୯୦ରୁ ରାଜ୍ୟସ୍ତରକୁ ଗଲା ୫ ପ୍ରକଳ୍ପ

ଡେରାବିଶ,୨୦ା୫ (ସ୍ବ.ପ୍ର.): ପ୍ରକୃତି ସୃଷ୍ଟିର ବିଭିନ୍ନ କାରଣ ସନ୍ଧାନ କରି ପାରୁଥିବା ବିଷୟ ହେଉଛି ବିଜ୍ଞାନ। ଛାତ୍ରୀଛାତ୍ରମାନେ ପ୍ରଥମେ ନିଜକୁ ଚିହ୍ନି ଭଲ ଲାଗୁଥିବା ବିଷୟ ବା ସେହି ଦିଗରେ ନିଷ୍ଠା ଓ ଏକାଗ୍ରତାର ସହ ବଢିବା ଦରକାର ବୋଲି କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଶିକ୍ଷା ସର୍କଲ ଅନ୍ତର୍ଗତ ଚାଟରାଚକଡା ପଞ୍ଚାୟତର ଫକୀରାବାଦସ୍ଥିତ ରାମଚନ୍ଦ୍ର ହାଇସ୍କୁଲ ପରିସରରେ ଗୁରୁବାର ଅନୁଷ୍ଠିତ କେନ୍ଦ୍ରାପଡା ଜିଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳାର ଉଦ୍‌ଯାପନୀ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଏଥିରେ ପ୍ରଦର୍ଶିତ ୯୦ ପ୍ରକଳ୍ପ ମଧ୍ୟରୁ ୫ଟି ରାଜ୍ୟସ୍ତରକୁ ଯିବ ଲାଗି ମନୋନୀତ ହୋଇଥଲା। ପୂର୍ବାହ୍ନ ଆରମ୍ଭ ହୋଇଥିବା ଏହି ମେଳାକୁ ଅତିରିକ୍ତ ଜିଲାପାଳ ଦୁର୍ଗାପ୍ରସାଦ ମହାରଣା ଉଦ୍‌ଘାଟନ କରିଥିଲେ। ଏଥିରେ ଜିଲା ଶିକ୍ଷାଧିକାରୀ ସଞ୍ଜିବ କୁମାର ସିଂହ ପୌରୋହିତ୍ୟ କରିଥିଲେ। ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲାପାଳ ମହାରଣା, ଜଜାଙ୍ଗସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ତାପସ ରଞ୍ଜନ ସାହୁ ମୁଖ୍ୟବକ୍ତା, ପ୍ରାକ୍ତନ ଜିଲା ପରିଦର୍ଶକ ପୀତବାସ ପଣ୍ଡା, ବ୍ଲକ ଶିକ୍ଷାଧିକାରୀ ଶ୍ରୀକାନ୍ତ ବେହେରା ଓ ଡେରାବିଶ ତହସିଲଦାର ନମିତା ବାରିକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମେଳାରେ ଜିଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କୁନି କୁନି ବୈଜ୍ଞାନିକ ୯୦ଟି ବିଜ୍ଞାନ, ଗଣିତ ଓ ପରିବେଶ ସମ୍ପର୍କିତ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ। ଜିଲା ବିଜ୍ଞାନ ପରିଦର୍ଶକ ରଞ୍ଜନ କୁମାର ସ୍ବାଇଁ ଓ ନିଶ୍ଚିତ କୁମାର ବାରିକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ମେଳାରେ ବାୟାବାବା କଲେଜର ରସାୟନ ବିଜ୍ଞାନ ଅଧ୍ୟାପକ ଟୁଲୁ ଚରଣ ସାମଲ ଓ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଦେବାଶିଷ ନାୟକ ବିଚାରକ ଭାବେ ଯୋଗଦେଇଥିଲେ। ମେଳାରେ ପ୍ରଦର୍ଶିତ ପ୍ରକଳ୍ପ ମଧ୍ୟରୁ କେନ୍ଦ୍ରାପଡ଼ା ବ୍ଲକ ଅଧୀନ ଦେପୁରର ସରସ୍ବତୀ ହାଇସ୍କୁଲ, ରାଜନଗର ବ୍ଲକର କେରଡାଗଡ ହାଇସ୍କୁଲ, ଡେରାବିଶ ବ୍ଲକର ଡେରାବିଶ ହାଇସ୍କୁଲ, ପଟ୍ଟାମୁଣ୍ଡାଇ ବ୍ଲକର ବନ୍ଦେମାତରମ୍‌ ହାଇସ୍କୁଲ ଓ ଆଳି ବ୍ଲକର ଅଟ୍ଟାଳ ହାଇସ୍ଲୁଲର ୫ଟି ପ୍ରକଳ୍ପକୁ ରାଜ୍ୟସ୍ତରୀୟ ମେଳା ପାଇଁ ଚୟନ କରିଥିଲେ। ଜିଲା ଶିକ୍ଷାଧିକାରୀ ସିଂହଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ଜିଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳୀ ସେଠୀ ମୁଖ୍ୟ ଅତିଥି, ଜିଲାପାଳ ଅମୃତ ଋତୁରାଜ ମୁଖ୍ୟବକ୍ତା, ମାର୍ଶାଘାଇ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକ ପ୍ରଭାତ ରଞ୍ଜନ ଲେଙ୍କା ସମ୍ମାନିତ ବକ୍ତା, ରାମଚନ୍ଦ୍ର ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ଉନ୍ନତି ହୋଇଥିବା ୫ଟି ପ୍ରକଳ୍ପ ପ୍ରଦର୍ଶନକାରୀ କୁନି ବୈଜ୍ଞାନିକଙ୍କୁ ମାନପତ୍ର ଦେଇ ସମ୍ମାନୀତ କରିଥିଲେ। ଏହି ଅବସରରେ ଶିକ୍ଷକ ଆଦିକନ୍ଦ ସାହୁଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ବିଜ୍ଞାନ ସମ୍ପର୍କିତ ସଙ୍ଗୀତ ଉପସ୍ଥିତ ଅତିଥି ଓ ଅନ୍ୟମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଶିକ୍ଷକ ରଘୁନାଥ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ନବଘନ ମହାରଣା ଧନ୍ୟବାଦ ଦେଇଥିଲେ। ଏହି ମେଳା ପରିଚାଳନାରେ ଡେରାବିଶ ବ୍ଲକ ସହକାରୀ ଶିକ୍ଷାଧିକାରୀ ନରହରୀ ସୂତାର, ବିପିନ ବିହାରୀ ସିଂହ, ଗୁରୁଚରଣ ଷଡଙ୍ଗୀଙ୍କ ସମେତ ଜିଲାର ସମସ୍ତ ସିଆରସିସିମାନେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri