୫ ବର୍ଷ ବିତିଲା: ମିଶନ ଶକ୍ତି ଗୃହ ନିର୍ମାଣ ସରୁନାହିଁ

ନିଶ୍ଚିନ୍ତକୋଇଲି,୨୨ା୬(ଅଶୋକ କୁମାର ମହାପାତ୍ର)କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ କଟରପଡ଼ା ପଞ୍ଚାୟତ ସାଙ୍କିଲୋଠାରେ ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲାଣି ମନ୍ଥର ଗତିରେ ଚାଲିଥିବା ମିଶନ ଶକ୍ତି ଗୃହ ନିର୍ମାଣ କାର୍ଯ୍ୟ ଶେଷ ହେଉନାହିଁ ବୋଲି ଅଭିଯୋଗ ହୋଇଛି। ଅପରପକ୍ଷରେ ଏହି ଗୃହ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା କରାଯାଇ ସରକାରୀ ଅର୍ଥ ହଡପ କରାଯାଇଥିବା ଗୁରୁତର ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଆସନ୍ତା ୩୦ ତାରିଖ ରାଜ୍ୟ ମିଶନ ଶକ୍ତି ଭୁବନେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବାକୁ କଟରପଡ଼ା ସମିତିସଭ୍ୟା ସ୍ବାଗତିକା ନାୟକ ଚେତାବନୀ ଦେଇଛନ୍ତି।
କଟରପଡା ପଞ୍ଚାୟତରେ ଅନନ୍ୟା ମହିଳା ଅନୁଷ୍ଠାନ ନାମରେ ପ୍ରଥମେ ଏମ୍‌ଜିଏନ୍‌ଆର୍‌ଜିଏସ୍‌ରେ ୭ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇ ୩ ଲକ୍ଷ ୮୦ ହହାରରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଇଥିଲା। ପରେ ପଞ୍ଚାୟତକୁ ମହିଳା ମିଶନ ଶକ୍ତିର ଏକ ଗୃହ ନିର୍ମାଣ ନିମନ୍ତେ ସରକାର ୫ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ପୂର୍ବରୁ ମହିଳା ସଙ୍ଗଠନ କରିଥିବା ଘରର ପୂର୍ଣ୍ଣାଙ୍ଗ ପାଇଁ ଏହି ଅର୍ଥ ଖର୍ଚ୍ଚ ହୋଇଥିଲା। ତେବେ ମହିଳା ମହାସଂଘ ଓ ମହିଳା ସଙ୍ଗଠନ ୨ ଗୋଷ୍ଠୀଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଥିଲା। ଘରର ପୂର୍ଣ୍ଣାଙ୍ଗ କାର୍ଯ୍ୟ ପରେ ମହିଳା ସଙ୍ଗଠନ କି ମହିଳା ମହାସଂଘ କେହି ବି ବ୍ୟବହାର କରି ପାରି ନ ଥିଲେ। ଫଳସ୍ବରୂପ କାମ ହେଇ ମଧ୍ୟ କାମରେ ଆସୁନି ମିଶନ ଶକ୍ତି ଗୃହ ବୋଲି ପଞ୍ଚାୟତ ତମାମ ଚର୍ଚ୍ଚା ଲାଗି ରହିଥିଲା। ୨୦୧୭-୧୮ ଆର୍ଥତ୍କ ବର୍ଷରେ ଗୃହ ନିର୍ମାଣ କାମ ଆରମ୍ଭ ହୋଇଥିଲା। ୫ ବର୍ଷ ବିତିବାକୁ ବସିଥିଲା ବେଳେ ଏ ପର୍ଯ୍ୟନ୍ତ ଗୃହ ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇ ପାରି ନ ଥିବା ଅଭିଯୋଗ ହୋଇଛି। ତେବେ ବିଭାଗୀୟ ଅଧିକାରୀ ଅଟକଳ ଅନୁଯାୟୀ ଏହି ଗୃହ ନିର୍ମାଣ କାର୍ଯ୍ୟ କରି ନ ଥିବା ଅଭିଯୋଗ ହୋଇଛି। ଗୃହ ନିର୍ମାଣ କାମରେ ଅତ୍ୟନ୍ତ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇଥିବା କାରଣରୁ ଏହାର ସ୍ଥାୟିତ୍ୱ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ସେହିପରି ଭାବେ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇ ନ ଥିଲା ବେଳେ କାନ୍ଥରୁ ରଙ୍ଗ ଓ ବାଲି ସିମେଣ୍ଟ ଛାଡିବାକୁ ଆରମ୍ଭ କଲାଣି। ଗୃହ ନିର୍ମାଣ କାର୍ଯ୍ୟ ନିମ୍ନମାନର କରାଯାଇଥିବା ଅଭିଯୋଗ ଉପରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅଜିତ କୁମାର ତ୍ରିପାଠୀ ନିଶ୍ଚିନ୍ତକୋଇଲି ବିଡିଓଙ୍କ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ଏହା ଉପରେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହି ନିର୍ମାଣ କାର୍ଯ୍ୟରେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ଭାବେ ବାରି ହେଉଥିବା ସମିତିସଭ୍ୟ ନାୟକ ଅଭିଯୋଗ କରିଛନ୍ତି। କିନ୍ତୁ ଏହି ଗୃହ ନିର୍ମାଣନିମନ୍ତେ ୮ ଲକ୍ଷ ୮୦ ହଜାର ମଞ୍ଜୁର ହୋଇଥିଲା ବେଳେ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା କାରଣରୁ ଏ ପର୍ଯ୍ୟନ୍ତ କାମ ଶେଷ ହୋଇପାରୁ ନାହିଁ ବୋଲି ମଧ୍ୟ ନାୟକ ଅଭିଯୋଗ କରିଛନ୍ତି। ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ନାୟକ ଭୁବନେଶ୍ୱରସ୍ଥିତ ମହିଳା ମିଶନ ଶକ୍ତି କାର୍ଯ୍ୟାଳୟ ସମ୍ମୁଖରେ ଆସନ୍ତା ୩୦ ତାରିଖରେ ଆମରଣ ଅନଶନ କରିବେ ବୋଲି ମହିଳା ମିଶନ ଶକ୍ତି କମିଶନର ତଥା ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି। ଏ ସମ୍ପର୍କରେ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ରଞ୍ଜନ ପଣ୍ଡାଙ୍କୁ ପଚାରିବାରେ ଗୃହ କାର୍ଯ୍ୟ ଆପାତଃ ଶେଷ ହୋଇଛି। କିଛି ସମସ୍ୟା ପାଇଁ ଏହା କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଏହାର ସମାଧାନ ପାଇଁ ନିକଟରେ ବିଡିଓ ସମ୍ପୃକ୍ତ ପଞ୍ଚାୟତକୁ ଯାଇ ସରଜମିନରେ ଅଭିଯୋଗର ତଦନ୍ତ କରିଥିଲେ। ଖୁବ୍‌ଶୀଘ୍ର ଏହାର ସମାଧାନ ହେବ। ଏ ସମ୍ପର୍କରେ ବିଡିଓ ଦିବ୍ୟଜ୍ୟୋତି ସ୍ମୃୃତି ରଞ୍ଜନ ଦେଓଙ୍କୁ ପଚାରିବାରେ ମିଶନ ଶକ୍ତି ବିଭାଗ ପକ୍ଷରୁ ନିକଟରେ ଜିଲା ଅଧିକାରୀଙ୍କ ଦ୍ୱାରା ଏହି ଘଟଣାର ତଦନ୍ତ କରାଯାଇଛି। ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri