ଘେରିବନ୍ଧରୁ ୫୦ ଫୁଟର ପଥର ପ୍ୟାକିଂ ଖସିଲା

ରାଜନଗର, ୧୭ା୯(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗରର ଅନ୍ୟତମ ପ୍ରମୁଖ ଲୁଣା ଘେରିବନ୍ଧ ରଙ୍ଗଣୀ ସର୍କିଟ୍‌ ପ୍ରତି ବିପଦ ସୃଷ୍ଟି ହୋଇଛି। ରଙ୍ଗଣୀ ସର୍କିଟ୍‌ର ପ୍ରଭାତି ନିକଟରେ ରିଟର୍ନିଂ ୱାଲ ଭାଙ୍ଗି ପଥର ପ୍ୟାକିଂ ଧସି ପଡ଼ିଛି। ପ୍ରାୟ ୫୦ ଫୁଟ ଲମ୍ବର ପଥର ପ୍ୟାକିଂ ଓ ରିଟର୍ନିଂ ୱାଲ ଭୁଶୁଡି ପଡ଼ିବା ଯୋଗୁ ଲୁଣା ଘେରିବନ୍ଧ ପ୍ରତି ବିପଦ ଦେଖା ଦେଇଛି। ଗତ ୫ ବର୍ଷ ହେଲା ଏହି ଲୁଣା ଘେରିବନ୍ଧ ନିର୍ମାଣ ହୋଇଥିଲା। ଏହା ଧସି ପଡ଼ିବା ଯୋଗୁ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି ହୋଇଛି। ଗୁରୁବାର ରାତିରେ ଜୁଆର ମାଡ଼ରେ ଧସେଇ ପଡିବା ପରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଖବରପାଇ ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ଜିଲା ପରିଷଦ ଉପାଧ୍ୟକ୍ଷ ଅଶୋକ କୁମାର ପ୍ରତିହାରୀ, ରାଜନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର, ଉପାଧ୍ୟକ୍ଷ ଗଣେଶ ଚନ୍ଦ୍ର ଗୁଡିଆ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଏହାର ମରାମତି କରିବାକୁ ତଟବନ୍ଧ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ସହ ବିଧାୟକ ଆଲୋଚନା କରିଛନ୍ତି।