୫୦ କେଜିର ଲଡୁ ଲାଗି ହେବ

ଜଟଣୀ,୮ା୯(ରବୀନ୍ଦ୍ର ନାଥ ମହାକୁଡ଼): ଗଣେଶ ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ଜଟଣୀ ସହର। ଏଥିପାଇଁ ବିଭିନ୍ନ ବ୍ୟବସାୟୀ ସଂଘ, ସାହିବସ୍ତି ଓ କ୍ଲବ ପକ୍ଷରୁ ଧୁମଧାମରେ ଗଣେଶପୂଜା ପାଳନ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ସମସ୍ତେ ନିଜ ତୋରଣକୁ ଅନ୍ୟଠୁ ଭିନ୍ନ ଓ ଆକର୍ଷଣୀୟ ଢଙ୍ଗରେ ପ୍ରସ୍ତୁତ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଜଟଣୀ ସହରର ପୋଷ୍ଟ ଅଫିସ ବ୍ୟବସାୟୀ ସଂଘ ପୂଜା କମିଟି ମଧ୍ୟ ଜୋର୍‌ଦାର ପ୍ରସ୍ତୁତି ଚଳାଇଛି। ପ୍ରତିବର୍ଷ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ କିଛି କିଛି ନୂଆ କରିବାର ପ୍ରୟାସ କରିଥାଏ ସଂଘ। ଏଥର ଏଲ୍‌ଇଡି ଲାଇଟରେ ୪୫ ଫୁଟର ରାମଦୋଳି ଗେଟ୍‌ ଏବଂ ବିଭିନ୍ନ ପ୍ରକାର ମେକାନିକାଲ ଲାଇଟ ରହିବ, ଯାହାକି ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ସଂଘର କର୍ମକର୍ତ୍ତା କହିଛନ୍ତି।
ବହୁ ବର୍ଷ ପୂର୍ବେ ପୋଷ୍ଟ ଅଫିସ ଛକରେ ବ୍ୟବସାୟୀ ସୀତାରାମ ଅଗ୍ରଓ୍ବାଲ ନିଜ ଘରେ ପ୍ରଥମେ ଛୋଟ ଛୋଟ ତ୍ରିମୂର୍ତ୍ତିଙ୍କୁ ନେଇ ପୂଜା ଆରମ୍ଭ କରିଥିଲେ। କୌଣସି କାରଣରୁ ପୂଜା କିଛି ବର୍ଷ ବନ୍ଦ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ବ୍ୟବସାୟ ପ୍ରତିଷ୍ଠାନ ବୃଦ୍ଧି ହେବାରୁ ବ୍ୟବସାୟୀମାନେ ଏକତ୍ରିତ ହୋଇ ଥାନା ଛକରେ ପୂଜା କରିଆସୁଥିଲେ। ୨୦୧୭ ରୁ ପୁଣି ପୋଷ୍ଟ ଅଫିସ ଛକରେ ଏହି ପୂଜା ପାଳନ ହୋଇଆସୁଅଛି। ଏଥର ମା’ଲକ୍ଷ୍ମୀ ଏବଂ ସରସ୍ବତୀଙ୍କ ସହ ୨୦ଫୁଟ ଉଚ୍ଚର ଗଜାନନଙ୍କ ମୂର୍ତ୍ତି ପୂଜା ପାଇବାକୁ ଥିବାବେଳେ ୫୦କେଜି ଓଜନର ଦେଶୀ ଘିଅ ଏବଂ ବେସନରେ ପ୍ରସ୍ତୁତ ଲଡୁ ଠାକୁରଙ୍କ ଠାରେ ଲାଗିହେବ। ପ୍ରାୟ ୨୦ଲକ୍ଷ ଟଙ୍କା ପୂଜାରେ ଖର୍ଚ୍ଚ ହେବା ନେଇ କମିଟି ଆକଳନ କରିଛି। ଗଣେଶ ଚତୁର୍ଥୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପ୍ରତିଦିନ ସକାଳେ ଚୁଡ଼ାଘଷା ସହିତ ବିଭିନ୍ନ ଫଳ ଭୋଗ ଲାଗି ହେଉଥିବା ବେଳେ ମଧ୍ୟାହ୍ନରେ ମାନସିକଧାରୀଙ୍କ ଦ୍ୱାରା ଖେଚୁଡ଼ି ଭୋଗ ଏବଂ ସନ୍ଧ୍ୟାରେ ପାଳି ଅନୁଯାୟୀ ବ୍ୟବସାୟୀ ବିଭିନ୍ନ ଭୋଗ ଠାକୁରଙ୍କ ନିକଟରେ ଲାଗି କରିଥାନ୍ତି। ପୂଜା ସମୟରେ ଏହି ମଣ୍ଡପରେ ବିଭିନ୍ନ ଅଞ୍ଚଳର ମା’ଭଉଣୀମାନେ ଅନନ୍ତ ବ୍ରତ ଏବଂ ସୁଦଶା ବ୍ରତ କରିଥାନ୍ତି। ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ନେଇ କମିଟି ପକ୍ଷରୁ ସ୍ଥିର ହୋଇଛି। ପୂଜା ସମୟରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ସହିତ ୧୦୦ଜଣ ସ୍ବେଚ୍ଛାସେବୀ ନିୟୋଜିତ ହେବେ। ଭସାଣି ଶୋଭାଯାତ୍ରାର ପରଦିନ ୫୦କେଜିର  ଲଡୁ ନିଲାମ ହେବ ବୋଲି ବୋଲି ସଂଘ ପକ୍ଷରୁ କୁହାଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri