ଖର୍ଚ୍ଚ ହେଲାଣି ୫୦ ଲକ୍ଷ ଟଙ୍କା, ଖୋଲୁନି ଏଗ୍ରୋ ମଲ୍‌, ଚାଷୀ ମହଲରେ ଅସନ୍ତୋଷ

ଦାରିଙ୍ଗବାଡ଼ି,୧୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଏଗ୍ରୋ ମଲ୍‌ ଖୋଲିବାରେ ବିଳମ୍ବକୁ ନେଇ ଦେଖାଯାଇଛି ଅସନ୍ତୋଷ। ପ୍ରାୟ ୫୦ଲକ୍ଷ ଟଙ୍କା ବିନିମୟରେ ୨ ମହଲା ବିଶିଷ୍ଟ ଏହି ମଲ୍‌ ଠିଆ କରାଯାଇଥିବା ବେଳେ ଆହୁରି ୨୦ ଲକ୍ଷ ଖର୍ଚ୍ଚ କରାଯାଇ ବ୍ୟବସାୟୀ ପାଇଁ ସେଲ୍ଫ, ବ୍ୟାଞ୍ଚ ଆଦି ଶୋ’ ରୁମ୍‌ ବାବଦକୁ ଖର୍ଚ୍ଚ ପାଇଁ ଯୋଜନା କରାଯାଉଥିବା କୁହାଯାଉଛି, କେବଳ ଉକ୍ତ କୋଠାରେ ଖର୍ଚ୍ଚ କରାଯାଇ ସାଜସଜ୍ଜା କରାଯାଇଥିଲେ ସୁଦ୍ଧା ତାହା କୃଷକମାନଙ୍କ କୌଣସି କାର୍ଯ୍ୟରେ ଆସୁନାହିଁ। କାହିଁକି ଏବଂ କାହାର ସ୍ବାର୍ଥ ପାଇଁ ବିଳମ୍ବ ତାହା ସ୍ପଷ୍ଟ କୁହାଯାଉନାହିଁ ଫଳରେ ଅଞ୍ଚଳରେ ପାରମ୍ପରିକ ଜଙ୍ଗଲ ଜାତୀୟ ଦ୍ରବ୍ୟ ହେଉ କି ପାରମ୍ପରିକ ଚାଷରୁ ଅଦା, ହଳଦୀ, ସୋରିଷ, ମାଣ୍ଡିଆ, କାଙ୍ଗୁ, କୁଏରୀ, ଆମ୍ବ, ଲିଚୁ, ଷ୍ଟ୍ରବେରୀ ଆଦି ବିକ୍ରିବଟା ପାଇଁ ସମସ୍ୟା ଦେଖାଯାଉଛି ଯେଉଁ ମହତ ଉଦ୍ଦେଶ୍ୟ ନେଇ କୋଠା ନିର୍ମାଣ କରାଯାଇଛି ତାହା କାର୍ଯ୍ୟରେ ଆସୁନାହିଁ।

ପ୍ରକାଶ ଯେ, ବାଲିଗୁଡ଼ା ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ଏବଂ ଓଡ଼ିଶା ରୁରାଲ ଡେଭଲପମେଣ୍ଟ ଆଣ୍ଡ୍‌ ମାର୍କେଟିଂ ସୋସାଇଟି (ଓଆର୍‌ଏମ୍‌ଏଏସ୍‌)ପକ୍ଷରୁ ଏହି ବଜାର ବ୍ୟବସ୍ଥା କରାଯାଉଛି। ଖୁବ୍‌ଶୀଘ୍ର ପ୍ରଡ୍ୟୁସର ଗ୍ରୁପ ଚୟନ କରାଯାଇ ସେମାନଙ୍କୁ ଏହି ଏଗ୍ରୋ ମଲ୍‌ଟିକୁ ହସ୍ତାନ୍ତର କରାଯିବ ବୋଲି ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା କହିଛନ୍ତି।

ସୂଚନାଯୋଗ୍ୟ, ଅଞ୍ଚଳରେ ଜଳର ଘୋର ଅଭାବ ସତ୍ତ୍ୱେ କୃଷକମାନେ ପାରମ୍ପରିକ ଚାଷ ସମେତ ଉଦ୍ୟାନ ଚାଷରୁ ଭଲ ଅମଳ କରନ୍ତି। ପୂର୍ବରୁ ଆନ୍ଧ୍ରପ୍ରଦେଶରୁ ଆମ୍ବ, ଲିଚୁ, ଆଦି ଦାରିଙ୍ଗବାଡ଼ି ବ୍ୟବସାୟୀମାନେ ଆଣି ବିକ୍ରି କରୁଥିଲେ କିନ୍ତୁ ଏବେ ଆଉ ସେହି ସମୟ ନାହିଁ ବରଂ ଦାରିଙ୍ଗବାଡ଼ିରୁ ବିଭିନ୍ନ ପନିପରିବା ସମେତ ଆମ୍ବ, ଲିଚୁ, ଷ୍ଟ୍ରବେରୀ, ମିଠା ମକା ଆଦି ବାହାର ଜିଲାକୁ ବିକ୍ରି ପାଇଁ ଯାଉଛି। ଏଥିପାଇଁ ଉଦ୍ୟାନ କୃଷି ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ, କୃଷି ବିଭାଗ ପକ୍ଷରୁ ଅନେକ ତାଲିମ ଓ ବିହନ ଯୋଗାଇଦେବା ମାଟି ପରୀକ୍ଷା କରାଇବା ଭଳି ସହାୟତା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri