ଉଦୟପୁର-ତାଳସାରୀ ପଥରବନ୍ଧରେ ୫୦ ଘାଇ

ଭୋଗରାଇ,୨୯।୬(ପ୍ରଦୀପ ଦାସ)ଓଡ଼ିଶା ସୀମାନ୍ତ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଉଦୟପୁର-ତାଳସାରୀ ବେଳାଭୂମିକୁ ବିଶ୍ୱମାନର ପର୍ଯ୍ୟଟନସ୍ଥଳୀ ଗଢି ତୋଳିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ରାଜ୍ୟସ୍ତରୀୟ ନେତା ଓ ସଚିବମାନେ ପରିଦର୍ଶନରେ ଆସି କୋଟି କୋଟି ଟଙ୍କାର ଆର୍ଥିକ ଅନୁଦାନ ଦେଇଛନ୍ତି। ହେଲେ ସରକାରଙ୍କ ଏହି ବିପୁଳ ଅର୍ଥ ଠିକ୍‌ ଭାବେ ବିନିଯୋଗ ନ ହୋଇ ସମୁଦ୍ର ଗର୍ଭକୁ ଚାଲିଯାଉଛି। ଅସରାଏ ବର୍ଷାରେ ସୁରକ୍ଷା ବନ୍ଧର ଦକ୍ଷିଣ ପାଚେରି ନିର୍ମିତ କେତେକ ସ୍ଥାନରେ ଦବିଥିବା ବେଳେ ଉତ୍ତର ପାର୍ଶ୍ୱ ରାସ୍ତା ୫oଟି ସ୍ଥାନରେ ବଡ ବଡ ଘାଇ ହୋଇ ରାସ୍ତା ଧସିବା ଏହାର ଉଦାହରଣ। ଏହି କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ଏଭଳି ସ୍ଥିତି ହୋଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବିଭାଗୀୟ ଅଧିକାରୀଙ୍କ ଚାପରେ ବୁଧବାର ଘାଇ ସୃଷ୍ଟି ହୋଇଥିବା ସ୍ଥାନରେ ଠିକାଦାର ନିକଟସ୍ଥ ସମୁଦ୍ର ବାଲିପନ୍ତାରୁ ଟ୍ରାକ୍ଟର ଯୋଗେ ବାଲି ଆଣି ମରାମତି କରୁଥିବା ବେଳେ ତାହା ବର୍ଷାରେ ପୁଣି ଧୋଇଯାଉଛି। ସରକାରଙ୍କ ବିକାଶ ଯୋଜନା ଏଠାରେ ଫେଲ୍‌ ମାରିଥିବା ସାଧାରଣରେ ଅଭିଯୋଗ ହୋଇଛି।
ଉଦୟପୁର-ତାଳସାରୀ ୨. ୭ କି.ମି. ତଟ ସୁରକ୍ଷା ପଥରବନ୍ଧ ନିର୍ମାଣ ନିମନ୍ତେ ୨୦୧୧ରୁ ପର୍ଯ୍ୟାୟ କ୍ରମେ କାର୍ଯ୍ୟ ଆରମ୍ଭ ହୋଇ ଅଦ୍ୟାବଧି ୫୬କୋଟି ଟଙ୍କାରେ ପହଞ୍ଚିଛି। ୧୨ବର୍ଷ ଧରି ଏହି କାର୍ଯ୍ୟ ଚାଲି ଆସୁଥିବା ବେଳେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁ ନ ଥିବାରୁ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କୁ ଦାୟୀ କରାଯାଇଛି। ପଥର ଓ ବାଲି ମିଳୁନାହିଁ ବୋଲି କହି ଠିକାଦାର ଓ ଜଳସମ୍ପଦ ଅଧିକାରୀମାନେ ନିଜ ମୁଣ୍ଡରୁ ଦାୟିତ୍ୱରୁ ଦୂରେଇ ରହୁଥିବା ଅଭିଯୋଗ ହେଉଛି। ଓଡିଶାରୁ ଦୈନିକ ଶହ ଶହ ପଥର ଓ ବାଲି ବୋଝେଇ ଡମ୍ପର ଚୋରାରେ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ଓଡ଼ିଶାରେ ଉନ୍ନୟନ କାର୍ଯ୍ୟରେ ଲଘୁଜାତ ଦ୍ରବ୍ୟ ନ ମିଳିବା ହାସ୍ୟାସ୍ପଦ ବୋଲି ବହୁ ଜନପ୍ରତିନିଧି ଓ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି। ପ୍ରତିବର୍ଷ କୋଟି କୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚ ହୋଇ ପଥରବନ୍ଧ ପାଇଁ ଆର୍ଥିକ ଅନୁଦାନ ଦିଆଯାଉଥିବା ବେଳେ ନିମ୍ନମାନର କାର୍ଯ୍ୟ ହେଉଥିବା ବାରମ୍ବାର ଅଭିଯୋଗ ହେଉଛି। ଫଳରେ ସମୁଦ୍ର ଜୁଆର ମାଡ଼ରେ ସେସବୁ ସମୁଦ୍ର ଗର୍ଭକୁ ଟାଣିନେଉଛି। ଅପରପକ୍ଷରେ ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ବେଳାଭୂମି ପଥରବନ୍ଧକୁ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ, ଶକ୍ତ ଓ ସୁରକ୍ଷିତ ରଖାଯାଇଥିବା ବେଳେ ଆମ ବିଭାଗୀୟ ଅଧିକାରୀ ସେମାଙ୍କର କାର୍ଯ୍ୟଶୈଳୀ ଦେଖି ଚାହିଁ ଶିଖି ପାରୁ ନ ଥିବାରୁ ତଟ ସୁରକ୍ଷା ପଥରବନ୍ଧ ଭାଙ୍ଗିରୁଜି ଯାଉଥିବା କୁହାଯାଉଛି। ଗତ ୨୦୨୧ ୟାସ୍‌ ନାମିତ ବାତ୍ୟାରେ ଏହି ପଥର ବନ୍ଧ ଭାଙ୍ଗିଯାଇଥିବା ବେଳେ ୨୦୨୨ରେ ମରାମତି କରାଯାଇଥିଲା। ବର୍ଷାଋତୁ ଆରମ୍ଭରୁ ସମ୍ଭାବ୍ୟ ବାତ୍ୟା ଓ ସମୁଦ୍ର ଉତ୍ତାଳ ଢେଉରେ ପଥରବନ୍ଧ ପ୍ରତି ବିପଦ ସୃଷ୍ଟି ହେଲା ଭଳି ସ୍ଥିତି ଉପୁଜିବାରୁ କୂଳବାସଙ୍କ ଭୀତି ବଢାଇଛି। ଏ ସମ୍ପର୍କରେ ବାଲେଶ୍ୱର ଜଳ ସମ୍ପଦ ବିଭାଗର ସୁପରିଣ୍ଟେଣ୍ଡେଣ୍ଟ ପ୍ରଭାସ ପ୍ରଧାନଙ୍କୁ ପଚରାଯିବାରୁ ମେରାଇନ ଡ୍ରାଇଭ ରାସ୍ତାରେ ବଡ ଘାଇ ହେବା ଏବଂ ରାସ୍ତା ଧସେଇ ନେବା ସମ୍ପର୍କରେ ପଚାରିବାରୁ ସେ ମୂଳପ୍ରଶ୍ନ ଚତୁରତାର ସହ ଏଡାଇଯାଇ ରାସ୍ତା କାର୍ଯ୍ୟ ଶେଷ ହୋଇନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?