ନିର୍ମାଣ ଅପେକ୍ଷାରେ ୫ ବର୍ଷ

କେନ୍ଦ୍ରାପଡା,୨୩୪୮(ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡାଶାଳୀ ଗ୍ରାମ ନିକଟ ମହାନଦୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ପ୍ରତିଷ୍ଠା ହେବ ା ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ଡିସେମ୍ବର ୮ରେ କେନ୍ଦ୍ରାପଡ଼ା ଜିଲା ଗସ୍ତ ଅବସରରେ ଘୋଷଣା କରିଥିଲେ ା ଏହି ବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୮ ଜୁଲାଇରେ ଏକ ସ୍ବତନ୍ତ୍ର ବୈଠକ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଥିଲା ା ବନ୍ଦର ନିର୍ମାଣର ପ୍ରଥମ ପର୍ଯ୍ୟାୟରେ ୨୧୧୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଥିଲା ା ବାର୍ଷିକ ୧୮.୪୩ ନିୟୁତ ଟନ୍‌ ପଣ୍ୟ କାରବାର ହେବ ବୋଲି ପ୍ରସ୍ତାବ ଥିଲା ା ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ୫ ବର୍ଷ ପୁରିବାକୁ ଯାଇଥିଲେ ମଧ୍ୟ ପ୍ରକଳ୍ପ ନିର୍ମାଣକୁ ନେଇ କୌଣସି ତପତ୍ରତା ପ୍ରକାଶ ପାଉନାହିଁ ା ଅପରପକ୍ଷେ ବନ୍ଦର ନିର୍ମାଣକୁ ନେଇ ପରିବେଶବିତ୍‌ ଭିତରକନିକାର ଜୈବ ବିବିଧତା ନଷ୍ଟ ହେବ ବୋଲି ଆଶଙ୍କା ପ୍ରକାଶ କରିଥିବା ବେଳେ ବୁଦ୍ଧିଜୀବୀମାନେ ଜିଲାର ଅର୍ଥନୈତିକ ବିକାଶ ପାଇଁ ଜରୁରୀ ଥିବା ପ୍ରକାଶ କରିଛନ୍ତି ା
ଜିଲା ମତ୍ସ୍ୟଜୀବୀ ସଂଘର ଅର୍ଜୁନ ମଣ୍ଡଳ କହିଛନ୍ତି, ଆଖଡାଶାଳୀଠାରେ ନଦୀଭିତ୍ତିକ ବନ୍ଦର ୩୦ ହଜାରରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀଙ୍କ ଜୀବିକା ନଷ୍ଟ କରିବ ା ମହାନଦୀ ଓ ଏହାର ଶାଖା ନାଳରେ ପ୍ରଚୁର ମାତ୍ରାରେ ଲୁଣି ଓ ମଧୁର ମାଛ ମିଳିଥାଏ ା ବନ୍ଦର ପ୍ରତିଷ୍ଠା ଫଳରେ ମାଛର ପରିମାଣ କମିବା ଯୋଗୁ ୨୦ରୁ ଊର୍ଦ୍ଧ୍ୱ ଗାଁର ଲୋକମାନେ ଆର୍ଥିକ ସଙ୍କଟରେ ପଡ଼ିବେ ା ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, ବନ୍ଦର ନିର୍ମାଣ ହେଲେ ଭିତରକନିକାର ଜୈବ ବିବିଧତା ଉପରେ ପ୍ରଭାବ ପକାଇବ ା ପ୍ରସ୍ତାବିତ ବନ୍ଦର ଓ ବିଶ୍ୱ ପ୍ରସିଦ୍ଧ ଅଲିଭ ରିଡ୍‌ଲେଙ୍କ ପ୍ରଜନନ ସ୍ଥଳ ଗହିରମଥାର ଦୂରତ୍ୱ ବହୁତ କମ ା ଜାହାଜ ଚଳାଚଳ ଫଳରେ ଏହି ପ୍ରାକୃତିକ ପ୍ରଜନନ ସ୍ଥଳରେ ବିରଳ ଅଲିଭ ରିଡ୍‌ଲେଙ୍କୁ ଆଉ ଦେଖିବାକୁ ମିଳିବ ନାହିଁ ା ଏହା ବ୍ୟତିତ ସାମୁଦ୍ରିକ ପ୍ରାଚୀର ଭାବେ ପରିଚିତି ଲାଭ କରିଥିବା ହେନ୍ତାଳ ବଣ ନଷ୍ଟ ହେବ ବୋଲି ମତ ଦେଇଛନ୍ତି ା ରାଜ୍ୟ ବନ୍ୟପ୍ରାଣୀ ସଙ୍ଗଠନର ସମ୍ପାଦକ ବିଶ୍ୱଜିତ୍‌ ମହାନ୍ତି କହିଛନ୍ତି, ଗତ ୮ ବର୍ଷ ପୂର୍ବେ କେନ୍ଦ୍ର ସରକାରଙ୍କ ପରିବେଶ ଓ ବନ୍ୟ ସମ୍ପଦ ବିଭାଗ ଜାତୀୟ ଉଦ୍ୟାନ ଭିତରକନିକା ଓ ଗହୀରମଥା ଅଞ୍ଚଳରେ ଥିବା ୧୯୨ଟି ଗ୍ରାମକୁ ପରିବେଶ ସମ୍ବେଦନଶୀଳ ଜୋନ୍‌ ବୋଲି ଘୋଷଣା କରିଛି ା ଆଖଡାଶାଳୀଠାରେ ବନ୍ଦର ନିର୍ମାଣ ଫଳରେ ଏହି ଅଞ୍ଚଳର ସାମୁଦ୍ରିକ ଓ ବନ୍ୟପ୍ରାଣୀ ପ୍ରତି ବିପଦ ସୃଷ୍ଟି କରିବ ା ଓଡ଼ିଶା ସୂଚନା ଅଧିକାର ଅଭିଯାନ (ଓସା)ର ଜିଲା ଆବାହକ ପ୍ରତାପ ଚନ୍ଦ୍ର ମହାନ୍ତି କହିଛନ୍ତି, ଆଖଡାଶାଳୀ ବନ୍ଦର ନିର୍ମାଣ ଫଳରେ ଜିଲାର ଆର୍ଥିକ ବିକାଶ ହୋଇଥାନ୍ତା ା ତେବେ ରାଜ୍ୟ ସରକାରଙ୍କ ଏହି ଘୋଷଣା ଏକ ନିର୍ବାଚନୀ ଚାଲ ଥିଲା ା ନିର୍ବାଚନ ସମୟ ଆସିଲେ କେନ୍ଦ୍ରାପଡ଼ା ଜିଲାବାସୀଙ୍କୁ ବନ୍ଦର ଓ ଶିଳ୍ପର ସ୍ବପ୍ନ ଦେଖା ଯାଇଥାଏ ା ୨୦୦୯ରେ ବରୁଣେଇ ବନ୍ଦର ଓ ୨୦୧୪ରେ ରାଜଗଡ଼ରେ ଥର୍ମାଲ ପ୍ଲାଣ୍ଟ ନିର୍ମାଣ ପାଇଁ ଘୋଷଣା ହୋଇଥିଲା ା ଆଖଡ଼ାଶାଳୀରେ ବନ୍ଦର ନିର୍ମାଣକୁ ନେଇ ସେ ସନ୍ଦେହ ପ୍ରକାଶ କରିଛନ୍ତି ା ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ଅମରବର ବିଶ୍ୱାଳ, ଆଶିଷ କୁମାର ସେନାପତି ପ୍ରମୁଖ କହିଛନ୍ତି, ଦୁଇଟି ପର୍ଯ୍ୟାୟରେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ବନ୍ଦର ହେଲେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଅନୂନ୍ୟ ୧୫ ହଜାର ଲୋକଙ୍କୁ କାମ ମିଳିବ ା ବନ୍ଦର ନିର୍ମାଣକୁ ନେଇ ବିଭିନ୍ନ ସମୟରେ ରାଜ୍ୟ ସରକାର ପଦକ୍ଷେପ ନେଉଥିବା ଶୁଣା ଯାଉଥିଲେ ମଧ୍ୟ ଅଦ୍ୟାବଧି କୌଣସି ସଫଳ ବାର୍ତ୍ତା ଜିଲାବାସୀ ନିକଟରେ ପହଞ୍ଚତ୍ ନାହିଁ ା ବନ୍ଦର ନିକଟରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସୃଷ୍ଟି ହେବାର ସମ୍ଭାବନା ଥିବା ସେମାନେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri