ଭାରତରେ ଏକ୍ସବିବି.୧.୫ ଭାରିଆଣ୍ଟର ୫ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ,୩।୧ : ଭାରତୀୟ ସାର୍ସ-କୋଭ୍‌-୨ ଜେନୋମିକ୍ସ କନ୍ସୋର୍ଟିୟମ (ଇନସାକୋଗ) ମଙ୍ଗଳବାର କରୋନା ଭାଇରସ ମହାମାରୀର ଭୟାବହତା ମଧ୍ୟରେ ଏକ ବୁଲେଟିନ ଜାରି କରି କହିଛି ଯେ ଭାରତରେ କୋଭିଡ-୧୯ ର ଓମିକ୍ରନ ଭାରିଆଣ୍ଟର ଏବଂ ଏହାର ସବ-ଭାରିଆଣ୍ଟର ପ୍ରଭାବ ଦୃଷ୍ଟି ଗୋଚର ହେବାରେ ଲାଗିଛି। ଏହା ଏକ୍ସବିବିର ଏକ ସବ-ଭାରିଆଣ୍ଟ। ବୁଲେଟିନ ଅନୁଯାୟୀ, କରୋନାର ବିଏ.୨.୭୫ ଏବଂ ବିଏ.୨.୧୦ ଭାରିଆଣ୍ଟ ମଧ୍ୟ ଭାରତରେ ଚିହ୍ନଟ ହୋଇଛି। କିନ୍ତୁ ଏହାର ପ୍ରଭାବ ବହୁତ କମ। ଇନସାକୋଗ ଏହା ମଧ୍ୟ କହିଛି ଯେ ଆମେରିକାରେ କରୋନା ମାମଲା ବୃଦ୍ଧି ପାଇଁ ଦାୟୀ କୋଭିଡ-୧୯ ର ଏକ୍ସବିବି.୧.୫ ଭାରିଆଣ୍ଟର ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେଥିମଧ୍ୟରୁ ତିନୋଟି ଗୁଜରାଟରେ ଏବଂ ଗୋଟିଏ ଲେଖାଏଁ କର୍ନାଟକ ଓ ରାଜସ୍ଥାନରେ ମିଳିଛି। ଏକ୍ସବିବି.୧.୫ ଭାରିଆଣ୍ଟ ହେଉଛି ଓମିକ୍ରନ ଏକ୍ସବିବି ଭାରିଆଣ୍ଟରର ଏକ ସବ୍‌-ଭାରିଆଣ୍ଟ। ଯାହା ଓମିକ୍ରନ ବିଏ.୨.୧୦.୧ ଏବଂ ବିଏ.୨.୭୫ ସବ-ଭାରିଆଣ୍ଟର ଏକ ପୁନର୍ବିନ୍ୟାସ।

ଇନସାକୋଗ ଅନୁଯାୟୀ, ବିଏ.୨.୭୫ର ଏକ ସବ୍‌-ଭାରିଆଣ୍ଟ ବିଶେଷ କରି ଉତ୍ତର-ପୂର୍ବ ଭାରତରେ ସକ୍ରିୟ ରହିଛି। ତଥାପି, ଏହାର ଗମ୍ଭୀରତା ବୃଦ୍ଧି ପାଇନାହିିଁ କିମ୍ବା ଏନେଇ କେହି ହସ୍ପିଟାଲରେ ଭର୍ତି ହୋଇନାହାନ୍ତି। ବୁଲେଟିନରେ ଦର୍ଶାଯାଇଛି ଯେ ଓମିକ୍ରନ ଏବଂ ଏହାର ସବ-ଭାରିଆଣ୍ଟଗୁଡ଼ିକ ଭାରତରେ ପ୍ରଭାବଶାଳୀ ଭାବରେ ସକ୍ରିୟ ଅଛନ୍ତି। ଏକ୍ସବିବି ହେଉଛି ଭାରତରେ ବ୍ୟାପିଥିବା ସବୁଠାରୁ ସକ୍ରିୟ ସବ-ଭାରିଆଣ୍ଟ।

 


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri