ଘରର ଛାତ ଭୁଶୁଡ଼ିଲା: ଗୋଟିଏ ପରିବାରର ୫ ମୃତ, ୨ ଗୁରୁତର

ଇସଲାମାବାଦ,୧୨ା୧: ଉତ୍ତର-ପଶ୍ଚିମ ପାକିସ୍ତାନରେ ଲଗାତର ବର୍ଷା ହେତୁ ଗୋଟିଏ ଘରର ଛାତ ଭୁଶୁଡ଼ି ପଡ଼ିଛି। ଫଳରେ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ଘଟିଛି। ବୁଧବାର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

ମଙ୍ଗଳବାର ବିଳମ୍ବିତ ରାତିରେ ପେଶୱାରର ଇନ୍‌କିଲାବ କଲୋନୀରେ ଏହି ଘଟଣା ଘଟିଛି। ଛାତ ଭୁଶୁଡ଼ିବା ପରେ ପରିବାରର ୭ ଜଣଙ୍କ ମଧ୍ୟରୁ ୫ ଜଣ ତଳେ ଚାପି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

Share