ଓଡ଼ିଶାକୁ ଆସିବେ ୫ ବାଘ, ସଫଳତାକୁ ନେଇ ଆଶଙ୍କା

ଭୁବନେଶ୍ୱର, ୨୯ା୭(ଅସମାପିକା ସାହୁ): ଓଡ଼ିଶାରେ ବାଘବଂଶ ବୃଦ୍ଧି ପାଇଁ ଯୋଜନା କରିଛି ବନ ବିଭାଗ। ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ୪ ବାଘୁଣୀ ସହ ୫ ମହାବଳ ବାଘ ଆସିବେ। ଏଥିପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) ଏବଂ କେନ୍ଦ୍ର ଜଙ୍ଗଲ, ଜଳବାୟୁ ପରିବର୍ତ୍ତନ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ବନ ବିଭାଗକୁ ଅନୁମତି ମିଳିସାରିଥିବାବେଳେ ସେଠାରୁ ବାଘ ଆଣି ଛାଡ଼ିବା ପ୍ରକ୍ରିୟା ଆରମ୍ଭ ହୋଇଛି। ବାଘଗୁଡିକୁ ରାଜ୍ୟର ଦେବ୍ରିଗଡ଼(ବନ୍ୟପ୍ରାଣୀ) ଅଭୟାରଣ୍ୟ ଏବଂ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣରେ ଛଡ଼ାଯିବ। ଏହି ଯୋଜନାରେ ଅଗଷ୍ଟ ସୁଦ୍ଧା ଦେବ୍ରିଗଡ଼ ଅଭୟାରଣ୍ୟ ପାଇଁ ୨ଟି ବାଘୁଣୀ ସହ ଗୋଟିଏ ମହାବଳ ଏବଂ ଅକ୍ଟୋବର ଶେଷ ସୁଦ୍ଧା ଶିମିଳିପାଳ ଲାଗି କେବଳ ଦୁଇଟି ବାଘୁଣୀ ଅଣାଯିବାକୁ ଲକ୍ଷ୍ୟ ରହିଥିବା ସୂଚନା ମିଳିଛି।
ସଫଳତାକୁ ନେଇ ଆଶଙ୍କା
ବାହାର ରାଜ୍ୟରୁ ବାଘ ଆଣି ଓଡ଼ିଶାରେ ଏହାର ବଂଶ ବୃଦ୍ଧି କରିବା ପାଇଁ ବନ ବିଭାଗ ପୂର୍ବରୁ ବି ଯୋଜନା କରିଥିଲା। ମଧ୍ୟପ୍ରଦେଶରୁ ଦୁଇଟି ମହାବଳ ବାଘ ଆଣି ସାତକୋଶିଆରେ ଛଡ଼ାଯାଇଥିଲା। ଅଣ୍ଡିରା ବାଘ ‘ମହାବୀର’ର ଶିକାରୀ ଦ୍ୱାରା ମୃତ୍ୟୁ ହୋଇଥିବାବେଳେ ବାଘୁଣୀ ‘ସୁନ୍ଦରୀ’ ଲୋକଙ୍କୁ ମାରୁଥିବା ଅଭିଯୋଗ ଆସିବା ପରେ ତାକୁ ପୁଣି ଆବଦ୍ଧ କରାଯାଇ ରଖାଯାଇଥିଲା। ବାରମ୍ବାର ସ୍ଥାନୀୟ ଲୋକଙ୍କ ଅଭିଯୋଗ ଆସିବାରୁ ‘ସୁନ୍ଦରୀ’କୁ ଜଙ୍ଗଲରେ ଛାଡ଼ିବାକୁ ଦିନ ପରେ ଦିନ ଗଡ଼ାଇଥିଲା। ତେଣୁ ଧୀରେ ଧୀରେ ବାଘୁଣୀ ମୋଟା ହୋଇଯାଇଥିଲା ଏବଂ ଜଙ୍ଗଲରେ ଛାଡ଼ିଲେ ନିଜେ ଶିକାର କରି ଖାଇପାରିବ କି ନାହିଁ ତାହା ସନ୍ଦେହ ହୋଇଥିଲା। ଏହାକୁ ନେଇ ଏନ୍‌ଟିସିଏ ଉଦ୍‌ବେଗ ପ୍ରକାଶ କରିବା ସହିତ ‘ସୁନ୍ଦରୀ’କୁ ଫେରାଇ ନେବା ସହ ରାଜ୍ୟରେ ବ୍ୟାଘ୍ର ସ୍ଥାନାନ୍ତର ପ୍ରକ୍ରିୟାକୁ ବନ୍ଦ କରିଦେଇଥିଲେ। ଏବେ ପୁଣିଥରେ ରାଜ୍ୟ ସରକାର ଅନ୍ୟ ରାଜ୍ୟରୁ ବାଘ ଆଣିବା ପାଇଁ ଯୋଜନା କରିଛନ୍ତି। ତେଣୁ ଏହା କେତେ ଫଳପ୍ରଦ ହେବ ତାକୁ ନେଇ ଆଶଙ୍କା ଦେଖାଦେଇଛି।
ରାଜ୍ୟରେ ୩୦ ମହାବଳ
ଗତ ଫେବୃଆରୀରେ ପ୍ରକାଶ ପାଇଥିବା ରାଜ୍ୟ ସରକାରଙ୍କ ନିଜସ୍ବ ବାଘ ଗଣନା ରିପୋର୍ଟ ଅନୁସାରେ, ରାଜ୍ୟରେ ୩୦ ମହାବଳ ବାଘ ଅଛନ୍ତି। ଏମାନଙ୍କ ମଧ୍ୟରୁ ୮ଟି ଶାବକ ରହିଛନ୍ତି, ଯେଉଁମାନଙ୍କ ବୟସ ଏକବର୍ଷରୁ କମ୍‌। ୨୭ଟି ବାଘକୁ କ୍ୟାମେରା ଟ୍ରାପ୍‌ରେ ଠାବ କରାଯାଇଥିବା ବେଳେ ଶିମିଳିପାଳରେ ଆଉ ୩ଟି ବାଘର ଉପସ୍ଥିତ ଥିବା ପ୍ରମାଣ ମିଳିଥିଲା। କିନ୍ତୁ ଏହି ୩ ବାଘ କ୍ୟାମେରା ଟ୍ରାପ୍‌ରେ ଠାବ ହୋଇ ନ ଥିଲା। ତେବେ ୩୦ ବାଘ ମଧ୍ୟରୁ କେବଳ ଶିମିଳିପାଳରେ ୨୭ଟି ବାଘ ରହିଥିବା ରିପୋର୍ଟରେ ଦର୍ଶାଯାଇଥିଲା।
ସୂଚନାଯୋଗ୍ୟ, ୨୦୨୨ରେ ଭାରତ ସରକାରଙ୍କ ପକ୍ଷରୁ ହୋଇଥିବା ବାଘ ଗଣନାରେ ଓଡ଼ିଶାରେ ୧୭ଟି ବାଘ ଥିବା ଜଣାପଡ଼ିଥିଲା। ତେବେ ରାଜ୍ୟରେ ଅଧିକ ବାଘ ରହିଥିବା ରାଜ୍ୟ ସରକାର ଦାବି କରିଥିଲେ ଏବଂ ନିଜ ଉଦ୍ୟମରେ ବାଘ ଗଣନା କରିବେ ବୋଲି କହିଥିଲେ। ଏହାପରେ ରାଜ୍ୟ ସରକାର ପ୍ରଥମଥର ପାଇଁ ବାଘ ଗଣନା କରିଥିଲେ। ୨୦୨୩ ଅକ୍ଟୋବର ୧୫ରୁ ୨୦୨୪ ଫେବୃଆରୀ ୧୦ ତାରିଖ ମଧ୍ୟରେ ରାଜ୍ୟର ୪୭ଟି ବନଖଣ୍ଡରେ ବାଘ ଗଣନା ହୋଇଥିଲା। ମୋଟ ୧,୪୩୨ଟି କ୍ୟାମେରା ଟ୍ରାପ ଲଗାଯାଇଥିବାବେଳେ ୫୬୭ଟି ଫଟୋ ଉଠାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IAS ସ୍ତରରେ ବଡ଼ ଧରଣର ଅଦଳବଦଳ: ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ୱ ବିଭାଗ

ଭୁବନେଶ୍ୱର,୫।୨: ଓଡିଶା ସରକାର ସଚିବ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି। ଅନେକ ଅଭିଜ୍ଞ IAS ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସହ ଅତିରିକ୍ତ କାର୍ଯ୍ୟଭାର ମଧ୍ୟ ଅର୍ପଣ…

ଆସିଲା ନୂଆ ଆଇନ, ମହିଳାଙ୍କୁ ମିଳିଲା ମୋଟରସାଇକେଲ ଚଳାଇବାକୁ ଅନୁମତି

ତେହେରାନ,୫।୨: ଇରାନ ସରକାର ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଇରାନ ମହିଳାମାନଙ୍କୁ ଆଇନଗତ ଭାବରେ ମୋଟରସାଇକେଲ ଚଲାଇବାକୁ ଅନୁମତି ଦିଆଯାଇଛି।…

IND vs PAK: ‘ଆମର ଫ୍ଲାଇଟ ବୁକ୍‌ ଅଛି…’, କାହିଁକି ଏମିତି କହିଲେ ସୂର୍ଯ୍ୟକୁମାର? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୫।୨: ପାକିସ୍ତାନ ସରକାର ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କ ଦଳ 2026 T-20 ବିଶ୍ୱକପ ଖେଳିବ, କିନ୍ତୁ କେବଳ ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ମ୍ୟାଚ ଖେଳିବ।…

T20 WC Opening Ceremony:ନୋରା ଫତେହିଙ୍କ ଡ୍ୟାନ୍ସ ସାଙ୍ଗକୁ ବାଦଶାହାଙ୍କ ଜଲଓ୍ବା! ଓପନିଂ ସେରିମନିରେ ଲାଗିବ ବଲିଉଡ ତଡକା

ନୂଆଦିଲ୍ଲୀ,୫।୨: T20 World Cup 2026 ଶନିବାର, ଫେବୃଆରୀ ୭ରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ତିନୋଟି ମ୍ୟାଚ ଖେଳାଯିବ, ଯେଉଁଥିରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ…

ୟୁରୋପ, ଆମେରିକା ପରେ ଭାରତ ଟାର୍ଗେଟରେ ଏସବୁ ଧନୀ ଦେଶ; ଖୁବଶୀଘ୍ର ହେବ ବାଣିଜ୍ୟ ଚୁକ୍ତି

ନୂଆଦିଲ୍ଲୀ,୫।୨: ଅନେକ ଆଲୋଚନା ପରେ ଭାରତ ୟୁରୋପ, ଆମେରିକା ସହିତ ବାଣିଜ୍ୟ ଚୁକ୍ତି କରିବାରେ ସଫଳ ହୋଇଛି। ଏହି ଚୁକ୍ତି ଭାରତ ଅର୍ଥନୀତି ପାଇଁ ଖୁବ ସୁଯୋଗ…

ପାକିସ୍ତାନୀ-ବାଂଲାଦେଶୀ ଭାଇ ଭାଇ, 2026 T20 World Cup ପୂର୍ବରୁ ପାକିସ୍ତାନୀ କ୍ୟାପଟେନଙ୍କ ବୟନକୁ ନେଇ ବିବାଦ

ନୂଆଦିଲ୍ଲୀ,୫।୨: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସଲମାନ ଆଗା ICCକୁ ଉସୁକାଇବାକୁ ଚେଷ୍ଟା କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ବାଂଲାଦେଶ କ୍ରିକେଟ ଦଳକୁ 2026 T20…

ଅଶ୍ବିନୀ ବୈଷ୍ଣବଙ୍କୁ ଓଡିଶାରେ ପୁରାଇ ଦେବୁନି..’: ରାଜ୍ୟସଭାରେ ଗର୍ଜିଲେ ମୁନ୍ନା ଖାଁ

ନୂଆଦିଲ୍ଲୀ,୫।୨: ରାଜ୍ୟସଭାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଟାର୍ଗେଟ କରି ଗର୍ଜିଛନ୍ତି ଏମପି ମୁନ୍ନା ଖାଁ। ନବରଙ୍ଗପୁର ଏବଂ ମାଲକାନଗିରି ଜିଲାକୁ ରେଳପଥ ସଂଯୋଗ ପାଇଁ କେନ୍ଦ୍ର ସରକାରଙ୍କ…

ସ୍ପଷ୍ଟ କଲା ଭାରତ, ନଇଁବ ନାହିଁ ଦେଶ ରୁଷିଆରୁ କିଣିବ ତେଲ!

ନୂଆଦିଲ୍ଲୀ,୫।୨: ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ଉପରେ ସହମତ ହୋଇଛି। ଏହା ସହିତ, ଏକ ପ୍ରମୁଖ ପ୍ରଶ୍ନ ଉଠିଛି: ଭାରତ ରୁଷିଆରୁ ତେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri