Categories: ଜାତୀୟ

ଗର୍ଭ ଗୃହରେ ପ୍ରତିଷ୍ଠା ହେବ ରାମଲଲାଙ୍କ ନୂଆ ମୂର୍ତ୍ତି, କେଉଁଠି ରହିବ ପୁରୁଣା ପ୍ରତିମା?

ଅଯୋଧ୍ୟା,୨୮।୧୨: ଅଯୋଧ୍ୟାରେ ପ୍ରତିଷ୍ଠା ହେବ ରାମ ଲଲାଙ୍କ ପ୍ରତିମୂର୍ତ୍ତି। ୨୦୨୪ ଜାନୁଆରୀ ୨୨ରେ ହେବ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା । ଏନେଇ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ରାମ ଲଲାଙ୍କର ଦୁଇଟି ମୂର୍ତ୍ତି ରହିଛି । ଗୋଟିଏ ଏବେ ପ୍ରସ୍ତୁତ ହେଉଛି ଦ୍ୱିତୀୟଟି ପୁରୁଣା ରାମ ମନ୍ଦିରରେ ପୂଜା ପାଉଛି। ସେଥିରୁ ଗୋଟିଏ ମନ୍ଦିରର ଗର୍ଭଗୃହରେ ସ୍ଥାପନ କରାଯିବ ।

ଶ୍ରୀ ରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ରର ଟ୍ରଷ୍ଟ ଅନୁଯାୟୀ, ବର୍ତ୍ତମାନ ପୁରୁଣା ମୂର୍ତ୍ତିକୁ ଦ୍ୱିତୀୟ ମନ୍ଦିର ଅର୍ଥାତ ଛୋଟ ମନ୍ଦିରରେ ରଖାଯାଇଛି । ନୂଆ ପ୍ରତିମା ପ୍ରତିଷ୍ଠା ସମୟରେ ଏକାଠି ଦୁଇଟି ପ୍ରତିମା ରଖିବାର ଯୋଜନା କରାଯାଇଛି । ଏହି ନୂଆ ପ୍ରତିମାକୁ ଅଚଳ ମୂର୍ତ୍ତି କୁହାଯାଉଥିବାବେଳେ ପୁରୁଣା ମୂର୍ତ୍ତିକୁ ଉତ୍ସବ ମୂର୍ତ୍ତି କୁହାଯିବ । ଉତ୍ସବ ମୂର୍ତ୍ତିକୁ ଦେଶର ବିଭିନ୍ନ ସିଦ୍ଧ ମନ୍ଦିରକୁ ନିଆଯିବ । ଏହା ପରେ ଗର୍ଭ ଗୃହ ଭିତରେ ଥିବା ପ୍ରତିମା ପାଖରେ ସ୍ଥାପନ କରାଯିବ । ରାମ ଲଲାଙ୍କ ନୂଆ ପ୍ରତିମା ନିର୍ମାଣ ପାଇଁ ତିନିଜଣ ଶିଳ୍ପୀ ଗଣେଶ ଭଟ୍ଟ, ଅରୁଣ ଯୋଗୀରାଜ ଏବଂ ସତ୍ୟନାରାୟଣ ପାଣ୍ଡେଙ୍କୁ ଦାୟିତ୍ୱ ଦିଆଯାଇଛି ।

Share