୫ ଅନ୍ୟାୟ ବିରୋଧରେ ଆମର ଯାତ୍ରା: ରାହୁଲ

ଭୁବନେଶ୍ୱର/ କୁଆଁରମୁଣ୍ଡା/ ସୁନ୍ଦରଗଡ଼, ୭ା୨(ସୁନିତ୍‌ ମିଶ୍ର/ ମହେନ୍ଦ୍ର କୁମାର ସାହୁ/ ଜୟନାରାୟଣ ମେଣ୍ଡୁଳି): ପୂର୍ବ କାର୍ଯ୍ୟସୂଚୀ ମୁତାବକ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ମଙ୍ଗଳବାର ଅପରାହ୍ନରେ ସୁନ୍ଦରଗଡ଼ ଜିଲାର ବୀରମିତ୍ରପୁରରେ ପହଞ୍ଚିଛି। ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ସମବେତ ଜନସାଧାରଣଙ୍କୁ ରାହୁଲ କହିଛନ୍ତି, ଓଡ଼ିଶାକୁ ଆସି ଖୁସି ଲାଗୁଛି। ଏଠି ଘୃଣାର ବଜାରରେ ଆପଣମାନେ ପ୍ରେମର ଦୋକାନ ଖୋଲିଲେ। ପୂର୍ବତନ ଭାରତ ଯୋଡ଼ୋ ଯାତ୍ରା କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ୪ ହଜାର କି.ମି. କରାଯାଇଥିଲା। ଏହି ସମୟରେ ଦେଶକୁ ଯୋଡ଼ିବାର କାମ କଂଗ୍ରେସ ପକ୍ଷରୁ କରାଯାଇଥିଲା। ଆମ ଲକ୍ଷ୍ୟ ଥିଲା କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପଦଯାତ୍ରା କରି ପ୍ରେମର ବାର୍ତ୍ତା ବାଣ୍ଟିବା। ଏହି ଯାତ୍ରା ବହୁତ ସଫଳ ହୋଇଥିଲା। ଲକ୍ଷାଧିକ ଲୋକ ଏହି ସମୟରେ ପଦଯାତ୍ରାରେ ସାମିଲ ହୋଇଥିଲେ। ଓଡ଼ିଶା, ଝାଡ଼ଖଣ୍ଡ, ବିହାର ଆଦି ରାଜ୍ୟର ଲୋକମାନେ ମଧ୍ୟ ଆସି ଯୋଡ଼ି ହୋଇଥିଲେ। ସେମାନେ କହିଥିଲେ, କଶ୍ମୀରରୁ କନ୍ୟାକୁମାରୀ ବୁଲିଲେ, ଆମ ରାଜ୍ୟକୁ କେବେ ଆସିବେ। ଆମ ରାଜ୍ୟରେ ବି ଘୃଣା ବଣ୍ଟାଯାଉଛି, ଆଦିବାସୀଙ୍କ ଜମି ଲୁଟ୍‌ କରାଯାଉଛି ଏବଂ ଅନ୍ୟାୟ ହେଉଛି। ଏବେ ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆରମ୍ଭ କରାଯାଇଛି। ଏଥର ମଧ୍ୟ ପଦଯାତ୍ରା କରିବାକୁ ଚାହୁଁଥିଲୁ। ହେଲେ ନିର୍ବାଚନୀ ବର୍ଷ ହୋଇଥିବାରୁ ଦଳ ନିଷ୍ପତ୍ତି ନେଲା ବସ୍‌ ଏବଂ ଜିପ୍‌ରେ ଯାତ୍ରା କରାଯିବ ଓ କିଛି ବାଟ ପଦଯାତ୍ରା ହେବ। ୫ଟି ଅନ୍ୟାୟ ବିରୋଧରେ ଏହି ଯାତ୍ରା କରାଯାଉଛି। ଯେପରିକି ଆର୍ଥିକ ଅନ୍ୟାୟ, ଦରବୃଦ୍ଧି, ବେରୋଜଗାର, ସରକାରୀ ସଂସ୍ଥାକୁ ଘରୋଇକରଣ କରିବା ଏବଂ ସାମାଜିକ ଅନ୍ୟାୟ ଯାହା ଆଦିବାସୀ, ଦଳିତ, ମହିଳା, କୃଷକଙ୍କ ପ୍ରତି କରାଯାଉଛି। ଏହା ବିରୋଧରେ ଏହି ଯାତ୍ରା ଆରମ୍ଭ ହୋଇଥିବା ରାହୁଲ ଗାନ୍ଧୀ କହିଛନ୍ତି।
ଅପରାହ୍ନ ସାଢେ ୪ଟା ସମୟରେ ରାହୁଲ ଏକ ରୋଡ୍‌ ଶୋ’ରେ ଆସି ଝାଡ଼ଖଣ୍ଡ-ଓଡ଼ିଶା ସୀମାନ୍ତ ବାଂଶଯୋର ଫାଟକରୁ ୧୪୩ ନମ୍ବର ଜାତୀୟ ରାଜପଥ ଦେଇ ବୀରମିତ୍ରପୁର ସହର ଭିତରେ ପ୍ରବେଶ କରିଥିଲେ। ରାଜପଥର ଉଭୟ ପାର୍ଶ୍ୱରେ ସାଧାରଣ ଲୋକ, ଦଳୀୟ ନେତା ଓ କର୍ମୀ ଫୁଲମାଳ ଧରି ରାହୁଲଙ୍କୁ ସ୍ବାଗତ କରିଥିଲେ। ବାଂଶଯୋର ଫାଟକ ନିକଟରେ ଆୟୋଜିତ ଏକ ଜନସମାବେଶରେ ଦଳୀୟ ନେତାମାନେ ତାଙ୍କୁ ସ୍ବାଗତକରି ଉତ୍ତରୀୟ ଦେଇଥିଲେ। ଏହାସହ ଝାଡ଼ଖଣ୍ଡ ପିସିସି ସଭାପତି ରାଜେଶ ଠାକୁର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ପତାକା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକଙ୍କୁ ହସ୍ତାନ୍ତର କରିଥିଲେ। ଏହି ଅବସରରେ ରାହୁଲ କହିଛନ୍ତି, ଝାଡ଼ଖଣ୍ଡରେ ୬ ଦିନର କାର୍ଯ୍ୟକ୍ରମ ବହୁତ ଭଲ ହେଲା। ଆଉ ୨ ଦିନ ଓଡ଼ିଶାରେ ରହିବି। ୧୫ ମିନିଟ୍‌ ନିଜର ଭାଷଣ ରଖିବି, ବାକି ୭ରୁ ୮ ଘଣ୍ଟା ଲୋକମାନଙ୍କୁ ଭେଟିବି। ଲୋକମାନଙ୍କ ସମସ୍ୟା ବିଷୟରେ ବୁଝିବି। ଯୁଆଡ଼େ ଗଲେ ଲୋକମାନେ ନିଜ ସମସ୍ୟା ବିଷୟରେ କହୁଛନ୍ତି। ଗରିବ ଲୋକଙ୍କ ଜମିକୁ ଆଦାନୀଙ୍କ ଭଳି ପୁଞ୍ଜିପତିଙ୍କ ହାତକୁ ଟେକି ଦିଆଯାଉଛି ବୋଲି ମଧ୍ୟ ଅଭିଯୋଗ ଆସିଛି। ଓଡ଼ିଶାରେ ବୁଲିବା ବେଳେ ସବୁ ବର୍ଗର ଲୋକଙ୍କ ସହ ମିଶି ସେମାନଙ୍କ ଅଭିଯୋଗ ଶୁଣିବେ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ପିସିସି ସଭାପତି ଶରତ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ବିଧାୟକ ସନ୍ତୋଷ ସିଂ ସାଲୁଜା ଧନ୍ୟବାଦ ଜଣାଇଛନ୍ତି। ରାହୁଲ କୁଆଁରମୁଣ୍ଡା ବ୍ଲକର ରାମପାଲ ଛକ ପଡ଼ିଆରେ ପହଞ୍ଚି ରାତ୍ରିଯାପନ କରିିଛନ୍ତି। ଉକ୍ତ ପଡ଼ିଆକୁ ଯିବା ସମୟରେ କେତେଜଣ ଆଦିବାସୀ ମହିଳାଙ୍କୁ ରାସ୍ତାରେ ସାକ୍ଷାତ୍‌ କରି ସେମାନଙ୍କ ସହ ସମସ୍ୟା ବୁଝିଛନ୍ତି।
ବୁଧବାର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ୮ଟା ୪୫ରେ ଆରମ୍ଭ ହେବ। ସକାଳ ୯ଟା ୩୦ରେ ରାଉରକେଲା ଉଦିତ୍‌ନଗର (ଏସ୍‌ପି ଅଫିସ) ଠାରୁ ଯାତ୍ରା ଆରମ୍ଭ ହେବ। ସେଠାରୁ ସାଢ଼େ ୩ କି.ମି. ଦୂର ପାନପୋଷ ଛକଠାରେ ସକାଳ ୧୦ ଟାରେ ରାହୁଲ ଗାନ୍ଧୀ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ। ଏହାପରେ ୨୫ କି.ମି. ଦୂର ରାଣୀବନ୍ଧ ନିକଟ ବିର୍ସା ମୁଣ୍ଡା ପଡ଼ିଆଠାରେ ମଧ୍ୟାହ୍ନଭୋଜନ କରିବେ। ଅପରାହ୍ନ ୨ଟାରେ ରାଣୀବନ୍ଧଠାରୁ ପୁଣି ଯାତ୍ରା ଆରମ୍ଭ ହେବ। ସେଠାରୁ ୧୪ କି.ମି. ଦୂର କୁତ୍ରାଠାରେ ରାହୁଲ ଉଦ୍‌ବୋଧନ ଦେବେ। ସେଠୁ ୩୨ କି.ମି. ଦୂର ବାରଗଁାଠାରେ ମଧ୍ୟ ସେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ ରହିଛି। ସେଠାରୁ ପଦଯାତ୍ରା ୬୦ କି.ମି. ଦୂର ସୁନ୍ଦରଗଡ଼ ବସ୍‌ଷ୍ଟାଣ୍ଡ ଛକରେ ଅପରାହ୍ନ ୪ଟା ୩୦ରେ ପହଞ୍ଚିବ। ଷ୍ଟାଡିୟମ ଛକ ଓ ସୁନ୍ଦରଗଡ଼ ଏସ୍‌ବିଆଇ ଛକ ହୋଇ ପଦଯାତ୍ରା ଚାଲିବ। ସେଠୁ ୨୬ କି.ମି. ଦୂର ଝାରସୁଗୁଡ଼ା ଆମଲିପାଲିଠାରେ ରାହୁଲ ଗାନ୍ଧୀ ରାତ୍ର ରହଣି କରିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri