୫ ବର୍ଷର ଶିଶୁ ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୨୫ ବର୍ଷ ଜେଲ ଦଣ୍ଡାଦେଶ

ଫୁଲବାଣୀ ଅଫିସ,୨୧।୧୦: କନ୍ଧମାଳ ଜିଲା ଫୁଲବାଣୀ ପୋକ୍‌ସୋ କୋର୍ଟ ସ୍ବତନ୍ତ୍ର ବିଚାରପତି ସଞ୍ଜିତ କୁମାର ବେହେରା ଶୁକ୍ରବାର ଜଣେ ୫ ବର୍ଷର ଝିଅଙ୍କୁ ବଳାତ୍କାର ମାମଲାର ବିଚାର କରିଛନ୍ତି। ଏହି ମାମଲାରେ ବଳାତ୍କାରୀଙ୍କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାଙ୍କୁ ୨୮ ହଜାର ଟଙ୍କା ଜରିମାନା ଏବଂ ଅନାଦାୟ ଅଧିକ ଦେଢ଼ ବର୍ଷ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି। ସେହିପରି ସରକାରଙ୍କ ନିୟମ ଅନୁସାରେ ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦରେ ୬ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ମଧ୍ୟ କହିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଦାରିଙ୍ଗିବାଡ଼ି ଥାନା ଅଞ୍ଚଳର ନିହେଶ୍ୱର ପ୍ରଧାନ(୪୦)।
ସୂଚନାଯୋଗ୍ୟ, ୨୦୨୦ ଅକ୍ଟୋବର ୯ରେ ନାବାଳିକା ତାଙ୍କ ପଡୋଶୀଙ୍କ ଘରକୁ ଟିଭି ଦେଖି ଯାଇଥିଲେ । ତାଙ୍କ ମା’ ଏବଂ ବାପା କୌଣସି କାମରେ ବାହାରକୁ ଯାଇଥିଲେ। ଝିଅକୁ ଭୋକ କରିବାରୁ ସେ ଅପରାହ୍ନ ୧ଟା ବେଳେ ଘରକୁ ଆସୁଥିଲେ। ଏହି ସମୟରେ ନିହେଶ୍ୱର ତାଙ୍କୁ ଉଠାଇନେଇ ପାଖ ରାଶି କ୍ଷେତକୁ ଯାଇଥିଲେ। ସେଠାରେ ତାଙ୍କୁ ବଳାତ୍କାର କରିବା ପରେ ଛାଡି ପଳାଇଥିଲେ। ଝିଅ ଘରକୁ ଆସି ଘଟଣା ସମ୍ପର୍କରେ ମା’ ବାପାଙ୍କୁ କହିଥିଲେ। ଏ ନେଇ ମା’ ୧୨ ତାରିଖରେ ଥାନାରେ ଏତଲା ଦେଇଥିଲେ। ପୋଲିସ ୧୨୪/୨୦ରେ ମାମଲା ରୁଜୁ କରି ଅଭିଯୁକ୍ତ ନିହେଶ୍ୱରଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ବିଚାରପତି ମୋଟ ୧୦ ଜଣଙ୍କ ସାକ୍ଷ୍ୟ ପ୍ରମାଣ, ମେଡ଼ିକାଲ ରିପୋର୍ଟ ଏବଂ ଅନ୍ୟାନ୍ୟ ତଥ୍ୟକୁ ଆଧାର କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅସୀମ କୁମାର ପ୍ରହରାଜ ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମନର କଥା କହିଦେଲେ ପ୍ରୀତି ଜିଣ୍ଟା: ଅମିରଙ୍କ ସହ…

ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର ‘ଦିଲ ଚାହତା ହୈ’ ୨୫ ବର୍ଷ ପୂରଣ କରିଛି। ଏହି ଚଳଚ୍ଚିତ୍ରଟି ରୌପ୍ୟ ଜୟନ୍ତୀ ପାଳନ କରିବା ସହିତ ପୁଣି…

ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ, ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଚିଠି ଲେଖି…

ଦେବଗଡ଼,୧୩ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପୁନଃ ଅବସ୍ଥାପିତ ପାଇଁ ଚିଠି…

ହସ୍ପିଟାଲ୍‌ର ଶୌଚାଳୟରୁ ମିଳିଲା ନର୍ସଙ୍କ ମୃତଦେହ; କବାଟ ଭାଙ୍ଗି ଶବ ଉଦ୍ଧାର, ନାଇଟ୍ ସିଫ୍ଟ…

କୋଲକାତା,୧୩।୮: ପଶ୍ଚିମବଙ୍ଗର କୋଲକାତାସ୍ଥିତ ନୀଲରତନ ସରକାର (NRS) ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ଏକ ରହସ୍ୟଜନକ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ବୁଧବାର ରାତିରେ ଡ୍ୟୁଟିରେ ଥିବା…

ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ସରିଲା ଅନାସ୍ଥା ଭୋଟିଂ, ନିଜେ ଉପସ୍ଥିତ ରହି କହିଲେ ଏମିତି…

ମହାକାଳପଡ଼ା,୧୩ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ତିଖିରି ପଞ୍ଚାୟତ ଅଫିସଠାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗୁରୁବାର ସରପଞ୍ଚ ଚାମେଲୀ…

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

ଖର୍ଗେଙ୍କ ମଞ୍ଚ ‘ଶୁଦ୍ଧିକରଣ’ ପ୍ରସଙ୍ଗକୁ ନେଇ ସଂସଦରେ ସରଗରମ ରାଜନୀତି, କଡ଼ା ଜବାବ ଦେଲେ ନଡ୍ଡା!

ନୂଆଦିଲ୍ଲୀ,୧୩।୮: ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ରାଜ୍ୟ ସଭାରେ ଏକ ବଡ଼ ଏବଂ ଗମ୍ଭୀର ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri