Categories: ଜାତୀୟ

୮ ଦିନରେ ୫ କଏଦୀଙ୍କ ମୃତ୍ୟୁ, ଚିନ୍ତାରେ ପ୍ରଶାସନ…

ତିହାର, ୨୫।୧୨: ଦିଲ୍ଲୀର ତିହାର ଜେଲ୍‌ରେ ଗତ ୮ ଦିନ ମଧ୍ୟରେ ୫ ଜଣ କଏଦୀଙ୍କ ମୃତ୍ୟୁ ଘଟିଛି। ଏନେଇ ଜେଲ ପ୍ରଶାସନଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କଏଦୀଙ୍କ ମୃତ୍ୟୁ ନେଇ ନାନା ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି। ଏହି ମୃତ୍ୟୁ ମାମଲାର ତଦନ୍ତ ସିପିଆର୍‌ସି ୧୭୬ ଧାରା ଅନ୍ତର୍ଗତ ମାଜିଷ୍ଟ୍ରେଟ୍‌ଙ୍କ ଦ୍ୱାରା କରାଯାଉଛି। ଜେଲ୍‌ ନମ୍ବର ୩ରେ ଜଣେ କଏଦୀଙ୍କର ମୃତ୍ୟୁ ଘଟିଛି।

ସେ ନିଜ ସେଲ୍‌ରେ ଅଚେତ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଦିଲ୍ଲୀର ତିହାର ଜେଲ ଦେଶର ସବୁଠାରୁ ସୁରକ୍ଷିତ ଜେଲ ମଧ୍ୟରୁ ଗୋଟିଏ। ଏଠାରେ କଏଦୀଙ୍କର ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ଘଟିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ମୃତ୍ୟୁର କାରଣ ନେଇ ପ୍ରଶାସନ ପକ୍ଷରୁ ଏହା ସମ୍ପୂର୍ଣ୍ଣ ପ୍ରାକୃତିକ ବୋଲି କୁହାଯାଇଛି। ଥଣ୍ଡା ବଢ଼ିବା ଯୋଗୁ ଏଭଳି ହୋଇଥାଏ ପାରେ ବୋଲି ଅନୁମାନ କରାଯାଇଛି। ଜେଲ ପ୍ରଶାସନ କହିଛନ୍ତି ଯେ, କଏଦୀମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ ଲଗାତାର କରାଯାଇଛି।

Share