Categories: ଜାତୀୟ

ବିହାରରେ ୫ ଆଫ୍ରିକା ଫେରନ୍ତା କୋଭିଡ୍‌ ସଂକ୍ରମିତ

ପାଟନା,୫।୧୨: ବିହାରର ଗୋପାଳଗଞ୍ଜ ଜିଲାରେ ରବିବାର ୫ ଜଣଙ୍କଠାରେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛି। ସେମାନେ ଓମିକ୍ରନ୍‌ ସଂକ୍ରମିତ ଆଫ୍ରିକୀୟ ଦେଶରୁ ଆସିଛନ୍ତି। ନମୁନା ସଂଗ୍ରହ କରି ଜିନୋମ୍‌ ସିକ୍ୱେନ୍ସିଂ ପାଇଁ ପଠାଯାଇଛି।

କିଛିଦିନ ତଳେ ଗୋପାଳଗଞ୍ଜରେ ପହଞ୍ଚି ଥିବା ଏହି ଯାତ୍ରୀମାନଙ୍କ ଆର୍‌ଟି-ପିସିଆର ପରୀକ୍ଷା କରାଯାଇଥିଲା। ରିପୋର୍ଟ ପଜିଟିଭ୍‌ ଆସିବା ପରେ ସେମାନଙ୍କୁ ଅବଜରଭେଶନ ସେଣ୍ଟରରେ ରଖାଯାଇଛି।

Share