୯୦ରୁ ରାଜ୍ୟସ୍ତରକୁ ଗଲା ୫ ପ୍ରକଳ୍ପ

ଡେରାବିଶ,୨୦ା୫ (ସ୍ବ.ପ୍ର.): ପ୍ରକୃତି ସୃଷ୍ଟିର ବିଭିନ୍ନ କାରଣ ସନ୍ଧାନ କରି ପାରୁଥିବା ବିଷୟ ହେଉଛି ବିଜ୍ଞାନ। ଛାତ୍ରୀଛାତ୍ରମାନେ ପ୍ରଥମେ ନିଜକୁ ଚିହ୍ନି ଭଲ ଲାଗୁଥିବା ବିଷୟ ବା ସେହି ଦିଗରେ ନିଷ୍ଠା ଓ ଏକାଗ୍ରତାର ସହ ବଢିବା ଦରକାର ବୋଲି କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଶିକ୍ଷା ସର୍କଲ ଅନ୍ତର୍ଗତ ଚାଟରାଚକଡା ପଞ୍ଚାୟତର ଫକୀରାବାଦସ୍ଥିତ ରାମଚନ୍ଦ୍ର ହାଇସ୍କୁଲ ପରିସରରେ ଗୁରୁବାର ଅନୁଷ୍ଠିତ କେନ୍ଦ୍ରାପଡା ଜିଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳାର ଉଦ୍‌ଯାପନୀ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଏଥିରେ ପ୍ରଦର୍ଶିତ ୯୦ ପ୍ରକଳ୍ପ ମଧ୍ୟରୁ ୫ଟି ରାଜ୍ୟସ୍ତରକୁ ଯିବ ଲାଗି ମନୋନୀତ ହୋଇଥଲା। ପୂର୍ବାହ୍ନ ଆରମ୍ଭ ହୋଇଥିବା ଏହି ମେଳାକୁ ଅତିରିକ୍ତ ଜିଲାପାଳ ଦୁର୍ଗାପ୍ରସାଦ ମହାରଣା ଉଦ୍‌ଘାଟନ କରିଥିଲେ। ଏଥିରେ ଜିଲା ଶିକ୍ଷାଧିକାରୀ ସଞ୍ଜିବ କୁମାର ସିଂହ ପୌରୋହିତ୍ୟ କରିଥିଲେ। ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲାପାଳ ମହାରଣା, ଜଜାଙ୍ଗସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ତାପସ ରଞ୍ଜନ ସାହୁ ମୁଖ୍ୟବକ୍ତା, ପ୍ରାକ୍ତନ ଜିଲା ପରିଦର୍ଶକ ପୀତବାସ ପଣ୍ଡା, ବ୍ଲକ ଶିକ୍ଷାଧିକାରୀ ଶ୍ରୀକାନ୍ତ ବେହେରା ଓ ଡେରାବିଶ ତହସିଲଦାର ନମିତା ବାରିକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମେଳାରେ ଜିଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କୁନି କୁନି ବୈଜ୍ଞାନିକ ୯୦ଟି ବିଜ୍ଞାନ, ଗଣିତ ଓ ପରିବେଶ ସମ୍ପର୍କିତ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ। ଜିଲା ବିଜ୍ଞାନ ପରିଦର୍ଶକ ରଞ୍ଜନ କୁମାର ସ୍ବାଇଁ ଓ ନିଶ୍ଚିତ କୁମାର ବାରିକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ମେଳାରେ ବାୟାବାବା କଲେଜର ରସାୟନ ବିଜ୍ଞାନ ଅଧ୍ୟାପକ ଟୁଲୁ ଚରଣ ସାମଲ ଓ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଦେବାଶିଷ ନାୟକ ବିଚାରକ ଭାବେ ଯୋଗଦେଇଥିଲେ। ମେଳାରେ ପ୍ରଦର୍ଶିତ ପ୍ରକଳ୍ପ ମଧ୍ୟରୁ କେନ୍ଦ୍ରାପଡ଼ା ବ୍ଲକ ଅଧୀନ ଦେପୁରର ସରସ୍ବତୀ ହାଇସ୍କୁଲ, ରାଜନଗର ବ୍ଲକର କେରଡାଗଡ ହାଇସ୍କୁଲ, ଡେରାବିଶ ବ୍ଲକର ଡେରାବିଶ ହାଇସ୍କୁଲ, ପଟ୍ଟାମୁଣ୍ଡାଇ ବ୍ଲକର ବନ୍ଦେମାତରମ୍‌ ହାଇସ୍କୁଲ ଓ ଆଳି ବ୍ଲକର ଅଟ୍ଟାଳ ହାଇସ୍ଲୁଲର ୫ଟି ପ୍ରକଳ୍ପକୁ ରାଜ୍ୟସ୍ତରୀୟ ମେଳା ପାଇଁ ଚୟନ କରିଥିଲେ। ଜିଲା ଶିକ୍ଷାଧିକାରୀ ସିଂହଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ଜିଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳୀ ସେଠୀ ମୁଖ୍ୟ ଅତିଥି, ଜିଲାପାଳ ଅମୃତ ଋତୁରାଜ ମୁଖ୍ୟବକ୍ତା, ମାର୍ଶାଘାଇ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକ ପ୍ରଭାତ ରଞ୍ଜନ ଲେଙ୍କା ସମ୍ମାନିତ ବକ୍ତା, ରାମଚନ୍ଦ୍ର ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ଉନ୍ନତି ହୋଇଥିବା ୫ଟି ପ୍ରକଳ୍ପ ପ୍ରଦର୍ଶନକାରୀ କୁନି ବୈଜ୍ଞାନିକଙ୍କୁ ମାନପତ୍ର ଦେଇ ସମ୍ମାନୀତ କରିଥିଲେ। ଏହି ଅବସରରେ ଶିକ୍ଷକ ଆଦିକନ୍ଦ ସାହୁଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ବିଜ୍ଞାନ ସମ୍ପର୍କିତ ସଙ୍ଗୀତ ଉପସ୍ଥିତ ଅତିଥି ଓ ଅନ୍ୟମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଶିକ୍ଷକ ରଘୁନାଥ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ନବଘନ ମହାରଣା ଧନ୍ୟବାଦ ଦେଇଥିଲେ। ଏହି ମେଳା ପରିଚାଳନାରେ ଡେରାବିଶ ବ୍ଲକ ସହକାରୀ ଶିକ୍ଷାଧିକାରୀ ନରହରୀ ସୂତାର, ବିପିନ ବିହାରୀ ସିଂହ, ଗୁରୁଚରଣ ଷଡଙ୍ଗୀଙ୍କ ସମେତ ଜିଲାର ସମସ୍ତ ସିଆରସିସିମାନେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓକିଲ ସଂଘ ନିର୍ବାଚନ: ମଇଦାନରେ ୬ ପ୍ରାର୍ଥୀ, ସରଗରମ କୋର୍ଟ ପରିସର

ପୁରୁଷୋତ୍ତମପୁର,୨୮।୩ (ସବିତା ମିଶ୍ର): ସାରା ରାଜ୍ୟରେ ଓକିଲ ସଂଘ ନିର୍ବାଚନ ଚାଲିଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର କୋର୍ଟ ପରିସରରେ ନିର୍ବାଚନ ଉଷ୍ମତା ସରଗରମ ହୋଇଉଠିଛି…

କେସିଙ୍ଗା ରେଳ ଷ୍ଟେଶନ ପରିଦର୍ଶନ କଲେ ସମ୍ବଲପୁର ରେଳ ପ୍ରବନ୍ଧକ: ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

କେସିଙ୍ଗା,୨୮।୩(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ପ୍ରବନ୍ଧକ କେସିଙ୍ଗା ରେଳ ଷ୍ଟେଶନକୁ ଶନିବାର ପରିଦର୍ଶନ କରି ଷ୍ଟେଶନର ବିଭିନ୍ନ ସମସ୍ୟା ଉପରେ ତଦନ୍ତ କରିଥିଲେ। ଏହି ଷ୍ଟେଶନରେ ଯାତ୍ରୀଙ୍କ…

ଘରକୁ ଫେରୁଥିଲେ ଶ୍ରମିକ, ଧକ୍କା ଦେଲା ଟ୍ରାଭେଲର: ଆଉ ତା’ପରେ…

ଲୋଇସିଂହା,୨୮।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିମୁଣ୍ଡା- ବଲାଙ୍ଗୀର ରାସ୍ତାର ସରଗାଡରେ ଏକ ଅଜଣା ଗାଡ଼ି ଧକ୍କାରେ ଶନିବାର ଭୋର ସକାଳୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।…

ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ମଇଦାନରେ ଅଛନ୍ତି ଏମାନେ, ଆଜି ଫଳାଫଳ ଘୋଷଣା

ଦିଗପହଣ୍ଡି,୨୮।୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାର…

ଦାରିଙ୍ଗବାଡିରେ କାଳବୈଶାଖୀ ପ୍ରଭାବ: ୧୫ ଘଣ୍ଟା ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତବାସୀ

ଦାରିଙ୍ଗବାଡି, ୨୮।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ କଳାବୈଶାଖୀର ପ୍ରଭାବରେ ପବନ ବୋହିବା ସହ ବିଜୁଳି ଘଡଘଡି ସହ ବର୍ଷା ହୋଇଥିଲା…

ମୋଦି-ଟ୍ରମ୍ପଙ୍କ ଫୋନ କଲ୍‌ରେ ଏଲନ ମସ୍କଙ୍କ ଉପସ୍ଥିତିକୁ ନେଇ କୂଟନୈତିକ ମହଲରେ ହଇଚଇ

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଉପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଫୋନ ଆଲୋଚନା ବହୁତ ଚର୍ଚ୍ଚା ସୃଷ୍ଟି କରୁଛି। କିନ୍ତୁ ଏହି ଆଲୋଚନା…

ବାଇକ୍‌ରେ ଯାଉଥିଲେ ଉପରେ ପଡ଼ିଲା ଗଛ: ଆଉ ତା’ପରେ…

ବାରିପଦା,୨୮।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାର ଆଖପାଖ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଝଡ ତୋଫାନ ଓ ପ୍ରବଳ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପୃଥକ…

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri