ଜାତିସଂଘ ଓ ରେଡ କ୍ରସର ଅନ୍ତରାଷ୍ଟ୍ରୀୟ ସମିତିର ପ୍ରତିନିଧିଙ୍କୁ ଏମାନଙ୍କୁ ହସ୍ତାନ୍ତର କରାଯାଇଛି । ୟୁକ୍ରେନର ଉପ ପ୍ରଧାନମନ୍ତ୍ରୀ ଇରିନା ୱିରିଶଚୁକ କହିଛନ୍ତି ୫୦ ମହିଳା ଶିଶୁ ଓ ବରିଷ୍ଠ ନାଗରିକ ବିଶାଲ ପରିସର ଛାଡିବାରେ ସକ୍ଷମ ହୋଇଛନ୍ତି । ପୁଣିଥରେ ଉଦ୍ଧାର କାର୍ଯ୍ୟ ଶନିବାର କରାଯିବ ବୋଲି ସେ କହିଛନ୍ତି ।

Share