ଫୁଟାଇଲେ ୫ ରାଉଣ୍ଡ ଗୁଳି

ଢେଙ୍କାନାଳ ଅଫିସ୍‌, ୧।୪ ପୌର ନିର୍ବାଚନ ପରବର୍ତ୍ତୀ ହିଂସାରେ ଅଶାନ୍ତ ହୋଇଉଠିଛି ଢେଙ୍କାନାଳ ସହର। ପରାଜୟକୁ ସହଜରେ ଗ୍ରହଣ କରି ପାରୁ ନ ଥିବା ଏକ ଗୋଷ୍ଠୀ ବୁଧବାର ରାତିରେ ପୌରାଧ୍ୟକ୍ଷାଙ୍କ ଘର ଆଗରେ ୫ ରାଉଣ୍ଡ ଗୁଳିଚାଳନା କରିବା ସହିତ ହତ୍ୟା ଧମକ ଦେଇଛନ୍ତି। ଅଭିଯୁକ୍ତଙ୍କ ଆକ୍ରୋଶରୁ ବର୍ତ୍ତିନାହାନ୍ତି ୧୯ନଂ. ୱାର୍ଡ କାଉନ୍‌ସିଲରଙ୍କ ସମ୍ପର୍କୀୟ ଏବଂ ଜଣେ ସାଧାରଣ ବ୍ୟକ୍ତି। ଏ ନେଇ ଟାଉନ୍‌ ଥାନାରେ ଦୁଇଟି ମାମଲା (ନଂ. ୧୮୫/୨୨ ଏବଂ ୧୮୬/୨୨) ରୁଜୁ ହୋଇଛି। ଅନ୍ୟପଟେ ଅଭିଯୋଗର ତଦନ୍ତ କରି ପୋଲିସ ୨ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଏକ ସ୍କୁଟି, ନଗଦ ୧ଲକ୍ଷ ଟଙ୍କା, ୨ଟି ଠେଙ୍ଗା ଜବତ କରିଛି। ଅନ୍ୟ ୩ ଅଭିଯୁକ୍ତ ଫେରାର ଅଛନ୍ତି। ଗୁଳିଚାଳନା ସ୍ଥଳରେ ସାଇଣ୍ଟିଫିକ୍‌ ଦଳ ତଦନ୍ତ ଚଳାଇଛି। ଗୋଟିଏ ରାତିରେ ଏଭଳି ପୃଥକ୍‌ ଘଟଣା ପୌରାଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଥିବାବେଳେ ସହରର ଆଇନଶୃଙ୍ଖଳା ବିଗିଡ଼ିବା ପୋଲିସ ପ୍ରଶାସନର ମୁଣ୍ଡବ୍ୟଥା ବଢ଼ାଇଛି।
ପୌରାଧ୍ୟକ୍ଷା ତଥା ଭାଜପା ନେତ୍ରୀ ଜୟନ୍ତୀ ପାତ୍ରଙ୍କ ଅଭିଯୋଗ ଅନୁଯାୟୀ, ବୁଧବାର ରାତି ପ୍ରାୟ ୧୦ଟା ୪୦ରେ ୨ଟି ବାଇକ୍‌ରେ ୫ଜଣ ଯୁବକ ତାଙ୍କ ଘର ସମ୍ମୁଖରେ ପହଞ୍ଚତ୍ ପାଟିତୁଣ୍ଡ କରିଥିଲେ। ସେ ବାଲ୍‌କୋନିକୁ ଆସି ଦେଖିବା ବେଳେ ହଠାତ୍‌ ସେମାନେ ୫ ରାଉଣ୍ଡ ଗୁଳିଚାଳନା କରିଥିଲେ। ଜୟନ୍ତୀ ଜୀବନ ବିକଳରେ ବାଲକୋନି କବାଟ ଦେଇ ଘର ଭିତରକୁ ପଳାଇଥିଲେ। ଏହାପରେ ସମ୍ପୃକ୍ତ ଅଭିଯୁକ୍ତମାନେ ତାଙ୍କୁ ଏବଂ ତାଙ୍କ ସ୍ବାମୀ ତଥା ରାଜ୍ୟ ଭାଜପା କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ରଙ୍କୁ ବୋମା ପକାଇ ହତ୍ୟା କରିବାକୁ ଧମକ ଦେଇଥିଲେ। ଢେଙ୍କାନାଳରେ ପୁଣି ଉପନିର୍ବାଚନ ହେବ ବୋଲି ସେମାନେ ଖୋଲାଖୋଲି ଚେତାବନୀ ଦେଇଥିଲେ। ପରିବାର ସଦସ୍ୟ ଅଭିଯୁକ୍ତଙ୍କୁ ଗୋଡ଼ାଇବାରୁ ସେମାନେ ଫେରାର ହୋଇଯାଇଥିଲେ। ଏଥିପୂର୍ବରୁ ରାତି ପ୍ରାୟ ସାଢ଼େ ୧୦ଟାରେ ସମ୍ପୃକ୍ତ ଅଭିଯୁକ୍ତମାନେ ୧୯ନଂ. ଓ୍ବାର୍ଡ ଅନ୍ତର୍ଗତ ସିମିଳିଆ ଗ୍ରାମରେ ଆତଙ୍କରାଜ ସୃଷ୍ଟି କରିଥିଲେ। ସେମାନେ ସମ୍ପୃକ୍ତ ଓ୍ବାର୍ଡର କାଉନ୍‌ସିଲରଙ୍କ ବାପା ଆର୍ତ୍ତବନ୍ଧୁ ମଲ୍ଲିକ ଏବଂ ଗ୍ରାମର ଶୈଳେନ୍ଦୁ ନାରାୟଣ ସାହୁ (୪୦)ଙ୍କୁ ଭୟଭୀତ କରାଇବା ସହ ଧମକଚମକ ଦେଇଛନ୍ତି। ଅଭିଯୁକ୍ତମାନେ ଶୈଳେନ୍ଦୁଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ମାଡ଼ ମାରିଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ଗୁରୁବାର ପୌରାଧ୍ୟକ୍ଷା ଜୟନ୍ତୀ, ତାଙ୍କ ସ୍ବାମୀ ରାମଚନ୍ଦ୍ର, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ନବକିଶୋର ଗୁରୁ, ମାତୃପ୍ରସାଦ ନନ୍ଦ ପ୍ରମୁଖ ଦଳୀୟ ସମର୍ଥକଙ୍କ ସହ ଏସ୍‌ପିଙ୍କୁ ଭେଟି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏହି ଘଟଣାରେ ହାଉସିଂବୋର୍ଡ କଲୋନୀର ସତ୍ୟବ୍ରତ ବେହେରା (୨୬) ଏବଂ ଜୟଗୋପାଳ ସାହିର ସୋମନାଥ ସାହୁ (୨୨) ଗିରଫ ହୋଇଥିବା ଏସ୍‌ପି ଏଲ୍‌. ଦିବ୍ୟା ଭି. କହିଛନ୍ତି।
ଏ ସଂକ୍ରାନ୍ତରେ ରାମଚନ୍ଦ୍ର ପାତ୍ର କୁହନ୍ତି, ଘଟଣା ପରେ ଏସ୍‌ପିଙ୍କୁ ସୁରକ୍ଷା ମାଗିଛୁ। ଅଭିଯୁକ୍ତଙ୍କ ମଧ୍ୟରୁ ୩ଜଣଙ୍କ ଫଟୋ ସ୍ଥାନୀୟ ବିଧାୟକଙ୍କ ସହ ରହିଛି। ସେମାନେ ହତ୍ୟାଧମକ ଦେବା ସହ ଉପନିର୍ବାଚନ କରିବେ ବୋଲି ଚେତାବନୀ ଦେଇଛନ୍ତି। ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର କୁହନ୍ତି, ବିଧାୟକ ନିର୍ବାଚନରେ ହାର୍‌କୁ ବରଦାସ୍ତ କରି ନ ପାରି ଗୁଣ୍ଡା ଲଗାଇଛନ୍ତି। ତାଙ୍କର ମତିଭ୍ରମ ହୋଇଛି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରା ନ ଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସେ କହିଛନ୍ତି। ଭାଜପା ପକ୍ଷରୁ ଅଣାଯାଇଥିବା ଅଭିଯୋଗର ପ୍ରତିକ୍ରିୟାରେ ବିଧାୟକ ସୁଧୀର କୁମାର ସାମଲ କୁହନ୍ତି, ପଥର ଖଣି ଓ ବାଲି ବ୍ୟବସାୟକୁ ନେଇ ଏହି ଗଣ୍ଡଗୋଳ ଘଟିଛି। ବିଜେଡି ହିଂସାକୁ ପ୍ରଶ୍ରୟ ଦିଏନାହିଁ। ସୁଧୀର ସାମଲ କ’ଣ ତାହା ସହରବାସୀ ଜାଣିଛନ୍ତି। ଆମେ ଆଇନକୁ ସମ୍ମାନ ଜଣାଉଛୁ। ନିର୍ବାଚନ ପରେ ଗତ ୨୪ ତାରିଖ ସନ୍ଧ୍ୟାରେ ଜଣେ ବିଜେଡି କାଉନ୍‌ସିଲର ପ୍ରାର୍ଥୀ ଥାନାକୁ ଅଭିଯୋଗ କରିବାକୁ ଆସିଥିବାବେଳେ ଭାଜପା କର୍ମୀମାନେ ପୋଲିସ ଉପସ୍ଥିତିରେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ସେମାନଙ୍କ ପିଲାମାନେ ଅରାଜକତା କରୁଛନ୍ତି। ତେଣୁ ଏଭଳି ନାଟକବାଜିର କିଛି ଲାଭ ନାହିଁ ବୋଲି ବିଧାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏପ୍ରିଲ ୧ରୁ ନୂଆ ଆବେଦନ, ଏଥିରେ ସାମିଲ ହେବେ…

ଭୁବନେଶ୍ୱର,୨୮ା୩: ସୁଭଦ୍ରା ଯୋଜନାକୁ ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ଚୋରକୁ ଧରି ହାଜତରେ ପୂରାଇଥିଲା ପୋଲିସ, ଫେରାର ହୋଇଯିବା ପରେ…

ଧର୍ମଶାଳା/ବ୍ରହ୍ମବରଦା,୨୮ା୩(ଶିବପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନାରେ ଘଟିଛି ଏକ ଅଭାବନୀୟ ଘଟଣା। ପୋଲିସ ଚୋରକୁ ଧରି ହାଜତରେ ରଖିଥିବା ବେଳେ ରାତି ପ୍ରାୟ…

ସରିଲା ଯୁକ୍ତ ୨ ପରୀକ୍ଷା: ୪୫ ଦିନ ଭିତରେ ପ୍ରକାଶ ପାଇବ ରେଜଲ୍ଟ

ଭୁବନେଶ୍ୱର,୨୮ା୩: ଶନିବାର ସରିଛି ସିଏଚ୍‌ସିଇ ପରିଚାଳିତ +୨ ବର୍ଗର ସମସ୍ତ ପରୀକ୍ଷା। ତେବେ ଆସନ୍ତା ୪୦ରୁ ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଛନ୍ତି…

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସମୀକ୍ଷା କଲେ କଳିକେଶ, ହସ୍ପିଟାଲରେ ରୋଗୀଙ୍କୁ…

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଓ ଜିଲା ମୁଖ୍ୟ ହସ୍ପିଟାଲରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଉପରେ ସମୀକ୍ଷା କରିଛନ୍ତି ବଲାଙ୍ଗୀର ବିଧାୟକ କଳିକେଶ…

ଲୁଣାନଦୀର ଜଳସ୍ତର କମୁଛି: ଆଗାମୀ ଦିନରେ ଦେଖାଦେବ…

କେନ୍ଦ୍ରାପଡ଼ା, ୨୮ା୩ (ଜଗନ୍ନାଥ ଧଳ)ଡିସେମ୍ବର ମାସଠାରୁ କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଲୁଣାନଦୀର ଜଳସ୍ତର କମିବାରେ ଲାଗିଛି। ଫଳରେ ଆଗାମୀ ଦିନରେ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ପିଇବା ପାଣି ସମସ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri