Posted inଫୁରସତ

ପ୍ରାଣୀଙ୍କ ପରି ଚାଲୁଛନ୍ତି ୫ ଭଉଣୀ ଭାଇ

ବେଳେ ବେଳେ ଏମିତି ସବୁ ଘଟଣା ଘଟେ, ଯାହାକୁ ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବନି। ସେମିତି ଏକ ଘଟଣା ତୁର୍କୀରେ ଦେଖିବାକୁ ମିଳେ। ଏଠାକାର ଏକ ପରିବାରର ସବୁ ସଦସ୍ୟ ଚାରିଗୋଡ଼ରେ ଚାଲୁଥିବା କୌଣସି ପ୍ରାଣୀଙ୍କ ପରି ଉଭୟ ଦୁଇ ହାତ ଓ ଦୁଇ ଗୋଡ଼ ସାହାଯ୍ୟରେ ଚାଲନ୍ତି। ଲାଗେ ସତେ ଯେମିତି ହଜାର ହଜାର ବର୍ଷ ତଳେ ଘଟିଥିବା ମାନବ ବିକାଶର ପ୍ରଭାବ ଏମାନଙ୍କ ଉପରେ ପଡି ନାହିଁ। ସେଥିପାଇଁ ତ ତୁର୍କୀର କିଛି ଡାକ୍ତର ପ୍ରଥମେ ପ୍ରଥମେ ଏହି ଘଟଣାକୁ ବ୍ୟାକ୍‌ଓ୍ବାର୍ଡ ଇଭୋଲ୍ୟୁଶନ୍‌ ନାମ ଦେଇଥିଲେ। ତୁର୍କୀର ଏକ ଛୋଟ ଗାଁରେ ରହୁଥିବା ରେସିତ୍‌ ଓ ହୈତିସ୍‌ ଉଲାସଙ୍କ ପରିବାରର ୫ ଜଣ ଦୀର୍ଘ ବର୍ଷ ଧରି ଏଭଳି ଚାଲୁଛନ୍ତି। କିନ୍ତୁ ଏଇ ଘଟଣା ସାରା ଦୁନିଆର ନଜରଠାରୁ ଦୂରରେ ଥିଲା। ୨୦୦୫ର କଥା ଜଣେ ବ୍ରିଟିଶ ବୈଜ୍ଞାନିକ ତୁର୍କୀର ପ୍ରଫେସର ନିକୋଲସ୍‌ ହମ୍ଫରିଙ୍କ ଅପ୍ରକାଶିତ ପେପର୍‌କୁ ଯେତେବେଳେ ଦେଖିଲେ ତାଙ୍କ ହୋସ୍‌ ଉଡିଯାଇଥିଲା। ଏଥିରେ ପ୍ରଫେସର୍‌ ହମ୍ଫରି, ଉଲାସଙ୍କ ପରିବାର ସମ୍ପର୍କରେ ଲେଖିଥିଲେ।

ଯେଉଁଥିରେ ଉଲ୍ଲେଖଥିଲା ଯେ, ଉଭୟ ରେସିତ ଓ ଉଲାସ ସ୍ବାଭାବିକ ମଣିଷ ଭଳି ଚାଲୁଥିବାବେଳେ ତାଙ୍କର ୫ ଜଣ ସନ୍ତାନ କ୍ୱାଡ୍ରୁପେଡାଲ ଲୋକୋମୋସନ୍‌ର ସାହାରା ନେଇ ଚାଲନ୍ତି। ଅର୍ଥାତ ସେମାନେ କୌଣସି ପ୍ରାଣୀ ପରି ଚାରି ଗୋଡରେ ଚାଲନ୍ତି। ସେମାନେ ଏମିତି ଅବସ୍ଥାରେ ଅନେକ କି.ମି. ପର୍ଯ୍ୟନ୍ତ ଚାଲିପାରନ୍ତି। ଏସବୁ ଜାଣିବା ପରେ ବୈଜ୍ଞାନିକଙ୍କର ଉତ୍ସୁକତା ବଢିଥିଲା ସେମାନେ ଏଭଳି କ’ଣ ପାଇଁ ଚାଲୁଛନ୍ତି ଜାଣିବା ପାଇଁ। ଅନେକ ଗବେଷଣା ପରେ ସେମାନେ ଜାଣିବାକୁ ପାଇଲେ ଯେ, ଏମାନେ ଜେନେଟିକ ସମସ୍ୟାରେ ଆକ୍ରାନ୍ତ ।

ଏଇ ଭାଇ ଭଉଣୀଙ୍କର କୋଜେନେଟିଲ ବ୍ରେନ୍‌ ଇମ୍ପେୟରମେଣ୍ଟ ଏବଂ ସେରିବେଲର୍‌ ଏଣ୍ଟାକ୍ସିଆ ନାମକ ମସ୍ତିଷ୍କଜନିତ ସମସ୍ୟା ବି ରହିଛି। ସାଧାରଣତଃ ଏହି ସ୍ଥିତିରେ ଦୁଇ ଗୋଡ଼ରେ ସନ୍ତୁଳନ ରକ୍ଷା କରିବା ବହୁତ କଷ୍ଟକର। ସେଥିପାଇଁ ସେମାନେ ଦୁଇ ହାତର ସାହାରା ନେଇ ଚାଲନ୍ତି। ତେବେ ଏମାନଙ୍କର ଏଭଳି ସ୍ଥିତିକୁ ଦେଖି ଗାଁ ଲୋକେ ତାଙ୍କୁ ଅନେକ କଥା କହିଛନ୍ତି। ଏମିତିକି ସେମାନଙ୍କୁ ପଥର ମାରିବା ସହ ଗାଳି ଗୁଲଜ ବି କରିଛନ୍ତି। ଫଳରେ ଏହି ପାଞ୍ଚ ଭଉଣୀ ଭାଇ ସ୍କୁଲ ବି ଯାଇପାରିଲେ ନାହିଁ। ତଥାପି ସେମାନେ ହାରି ନ ଯାଇ ସଂଘର୍ଷ କରି ଚାଲିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri