୧୪ ବର୍ଷ ଶାସନ କରିବା ପରେ କାହିଁକି ହାରିଲା ସୁନକଙ୍କ ଦଳ? ଜାଣନ୍ତୁ ୫ କାରଣ

ନୂଆଦିଲ୍ଲୀ, ୫।୭: ବ୍ରିଟେନ୍‌ରେ ୧୪ ବର୍ଷ ଶାସନ କରିବା ପରେ ଋଷି ସୁନକ୍‌ଙ୍କର କଞ୍ଜରଭେଟିଭ୍‌ ପାର୍ଟି ନିର୍ବାଚନ ହାରିଛି । ସୁନକଙ୍କ ପାର୍ଟିକୁ ହରାଇ କିଏର ଷ୍ଟାର୍ମରଙ୍କ ନେତୃତ଼୍ବାଧୀନ ଲେବର ପାର୍ଟି ସାଧାରଣ ନିର୍ବାଚନ ଜିତିବା ସହ ସରକାର ଗଠନ କରିବାକୁ ଯାଉଛି। ଲେବର ପାର୍ଟି ୧୪ ବର୍ଷ ପରେ ପୁଣି କ୍ଷମତାକୁ ଫେରିବାକୁ ଯାଉଛି । କିଏର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ଅନ୍ୟପଟେ ଭାରତୀୟ ବଂଶୋଦ୍ଭୋବ ନିଜ ଦଳର ପରାଜୟ ସ଼୍ବୀକାର କରିଛନ୍ତି ।
ତେବେ ସୁନକଙ୍କ ଦଳ ହାରିବା ପଛରେ ୫ଟି ବଡ଼ କାରଣ ରହିଥିବା ଚର୍ଚ୍ଚା ହେଉଛି –
୧-ଅର୍ଥବ୍ୟବସ୍ଥା-  ଗତକିଛି ବର୍ଷ ଧରି ବ୍ରିଟେନ୍‌ ଗୋଟିଏ ପରେ ଗୋଟିଏ ସଙ୍କଟର ସାମ୍ନା କରୁଛି । ଯାହାକି ସୁନକ ସରକାର ହାରିବାର ବଡ଼ କାରଣ । ଏହାର ସ୍ପଷ୍ଟ ଉଦାହରଣ ହେଉଛି ଅର୍ଥବ୍ୟବସ୍ଥା । ୨୦୨୩ ରେ ବ୍ରିଟେନ୍‌ର ଅର୍ଥବ୍ୟବସ୍ଥାରେ ମାତ୍ର ୦.୧ ପ୍ରତିଶତ ବୃଦ୍ଧି ହୋଇଥିଲା । ଚଳିତ ବର୍ଷ ଆରମ୍ଭରୁ ପୁଣି ଏଥିରେ ମାନ୍ଦା ଦେଖିବାକୁ ମିଳିଥିଲା ।

୨-ମହଙ୍ଗା ମାଡ଼-   ଅର୍ଥ ବ୍ୟବସ୍ଥା ସହିତ ମହଙ୍ଗା ମଧ୍ୟ ବଡ଼ କାରଣ ପାଲଟିଥିଲା । ଅକ୍ଟୋବର ୨୦୨୨ରେ ମହଙ୍ଗା ୪୦ ବର୍ଷର ରେକର୍ଡ ଭାଙ୍ଗିଥିଲା । ବର୍ତ୍ତମାନ ଏଥିରେ ସୁଧାର ଆସିଥିବା ବେଳେ ଦେଶବାସୀ କିନ୍ତୁ ଭରସା କରିନାହାନ୍ତି ।

୩-ସାର୍ବଜନିକ ସେବା-   ସାର୍ବଜନିକ ସେବା ବ୍ରିଟେନ୍‌ରେ ଚରମ ସ୍ଥିତିରେ ପହଞ୍ଚିଛି । ନ୍ୟାଶନାଲ ହେଲ୍ଥ ସର୍ଭିସ୍‌ର ଫଣ୍ଡିଂ ସଙ୍କଟରେ ରହିଛି । ସାଧାରଣ ଲୋକଙ୍କୁ ସହଜରେ ସ଼୍ବାସ୍ଥ୍ୟ ସେବା ମିଳିପାରୁନାହିଁ ।

୪-ଶରଣାର୍ଥୀ-   ତୁର୍କୀ, ଇରାନ୍‌ ଏବଂ ଆଫଗାନିସ୍ତାନରୁ ଆସୁଥିବା ଶରଣାର୍ଥୀ ବ୍ରିଟେନ୍‌କୁ ଚାଲିଆସୁଛନ୍ତି । ଫଳରେ ଦଶର ଚିନ୍ତା ବଢ଼ିଛି ।

୫-ରାଜନୈତିକ ଅସ୍ଥିରତା-   କିଛି ବର୍ଷ ଧରି ଏହି ଦଳ ମଧ୍ୟରେ ବିଭାଜନ ଦେଖିବାକୁ ମିଳୁଛି । ଯାହାକି ସରକାର ହାରିବାର ଅନ୍ୟଏକ ପ୍ରମୁଖ କାରଣ ।

ଅନ୍ୟପଟେ ସୁନକ୍‌ ନିଜର ପରାଜୟ ପରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବିଦାୟୀ ଭାଷଣ ରଖିଥିଲେ । ଡାଉନିଂ ଷ୍ଟ୍ରିଟ୍‌ରେ ବର୍ଷା ହେଉଥିବା ବେଳେ ସେ ଭାଷଣ ଦେଇ କହିଛନ୍ତି ଯେ, ମୁଁ ପ୍ରଥମେ ମୋର ଦେଶକୁ କ୍ଷମା ମାଗୁଛି । ମୁଁ ମୋ କାମରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି । କିନ୍ତୁ ଆପଣମାନେ ସରକାର ବଦଳାଇବାକୁ ସ୍ପଷ୍ଟ ସଙ୍କେତ ଦେଇଛନ୍ତି । ଆପଣମାନଙ୍କର ନିର୍ଣ୍ଣୟ ସବୁଠାରୁ ଶ୍ରେଷ୍ଠ ନିର୍ଣ୍ଣୟ । ମୁଁ ଆପଣଙ୍କ ରାଗ, ଆପଣଙ୍କ ନିରାଶା ଭାବକୁ ଅନୁଭବ କରିପାରୁଛି ଏବଂ ଏହି କ୍ଷତି ପାଇଁ ନିଜକୁ ଦାୟୀ କରୁଛି । ମୁଁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ଖୁବ୍‌ ଶୀଘ୍ର ମହାମହିମ ରାଜାଙ୍କ ନିକଟକୁ ଭେଟିବାକୁ ଯିବି ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ

ପୁରୀ,୨୧।୧: ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ। ସୋଲ, କଦଳୀ ପାଟୁକା ଓ ଜମୱୁରାରେ କରାଯିବ ଏହି ବେଶ। ଆପାଦ ମସ୍ତକ ପଦ୍ମରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି।...

ଭାରତ ଉପରେ ଲାଗିବ ନାହିଁ ୫୦୦% ଟାରିଫ୍‌, ଟାର୍ଗେଟ୍‌ରେ ଏବେ ଏହି ଦେଶ, ବଡ଼ ଖୁଲାସା କଲେ…

ଓ୍ବାଶିଂଟନ୍‌,୨୧।୧: ଆମେରିକାର ଟ୍ରେଜେରୀ ସଚିବ ସ୍କଟ ବେସାଣ୍ଟ କହିଛନ୍ତି ଯେ ରୁଷୀୟ ତୈଳ କିଣୁଥିବା ଦେଶଗୁଡ଼ିକ ଉପରେ ୫୦୦% ଟାରିଫ୍‌ ଲାଗୁ କରିବା ପାଇଁ ରାଷ୍ଟ୍ରପତି...

ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି...

ଆପଣା ପଣରେ ନାରୀ

ରାଜା ବ୍ରାହ୍ମଣମାନଙ୍କୁ ପୁଚ୍ଛାକଲେ, ‘ଯେଉଁ ଫଳ ଉପୁଜାଇ ସେ ଫଳ ଖାଇ କି ନ ଖାଇ’। ତହିଁକି ବ୍ରାହ୍ମଣ ବୋଇଲେ ଯେ ଯେଉଁ ଫଳ ଉପୁଜାଇ...

ପୁଣି ଥର୍‌ ଆତଙ୍କ: ଆସିଲା ବୁଲେଟ୍‌କୁ ପିଟିଲା , ଜଣେ ମୃତ…

ଭୁବନେଶ୍ୱର,୨୧।୧: ରାଜଧାନୀରେ ପୁଣି ଥର୍‌ ଆତଙ୍କ। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ବୁଲେଟ୍‌କୁ ଧକ୍କା ଦେଇଛି ଥର୍‌। ଘଟଣାସ୍ଥଳରେ ଜଣେ ମୃତ, ୨ ଜଣ ଗୁରୁତର...

ତାମିଲନାଡୁ ବିଧାନସଭାରୁ ରାଜ୍ୟପାଳଙ୍କ କକ୍ଷତ୍ୟାଗ

ଚେନ୍ନାଇ,୨୧ା୧: ତାମିଲନାଡୁ ରାଜ୍ୟପାଳ ଆର୍‌.ଏନ୍‌. ରବି ମଙ୍ଗଳବାର ରାଜ୍ୟ ବିଧାନସଭାରେ ଉଦ୍‌ବୋଧନ ନ ଦେଇ ଚାଲିଯାଇଛନ୍ତି। ବିନା ଭାଷଣରେ କକ୍ଷତ୍ୟାଗ କରିବା ରାଜ୍ୟପାଳ ରବିଙ୍କ ପାଇଁ...

ମଣ୍ଡିରୁ ଧାନ ଚୋରି ଅଭିଯୋଗ ପ୍ରସଙ୍ଗ: ୨ ଅଧିକାରୀଙ୍କ କଥାରେ ତାଳମେଳ ନାହିଁ

ଅମରପାଲି,୨୧ା୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ମଣ୍ଡିରେ ଚାଷୀ ବିକ୍ରି ପାଇଁ ରଖିଥିବା ଧାନରୁ ଗତ ୧୬ ତାରିଖ ରାତିରେ ୧୮ ପ୍ୟାକେଟ...

ଲିଭ୍‌ ଇନ୍‌ ରିଲେଶନଶିପ୍‌ରେ ମହିଳାଙ୍କୁ ସ୍ତ୍ରୀ ମାନ୍ୟତା ମିଳିବା ଆବଶ୍ୟକ: ହାଇକୋର୍ଟ

ଚେନ୍ନାଇ,୨୧ା୧: ଲିଭ୍‌-ଇନ୍‌ ରିଲେଶନଶିପ୍‌ରେ ଥିବା ମହିଳାଙ୍କୁ ଗାନ୍ଧର୍ବ ବିବାହ ବା ପ୍ରେମ ବିବାହ ଅନୁଯାୟୀ ସ୍ତ୍ରୀର ମାନ୍ୟତା ପ୍ରଦାନ ସହ ସୁରକ୍ଷା ଦିଆଯିବା ଆବଶ୍ୟକ। ଫଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri