ବଦଳିଲେ ୫ ପୋଲିସ ଅଫିସର

କେନ୍ଦୁଝର, ୨ା୯(ଡି.ଏନ୍‌.ଏ.): ୫ ପୋଲିସ ଅଫିସରଙ୍କୁ କେନ୍ଦୁଝର ଜିଲାରୁ ବଦଳି କରାଯାଇଥିବାବେଳେ ୨ଜଣ ଜିଲାକୁ ଆସିଛନ୍ତି। ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜିଙ୍କ ଆଦେଶ ସଂଖ୍ୟା ୯୯/ ୩୧ା୮ା୨୦୨୦ରେ ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇଛି। କେନ୍ଦୁଝର ଜିଲାରେ କାର୍ଯ୍ୟରତ ଇନ୍ସପେକ୍ଟର ମାନସ କୁମାର ସ୍ବାଇଁଙ୍କୁ ରାଉରକେଲାକୁ ବଦଳି କରାଯାଇଥିବାବେଳେ ରାଉରକେଲାରେ କାର୍ଯ୍ୟରତ ଇନ୍ସପେକ୍ଟର ପ୍ରମୋଦିନୀ ସାହୁ କେନ୍ଦୁଝର ଜିଲାକୁ ଆସିଛନ୍ତି। ସେହିପରି ଇନ୍ସପେକ୍ଟର ରାମଚନ୍ଦ୍ର ବିଶ୍ୱାଳଙ୍କୁ କେନ୍ଦୁଝରରୁ ରାଉରକେଲା,ସ୍ମୃତିପ୍ରଭା ପ୍ରଧାନଙ୍କୁ କେନ୍ଦୁଝରରୁ ସୁନ୍ଦରଗଡ,ସବ୍‌ଇନ୍ସପେକ୍ଟର ଶ୍ରୀକାନ୍ତ ସାହୁଙ୍କୁ କେନ୍ଦୁଝରରୁ ରାଉରକେଲା,ସହକାରୀ ସବ୍‌ଇନ୍ସପେକ୍ଟର କିରାଣୀ ମହାନ୍ତଙ୍କୁ ସୁନ୍ଦରଗଡରୁ କେନ୍ଦୁଝର ଓ ଏଏସ୍‌ଆଇ ଟିକେଶ୍ୱର ବୁଡାଙ୍କୁ କେନ୍ଦୁଝରରୁ ସୁନ୍ଦରଗଡକୁ ବଦଳି କରାଯାଇଛି। ଇନ୍ସପେକ୍ଟର ମାନସ ଓ ପ୍ରମୋଦିନୀ ଏବଂ ଏଏସ୍‌ଆଇ କିରାଣୀ ଓ ଟିକେଶ୍ୱରଙ୍କୁ ସେମାନଙ୍କର ନିଜସ୍ବ ଆବେଦନକୁ ବିଚାର କରାଯାଇ ବଦଳି କରାଯାଇଥିବାବେଳେ ରାମଚନ୍ଦ୍ର,ସ୍ମୃତିପ୍ରଭା ଏବଂ ଶ୍ରୀକାନ୍ତଙ୍କୁ ପ୍ରଶାସନିକ ଆବଶ୍ୟକତାକୁ ଲକ୍ଷ୍ୟ କରି ବଦଳି କରାଯାଇଥିବା ସୂଚନା ମିଳିଛି।