Categories: ଜାତୀୟ

ସାହିନ ବାଗରୁ ୪୦୦କୋଟିର ହେରୋଇନ୍‌ ଜବତ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ ସ୍ଥିତ ସାହିନ ବାଗ ଅଞ୍ଚଳରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)କୁ ଏକ ବଡ଼ ସଫଳତା ମିଳିଛି। ସାହିନ ବାଗର ଜାମିଆ ଅଞ୍ଚଳରେ ଏନ୍‌ସିବି ଟିମ୍‌ ଚଢ଼ାଉ କରି ୫୦କିଲୋ ହେରୋଇନ୍‌ ଓ ୪୭ କିଲୋ ଅନ୍ୟ ଡ୍ରଗ୍ସ ଜବତ କରିଛି। ଜବତ କରିଥିବା ହେରୋଇନ୍‌ର ମୂଲ୍ୟ ପ୍ରାୟ ୪ଶହ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ଏଥିସହ ନଗଦ ୩୦ଲକ୍ଷ ଟଙ୍କା ଓ ଟଙ୍କା ଗଣିବା ମେଶିନ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ଏନ୍‌ସିବି ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ବୋଲି ଦିଲ୍ଲୀର ଡିଡିଜି ଜ୍ଞାନେଶ୍ୱର ସିଂହ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ଆଫଗାନିସ୍ତାନରୁ ଦିଲ୍ଲୀକୁ ଏହି ହେରୋଇନ୍‌ ଆସିଥିବା ନେଇ ଏନ୍‌ସିବିକୁ ଖବର ମିଳିଥିଲା। ଏହାପରେ ଗୁରୁବାର ଏନ୍‌ସିବି ଟିମ୍‌ ଜାମିଆ ଅଞ୍ଚଳରେ ଚଢ଼ାଉ କରିଥିଲା। ତେବେ ଏହି ଅପରାଧର ଚେର ଉତ୍ତରପ୍ରଦେଶ, ପଞ୍ଜାବ ଓ ଦିଲ୍ଲୀ ପର୍ଯ୍ୟନ୍ତ ଲମ୍ବିଥିବା କୁହାଯାଉଛି।

Share