ଚାକିରୀ ପ୍ରଲୋଭନ ଦେଖାଇ ୩ଜଣ ଝିଅଙ୍କୁ ବିକିଦେବା ଘଟଣାରେ ଅଭିଯୁକ୍ତଙ୍କୁୁ ୫ବର୍ଷର ଜେଲଦଣ୍ଡ

ବାରିପଦା ଅଫିସ,୩୧।୫: ଚାକିରି ପ୍ରଲୋଭନ ଦେଖାଇ ୩ଜଣ ଝିଅଙ୍କୁ ବିକ୍ରି କରିବା ଘଟଣାରେ ମୟୂରଭଞ୍ଜ ଜିଲା ଅତିରିକ୍ତ ସହକାରୀ ଦୌରା ଜର୍ଜ କୋର୍ଟର ବୁଧବାର ରାୟ ପ୍ରକାଶ କରିଛନ୍ତି। ଜଜ ବାସୁଦେବ ଆଚାର୍ଯ୍ୟ ଏହାର ବିଚାର କରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୫ବର୍ଷର ଜେଲ୍‌ଦଣ୍ଡାଦେଶ ସହିତ ୬ହଜାର ଟଙ୍କା ଜରିିମାନା କରିଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୬ମାସର କାରାଦଣ୍ଡ ଭୋଗ କରିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ, ବାରିପଦା ସଦର ଥାନା ଅନ୍ତର୍ଗତ ଜୟବିଲା ଗ୍ରାମର ବୁଦ୍ଧିନି ସିଂ।
ସୂଚନାଯୋଗ୍ୟ, ବଡ଼ସାହି ଥାନା ଅନ୍ତର୍ଗତ ଖାନୂଆ ଗ୍ରାମର ଜଣେ ନାବାଳିକା ସମେତ ୩ଜଣ ଝିଅଙ୍କୁ ମାସକୁ ୧୨ହଜାର ଟଙ୍କା ଦରମାର ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ବୁଦ୍ଧିନି ସିଂ ଓ ଶଙ୍କର ପାତ୍ର ରାଉରକେଲା ନେଇ ଯାଇଥିଲେ। ତେବେ ପାଞ୍ଚ ଦିନ ଧରି ଯୁବତୀଙ୍କ ମୋବାଇଲ ବନ୍ଦ ରହିବା ପରେ ପରିବାର ଲୋକେ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୁକ୍ତଦ୍ୱୟ ଯୁବତୀଙ୍କୁ ନେଇ ରାଜସ୍ଥାନର କୋଟା ଅଞ୍ଚଳରେ ୨ଲକ୍ଷ ଟଙ୍କା ବିନିମୟରେ ବିକ୍ରି କରି ଦେଇଥିଲେ। ରାଜସ୍ଥାନ ପୋଲିସ ସହାୟତାରେ ଜଣଙ୍କୁୁ ଉଦ୍ଧାର କରି ବଡ଼ସାହି ପୋଲିସ ଆଣିବା ପରେ ଘଟଣାର ପର୍ଦାଫାସ ହୋଇଥିଲା। ଏନେଇ ପୋଲିସ ବଡ଼ସାହି ଥାନାରେ କେସ ନମ୍ବର ୪୪/୨୨ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବୁଦ୍ଧିନି ସିଂକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ମାମଲାର ବିଚାର ସମୟରେ ୧୧ଜଣ ସାକ୍ଷୀଙ୍କ ବୟାନ, ତଦନ୍ତ ରିପୋର୍ଟକୁ ଭିତ୍ତି କରି ଜଜ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ତେବେ ଅନ୍ୟ ଜଣେ ଅଭିଯୁକ୍ତ ଶଙ୍କର ପାତ୍ର ରାଜସ୍ଥାନରେ ବିଚାରଧୀନ କଏଦୀ ଭାବେ ସଜା କାଟୁଛନ୍ତି। ଉକ୍ତ ମାମଲାକୁ ସରକାରୀ ଆଇନଜୀବୀ ବଜେନ୍ଦ୍ର ମହାନ୍ତି ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri