୯ ମାସରେ ୫ ବର୍ଷର ଉତ୍ତୋଳନ

ଯାଜପୁର ଅଫିସ,୨୨।୪: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ଥିବା ବହୁ ମୂଲ୍ୟବାନ କଳାପଥର(ଗ୍ରାନାଇଟ୍‌) ଲୁଟ୍‌ ପାଇଁ ଏକ ପ୍ରକାର ଅଘୋଷିତ ପ୍ରତିଯୋଗିତା ଜୋର ଧରିଛି। ଲିଜ୍‌ର ୧ ବର୍ଷ ନ ପୂରୁଣୁ ୫ ବର୍ଷ ପାଇଁ ଧାର୍ଯ୍ୟ ପରିମାଣର କଳାପଥର ଉତ୍ତୋଳନ କରାଯାଉଛି। ତହସିଲ ପ୍ରଶାସନ ମାପଚୁପ କରି କେବଳ କାରଣ ଦର୍ଶାଅ ନୋଟିସ କରି ନୀରବ ରହିଯାଉଛି। ଫଳରେ କାରଣ ଦର୍ଶାଅ ନୋଟିସକୁ ଭ୍ରୂକ୍ଷେପ ନ କରି ଲିଜ୍‌ଧାରୀ ପୁଣି ଅତି ଗଭୀର ଗାତ ଖୋଳି ଏବଂ ବିସ୍ପୋରଣ ଘଟାଇ ଦିନକୁ ବିପୁଳ ପରିମାଣରେ କଳାପଥର ଚୋରି କରୁଥିବା ଅଭିଯୋଗ ହେଉଛି। ଏହାର ଉଦାହରଣ ଭାବେ ଆରୁହା ପାହାଡର ସୈରାତ ନମ୍ବର ୩୪/୨୦୨୧-୨୨କୁ ନିଆଯାଇପାରେ। ଏଠାରେ ଲିଜ୍‌ଧାରୀ ମନୋଜ ସାମଲଙ୍କୁ ୫ ବର୍ଷ ପାଇଁ ୭୦ ହଜାର ଘନମିଟର ଉତ୍ତୋଳନ କରିବାକୁ ଅନୁମତି ମିଳିଥିବାବେଳେ ମାତ୍ର ୯ ମାସରେ ୧ ଲକ୍ଷ ୮ ହଜାର ଘନମିଟର କଳାପଥର ଉତ୍ତୋଳନ କରିଛନ୍ତି। ଗତ ମାର୍ଚ୍ଚ ୧୧ ତାରିଖରେ ହୋଇଥିବା ସାଟେଲାଇଟ ମାପଚୁପରେ ଏଭଳି ହରିଲୁଟ ଜଣାପଡ଼ିବା ପରେ ତହସିଲ ପ୍ରଶାସନ ପକ୍ଷରୁ ଗତ ୧୫ ତାରିଖରେ ଲିଜ୍‌ଧାରୀ ସାମଲଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ପରିବେଶ ଅନୁମତି(ଇସି) ଓ ଖନନ ନିମନ୍ତେ ସିଟିଓ(କନ୍‌ସେଣ୍ଟ ଟୁ ଅପରେଟ୍‌)ର ସର୍ତ୍ତ ଅନୁସାରେ ସମ୍ପୃକ୍ତ ଖାଦାନକୁ ବନ୍ଦ କରାଯିବା କଥା। ତାହା ନ କରି ତହସିଲ ପ୍ରଶାସନ ଲିଜ୍‌ଧାରୀଙ୍କୁ ଅଧିକ ଖନନ ପାଇଁ ପ୍ରୋତ୍ସାହନ ଯୋଗାଉଥିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ସାଧାରଣ ଲୋକେ ତହସିଲଦାରଙ୍କ ନିକଟରେ ଅଭିଯୋଗ କଲେ ଯାହା କରିବାର ଅଛି କର, ଯେତେ ଖବର ପ୍ରକାଶ କଲେ ବି ତାଙ୍କର କୌଣସି ଅନିଷ୍ଟ ହେବ ନାହିଁ ବୋଲି ଓଲଟା କୁହାଯାଉଥିବା ଅଭଯୋଗ ହେଉଛି। ଏହି ପ୍ରକ୍ରିୟାରେ ପ୍ରଭାବଶାଳୀ ନେତା କିମ୍ବା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଖୋଲା ସହଯୋଗ ରହୁଥିବା ନେଇ ଅଞ୍ଚଳବାସୀ ସନ୍ଦେହ କରୁଛନ୍ତି।
ରାଜ୍ୟରେ ଲଘୁ ଖଣିଜ ଦ୍ରବ୍ୟର ବେଆଇନ ଉତ୍ତୋଳନ, ଅନୁମୋଦନ ପରିମାଣଠାରୁ ଅଧିକ ଲୁଟ, ବିନା ଟ୍ରାନଜିଟ ଫର୍ମରେ ଖଣିଜ ପରିବହନ ଓ ବିକ୍ରି ମାମଲାରେ ୨୦୨୨ ମାର୍ଚ୍ଚ ସୁଦ୍ଧା ୧୪ ଜିଲାରୁ ୧୯ କୋଟି ୮୬ ଲକ୍ଷ ୫୦ ହଜାର ୫୪୩ ଟଙ୍କା ଜରିମାନା ଆଦାୟ ହୋଇଥିଲା। ତେବେ ଯାଜପୁର, ବଲାଙ୍ଗୀର, ଭଦ୍ରକ, ବରଗଡ଼, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ନୂଆପଡ଼ା ଜିଲାରେ ଜରିମାନା ଆଦାୟ ନୈରାଶ୍ୟଜନକ ରହିଥିଲା। ଏନେଇ ସେହିବର୍ଷ ବିଧାନସଭାରେ ପ୍ରଶ୍ନ ଉଠିବା ଏବଂ ଧରିତ୍ରୀରେ ସବିଶେଷ ଖବର ପ୍ରକାଶ ପାଇବା ପରେ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଥିଲା। ପ୍ରଶାସନ ପକ୍ଷରୁ ସାଟେଲାଇଟ୍‌ ଜରିଆରେ ମାପଚୁପ କରି ଖିଲାପକାରୀ ଲିଜ୍‌ଧାରୀଙ୍କଠାରୁ ଜରିମାନା ଆଦାୟ ପାଇଁ ନୋଟିସ ଜାରି ପ୍ରକ୍ରିୟା ଆରମ୍ଭ କରିଥିଲା। ୨୦୨୨ ଜୁନ ୨ରେ ୩୪ ନମ୍ବର ଆରୁହା ଖାଦାନ ପାଇଁ ସାମଲଙ୍କୁ ଲିଜ୍‌ ସୂତ୍ରରେ ଦିଆଯାଇଥିଲା। ତେବେ ମାପଚୁପରେ ଅଧିକ କଳାପଥର ଉତ୍ତୋଳନ ହୋଇଥିବା ଜଣାପଡ଼ିବା ପରେ କାରଣଦର୍ଶାଅ ନୋଟିସ ହୋଇଛି। ଆଗକୁ ଖାଦାନ ବନ୍ଦ ହୋଇଯିବା ନିଶ୍ଚିତ ହେବା ପରେ ଲିଜ୍‌ଧାରୀ ସେହି ସେଠାରୁ ଦିନରାତି ବିପୁଳ ପରିମାଣରେ ଉତ୍ତୋଳନ ଜାରି ରଖିଛନ୍ତି। ବିସ୍ଫୋରଣ ଯୋଗୁ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସ୍ଥାନୀୟ ରାଜସ୍ବ ନିରୀକ୍ଷକ, ତହସିଲଦାର ଏବଂ ଜିଲାପାଳ ଏହା ଜାଣିଥିଲେ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ନୀରବ ରହିଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ଅନ୍ୟପକ୍ଷେ ମାର୍ଚ୍ଚ ୧୧ରେ ହୋଇଥିବା ମାପକୁ ଇତିମଧ୍ୟରେ ୧ ମାସ ୧୧ ଦିନ ଅତିକ୍ରାନ୍ତ ହୋଇ ସାରିଛି। ଏହି ସମୟରେ ମଧ୍ୟରେ ଲିଜ୍‌ଧାରୀ ପ୍ରାୟ ୧୫ ହଜାର ଘନମିଟର ଅଧିକ ପରିମାଣର କଳାପଥର ଉତ୍ତୋଳନ କରିଥିବା ଅନୁମାନ କରାଯାଇଛି। ଇସି ସର୍ତ୍ତକୁ ଉଲ୍ଲଂଘନ କରାଗଲେ ଉତ୍ତୋଳନ ପରିମାଣର ଦରଠାରୁ ୫ ଗୁଣ ଅଧିକ ଜରିମାନା ଆଦାୟ କରିବାର ନିୟମ ରହିଛି। ତେଣୁ ଜରିମାନା ନିର୍ଦ୍ଦେଶ ସମୟରେ ଏହି ହିସାବକୁ ସାମିଲ କରାଯିବ କି ନାହିଁ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଲିଜ୍‌ଧାରୀଙ୍କୁ ଅଧିକ ଉତ୍ତୋଳନ ପାଇଁ ସୁଯୋଗ ଦେବା ସମ୍ପୃକ୍ତ ଅଧିକାରୀଙ୍କ କାର୍ଯ୍ୟ ସ୍ବଚ୍ଛତା ନେଇ ସାଧାରଣରେ ସନ୍ଦେହ ଉପୁଜିଛି। ଏହାବାଦ ପୂର୍ବରୁ ଲିଜ୍‌ ଦିଆଯାଇଥିବା ତଥା ୧୦ କୋଟି ଜରିମାନା ନିର୍ଦ୍ଦେଶ ହୋଇଥିବା ଲିଜ୍‌ଧାରୀ ତ୍ରିନାଥ ଜେନାଙ୍କ ପରିସୀମାକୁ ମଧ୍ୟ ସାମଲ ଦଖଲ କରି କଳାପଥର ଉତ୍ତୋଳନ କରୁଥିବା ଜିଲାପାଳଙ୍କ ନିକଟରେ ୩ ମାସ ତଳେ ଅଭିଯୋଗ ହୋଇଛି। ହେଲେ ଏଯାଏ କୌଣସି ପଦକ୍ଷେପ ନିଆଯାଇ ପାରିନାହିଁ। ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ଯୋଗାଯୋଗ କରିଥିଲେ ହେଁ ସେ ଫୋନ୍‌ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri