୫୦ ଦେଶ ମିଳିତ ଭାବେ ୟୁକ୍ରେନର ବାୟୁସେନାକୁ କରିବେ ସୁଦୃଢ଼

ବ୍ରୁସଲେସ୍‌,୧୨ା୧୦: ବେଲଜିୟମର ରାଜଧାନୀ ବ୍ରୁସଲେସ୍‌ରେ ୫୦ରୁ ଅଧିକ ଦେଶର ପ୍ରତିନିଧିମାନେ ୟୁକ୍ରେନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଆବଶ୍ୟକ ନିଷ୍ପତ୍ତି ନେବେ। ବୁଧବାର ଅନୁଷ୍ଠିତ ଏକ ସମାବେଶରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ୟୁକ୍ରେନ ଯୁଦ୍ଧର ସଦ୍ୟତମ ପରିସ୍ଥିତି ଉପରେ ବିଚାର କରିଛନ୍ତି। ସୋମବାର ୟୁକ୍ରେନ ଉପରେ ରୁଷିଆର ଭୟଙ୍କର ଆକ୍ରମଣ ପରେ ଏହି ବୈଠକ ଆୟୋଜନ କରାଯାଇଛି।

ସୋମବାର ହୋଇଥିବା ଆକ୍ରମଣରେ ରୁଷିଆ ୟୁକ୍ରେନର ୧୦ଟି ସହରରେ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରି ୨୬ ଜଣଙ୍କର ମୃତ୍ୟୁ ଘଟିଥିଲା। ଅନେକ ଲୋକ ଆହତ ହୋଇଥିଲେକ୍ରମଣରେ ୟୁକ୍ରେନର ଭିତ୍ତିଭୂମି ମଧ୍ୟ ବହୁ କ୍ଷତିଗ୍ରସ୍ତ ହୋଇଛି। ବୁଧବାର ତୃତୀୟ ଦିନ ପାଇଁ, କ୍ୱିଭ୍‌ ସମେତ ୟୁକ୍ରେନ ସହର ଉପରେ ଏୟାର ଷ୍ଟ୍ରାଇକ୍‌ ବିଷୟରେ ସାଇରନ ଚେତାବନୀ ମଧ୍ୟବର୍ତ୍ତୀ ସମୟରେ ଶୁଣାଗଲା ଏବଂ ଭୟଭୀତ ଲୋକମାନେ ପଳାଇ ବଙ୍କରରେ ଲୁଚି ରହିଲେ।

Share