ଜୁନିୟର ମହିଳା ହକି କୋର୍‌ ଗ୍ରୁପରେ ୫ ଓଡ଼ିଆ: ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୩(ବ୍ୟୁରୋ): ଭାରତୀୟ କନିଷ୍ଠ ମହିଳା ବର୍ଗର ହକି କୋର୍‌ ଗ୍ରୁପରେ ୫ ଓଡ଼ିଆ ସ୍ଥାନ ପାଇଛନ୍ତି। କୋର୍‌ ଗ୍ରୁପରେ ସ୍ଥାନ ପାଇବା ପରେ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ଅଜମିନା କୁଜୁର, ଜ୍ୟୋତି ଛତ୍ରୀ, ଜୀବନ କିଶୋରୀ ଟପ୍ପୋ, ନିକିତା ଟପ୍ପୋ, ମାଧୁରୀ କିଣ୍ଡୋଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି। ଆସନ୍ତା ମାସରେ ଜୁନିୟର ମହିଳା ହକି ବିଶ୍ୱକପ ଦକ୍ଷିଣ ଆଫ୍ରିକାରେ ଖେଳାଯିବ। ଏଥିପାଇଁ ଭାରତୀୟ ଦଳର ୨୮ ଜଣିଆ କୋର୍‌ ଗ୍ରୁପ ଘୋଷଣା ହୋଇଥିବାବେଳେ ଏଥିରେ ୫ ଓଡ଼ିଆ ସାମିଲ ହୋଇଛନ୍ତି। ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସେମାନେ ଅଭ୍ୟାସ କରିବେ । ପ୍ରଦର୍ଶନ ଆଧାରରେ ୨୮ଜଣିଆ କୋର ଗ୍ରୁପରୁ ବିଶ୍ୱକପ ପାଇଁ ଟିମ୍‌ ଚୟନ କରାଯିବ।