Categories: ଖେଳ

କୋହଲିଙ୍କ ସହ ଲଙ୍ଗ୍‌ ଡ୍ରାଇଭ୍‌ରେ ଗଲେ ବୁମ୍‌ରାଙ୍କ ଭାବି ସ୍ତ୍ରୀ; ସଚିନ, ଧୋନୀଙ୍କ ସହ ରହିଛି ପୂରୁଣା ସମ୍ପର୍କ

ଭାରତୀୟ ବୋଲର ଜସପ୍ରୀତ ବୁମ୍‌ରା ନିଜ ବିବାହକୁ ନେଇ ଏବେ ଚର୍ଚ୍ଚାରେ। ଏବେ ତାଙ୍କ ନାମ କ୍ରୀଡା ଆଙ୍କର ସଞ୍ଜନା ଗଣେଶନଙ୍କ ସହ ଯୋଡା ଯାଉଛି। ଉଭୟ ମାର୍ଚ୍ଚ ୧୪ କିମ୍ବା ୧୫ରେ ଗୋଆରେ ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି। ମାତ୍ର ଏ ନେଇ ଆନୁଷ୍ଠାନିକ ଭାବେ କିଛି ଘୋଷଣା କରାଯାଇ ନାହିଁ। ନିକଟରେ ସଞ୍ଜନାଙ୍କର ୫ ବର୍ଷ ତଳର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ କାରର ଆଗ ସିଟ୍‌ରେ ବସି ସେଲ୍‌ଫି ନେଉଛନ୍ତି। କାରର ପଛ ସିଟ୍‌ରେ କୋହଲିଙ୍କର ଏକ ଫଟୋ କଟଆଉଟ୍‌ କରି ଲଗାଯାଇଛି। ଏହି ଫଟୋକୁ ଶେୟାର କରି ସଞ୍ଜନା ଲେଖିଛନ୍ତି, ‘କୋହଲିଙ୍କ ସହ ରୋଡ ଯାତ୍ରା’।
ତେବେ କେବଳ କୋହଲି ନୁହନ୍ତି, ସଚିନ ତେନ୍ଦୁଲକର ଏବଂ ଏମ୍‌ ଏସ୍‌ ଧୋନୀଙ୍କ ସହ ତାଙ୍କର ଏପରି ଫଟୋ ସେ ଶେୟାର କରିସାରିଛନ୍ତି।
ସଞ୍ଜନା ଜଣେ କ୍ରୀଡା ଆଙ୍କର ହୋଇଥିବାରୁ ସେ ଅନେକ କ୍ରିକେଟରଙ୍କୁ ଭେଟିଥାନ୍ତି। କିନ୍ତୁ କିଛି ଖେଳାଳିଙ୍କ ସହ ସେ ନିଜର ଫଟୋ ଶୋସିଆଲ ମିଡିଆରେ ଶେୟାର କରିଥାନ୍ତି। ସଚିନ ଏବଂ ଧୋନୀଙ୍କ ସହ ସାକ୍ଷାତକାର ନେବା ସମୟରେ ଫଟୋ ମଧ୍ୟ ସେ ଶେୟାର କରିସାରିଛନ୍ତି।

Share